ଭୁବନେଶ୍ବର: ରାଜଧାନୀର ଛାତିଥରା ହତ୍ୟାକାଣ୍ଡ ସାଙ୍ଗକୁ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଆଜି ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ସହ ପୁଲିସ କମିସନରଙ୍କୁ ବହିଷ୍କାର କରିବାକୁ ଛାତ୍ର ବିଜେଡି ଦାବି କରିଛି। ଶୁକ୍ରବାର ଅପରାହ୍ଣ ପାଖାପାଖି ୪ଟା ସମୟରେ ଶହ ଶହ ଛାତ୍ର ବିଜେଡି ସମର୍ଥକ ଏଜି ଛକରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକାକୁ ବାଉଁଶରେ ଝୁଲାଇ ବାସଭବନ ଆଡ଼କୁ ମାଡ଼ିଚାଲିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବା ପୂର୍ବରୁ ସେଠାରେ ପ୍ରସ୍ତୁତ ପୁଲିସ ଆନ୍ଦୋଳନକାରୀଙ୍କୁ ବିରୋଧ କରିଥିଲେ। ଯାହାକୁ ନେଇ ସେଠାରେ କିଛି ସମୟ ପାଇଁ ଧସ୍ତାଧସ୍ତି ସ୍ଥିତି ଉପୁଜିଥିଲା। ପୁଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା।
Railway: ଚର୍ଚ୍ଚାରେ ତତ୍କାଳୀନ ରେଳବାଇ ଏଡିଜି
Death: ମୃତ୍ୟୁର ୧୭ ବର୍ଷ ପରେ ବି ୧ ନମ୍ବର
ତେବେ ଛାତ୍ର ବିଜେଡି ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଅପରାଧ ଚରମ ସୀମାରେ ପହଞ୍ଚିଛି। ମହିଳାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି। ସରକାରଙ୍କ ଅବହେଳା ଓ ବିଫଳତା ପାଇଁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଅପରାଧୀନଙ୍କ ମନୋବଳ ବୃଦ୍ଧି ପାଉଥିବା ବେଳେ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ଦେଉନଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜ ପଦରୁ ତୁରନ୍ତ ଇସ୍ତଫା ଦିଅନ୍ତୁ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଛାତ୍ର ବିଜେଡି ଚେତାବନୀ ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ଏବଂ ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

1 month ago
5