Chit Fund: ଚିଟ୍‌ଫଣ୍ଡ ଟଙ୍କା: ଫେରସ୍ତ ହେଲାଣି ୪୯ କୋଟି

3 weeks ago 4
.

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ୪୯, ୬୭, ୬୮, ୫୪୮ଟଙ୍କା ପେରସ୍ତ। ୧ ଲକ୍ଷ ୩୩ ହଜାର ୭୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀ ଅଛନ୍ତି।

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ନୂଆ ସରକାର ଫେରସ୍ତ କଲେଣି ୪୯ କୋଟି ୬୭ ଲକ୍ଷ ୬୮ ହଜାର ୫୪୮ଟଙ୍କା । ରୋଜ ଭ୍ୟାଲି ଗ୍ରୁପ୍ ଅଫ୍ କମ୍ପାନୀ, ଗୋଲଡେନ୍ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ୍ ଅଫ୍ କମ୍ପାନୀ, ହାଇ-ଟେକ୍ ଇଷ୍ଟେଟସ୍ ଗ୍ରୁପ୍ ଅଫ୍ କମ୍ପାନୀର ଏବଂ ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟରେ ସୁପାରିଶ କରାଯାଇଥିବା ଜମାକାରୀଙ୍କୁ ମିଶାଇ ସର୍ବ ମୋଟ ୧ ଲକ୍ଷ ୩୩ ହଜାର ୭୫୫ ଜଣ କ୍ଷତିଗ୍ରସ୍ତ ଜମାକାରୀ ଅଛନ୍ତି ।

୪ ଲକ୍ଷ ୭୨ ହଜାର ୬୫୧ ଜଣ କ୍ଷୁଦ୍ର ଜମାକାରୀଙ୍କୁ କର୍ପସ ପାଣ୍ଠିରୁ ଅର୍ଥ ଫେରସ୍ତ ପାଇଁ ସୁପାରିଶ କରିଥିଲେ କମିଶନ । ସେମାନଙ୍କ ମଧ୍ୟରୁ ୯୬ ହଜାର ୮୦୧ ଜଣ କ୍ଷୁଦ୍ର ଜମାକାରୀକୁ ୪୬ କୋଟି ଟଙ୍କା କର୍ପସ ପାଣ୍ଠିରୁ ଫେରସ୍ତ କରାଯାଇଛି ।

ରାଜ୍ୟ ସରକାର କ୍ଷୁଦ୍ର ଜମାକାରୀମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ୩୦୦ କୋଟି ଟଙ୍କାର ଏକ କର୍ପସ୍ ପାଣ୍ଠି ସୃଷ୍ଟି କରିଛନ୍ତି । ରାଜ୍ୟରେ ଆନୁମାନିକ ୨୪ ଲକ୍ଷ ୭୫ ହଜାର ୭୮୨ କ୍ଷତିଗ୍ରସ୍ତ ଜମାକାରୀ ୬ ହଜାର ୮୬୦ କୋଟି ୧୪ ଲକ୍ଷ ୪୨ ହଜାର ୨୬୩ ଟଙ୍କା ବିଭିନ୍ନ ବେଆଇନ୍ ଆର୍ଥିକ ପ୍ରତିଷ୍ଠାନରେ ପୁଞ୍ଜି ନିବେଶ କରିଛନ୍ତି। ୩ ଲକ୍ଷ ୧୬ ହଜାର ୦୬୩ ଜଣ ଜମାକାରୀଙ୍କୁ ମୋଟ ୧୨୩ କୋଟି ଟଙ୍କା ଫେରସ୍ତ କରାଯାଇଛି।

Read Entire Article