Death: ମୃତ୍ୟୁର ୧୭ ବର୍ଷ ପରେ ବି ୧ ନମ୍ବର

1 month ago 5
.

କିଂବଦନ୍ତି ସଂଗୀତଜ୍ଞ ତଥା ନୃତ୍ୟଶିଳ୍ପୀ ମାଇକେଲ୍‌ ଜ୍ୟାକସନ୍‌ଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ମାଇକେଲ୍‌’ ଏବେ ବକ୍ସ ଅଫିସରେ ରେକର୍ଡ ସ୍ଥାପନ କରୁଛି। ଏହି ଅବସରରେ ସଂଗୀତପ୍ରେମୀମାନେ ପୁଣି ଥରେ ମାଇକେଲ୍‌ଙ୍କ ଗୀତଗୁଡ଼ିକୁ ବହୁ ମାତ୍ରାରେ ଶୁଣୁଛନ୍ତି। ଏହି କାରଣରୁ ମାଇକେଲ୍‌ ଏବେ ସମକାଳୀନ କଣ୍ଠଶିଳ୍ପୀମାନଙ୍କୁ ପଛରେ ପକାଇ ପୃଥିବୀର ସର୍ବାଧିକ ଷ୍ଟ୍ରିମିଂ କରାଯାଉଥିବା କଳାକାର ତାଲିକାର ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛନ୍ତି।  ‘କ୍ବର୍ବ’ ନାମକ ଡେଟା ବିଶ୍ଳେଷଣ କମ୍ପାନି ପ୍ରତି ମାସ ପ୍ରକାଶ କରୁଥିବା ବିଶ୍ବସ୍ତରୀୟ ଡିଜିଟାଲ୍‌ ଆର୍ଟିଷ୍ଟ ରାଙ୍କିଙ୍କ୍‌ ଅନୁସାରେ ‘ସ୍ପଟିଫାଏ’, ‘ଆଇଟ୍ୟୁନ୍‌ସ’, ‘ୟୁଟ୍ୟୁବ୍‌ ମ୍ୟୁଜିକ୍‌’ ପରି ପ୍ରମୁଖ ସଂଗୀତ ଷ୍ଟ୍ରିମିଂ ମଞ୍ଚରେ ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କ ଗୀତଗୁଡ଼ିକୁ ସବୁଠାରୁ ଅଧିକ ଥର ଶୁଣାଯାଉଛି।

West Bengal: ‘ନନ୍ଦୀଗ୍ରାମର ଯୋଦ୍ଧା’ ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ

ଏହି ତାଲିକାରେ ମାଇକେଲ୍‌ ପ୍ରଥମ ସ୍ଥାନରେ ଥିବା ବେଳେ ତାଙ୍କ ପଛକୁ ଯଥାକ୍ରମେ ଜଷ୍ଟିନ୍‌ ବିବର୍, ବିଟିଏସ୍‌, ବ୍ୟାଡ୍‌ ବନି ଓ ଟେଲର୍‌ ସ୍ବିଫ୍‌ଟ ଅଛନ୍ତି। ମୃତ୍ୟୁର ୧୭ ବର୍ଷ ପରେ ବି ମାଇକେଲ୍‌ଙ୍କ ରାଜୁତି ଏହା ପ୍ରମାଣିତ କରୁଛି ଯେ ବିଶ୍ବବ୍ୟାପୀ ତାଙ୍କର ଲୋକପ୍ରିୟତା ଏବେ ମଧ୍ୟ ଉଜ୍ଜୀବିତ ଅଛି। ତାଙ୍କ ମୃତ୍ୟୁ ସମୟରେ ହେତୁ ପାଇ ନଥିବା ଯୁବପିଢ଼ି ମଧ୍ୟ ତାଙ୍କର ‘ବିଟ୍‌ ଇଟ୍‌’, ‘ବିଲ୍ଲି ଜିନ୍‌’, ‘ବ୍ୟାଡ୍‌’ ଓ ‘ଥ୍ରିଲର୍‌’ ପରି ଗୀତ ଖୁବ୍‌ ପସନ୍ଦ କରୁଛନ୍ତି। 

Violence: ହାଓଡ଼ାରେ ନିର୍ବାଚନ ପରବର୍ତ୍ତୀ ହିଂସା, ବିଜେପି କହିଲା- ଟିଏମ୍‌ସିର ଗୁଣ୍ଡାମାନେ ବୋମା ପକାଇଛନ୍ତି

Read Entire Article