Dussehra Sale Storm: ଦଶରା ଘଡ଼ିରେ ଅଫର୍ କ୍ରେଜ୍, ସବୁଠି ହାଇ ଡିସକାଉଣ୍ଟ

2 weeks ago 2
.

ଦଶହରା ଘଡିରେ ଅଫର୍ ଉପରେ ଅଫର। କେଉଁଠି ଫ୍ଲାଟ୍ ରେଟ୍ କଟ୍ ତ ଆଉ କେଉଁଠି UP-TO 50% ଡିସକାଉଣ୍ଟ୍। ପୂଜା ବଜାରରେ ଜିଏସଟି ଫାଇଦା ସାଙ୍ଗକୁ ଶୋରୁମରେ ମାଳ ମାଳ ଅଫର୍। ଫଳରେ ଏଥର ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଡବଲ୍ ବୋନାଞ୍ଜା।...

ପୂଜା ବଜାରରେ ଖଚାଖଚ ଭିଡ଼। ଗ୍ରାହକଙ୍କ ଭିତରେ ପ୍ରବଳ ଉତ୍ସାହ। ଟିଭି, ଫ୍ରିଜ୍, ଏସି, ୱାସିଂ ମେଶିନ୍ ଭଳି ଇଲୋକଟ୍ରୋନିକ୍ ସାମଗ୍ରୀ ହେଉ କି ସ୍ମାର୍ଟଫୋନ୍ ଅବା ଫିଚର୍ ଫୋନ୍, ପାର୍ବଣରେ ଘରକୁ ନୂଆ ଆଇଟମ୍ କିଣି ଆଣିବା ପାଇଁ ଗ୍ରାହକ ବେଶ୍ ଉତ୍ସାହିତ। ଖାସ୍ ସେଇଥି ପାଇଁ ଏବେଠାରୁ ଶୋରୁମ୍ ଗୁଡିକରେ ପ୍ରବଳ ଗହଳି ।

ପୂର୍ବ ଅପେକ୍ଷା ଏଇ ଫେଷ୍ଟିଭ୍ ସିଜନରେ ଗ୍ରାହକଙ୍କ ଭିଡ଼କୁ ଦେଖି ଶୋରୁମ୍ ଗୁଡିକ ନିଜକୁ ଫୁଲ୍ ଦମରେ ପ୍ରସ୍ତୁତ୍ କରିଛନ୍ତି। କେଉଁଠି ଡିସକାଉଣ୍ଟ୍ ଅଫର ତ ଆଉ କେଉଁଠି ସିଧା ୧୫ ହଜାର୍ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍ ବ୍ୟାକ୍ ସୁବିଧା। କମ୍ପାନୀ ଅଫର୍, ଶୋରୁମ୍ ଅଫର୍ ସାଙ୍ଗକୁ ସ୍ପେସାଲ୍ ଗିଫ୍ଟ ହାମ୍ପର୍ ଆଉ ଲକି ଡ୍ର। ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଖାଲି ଅଫରର ବର୍ଷା।

ସେପଟେ କେନ୍ଦ୍ରସରକାର ଜିଏସଟି ସଂସ୍କାର ଆଣିବା ପରେ ଏବେ ଅନେକ ଗୁଡିଏ ଇଲେକଟ୍ରୋନିକ୍ସ ଆଇଟମ ଦାମ ବି କମି ଯାଇଛି। ବିଶେଷ କରି ଏୟାର କଣ୍ଡିସନର୍, ଆଉ ବିଗ୍ ସ୍କ୍ରିନ୍ ଏଲଇଡି ଟିଭି ଉପରେ ଜିଏସଟି ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ଖସି ଆସିଥିବାରୁ ଅଫ୍ ସିଜନରେ ବି ଲୋକେ ଏସି କିଣିବାକୁ ପଛାଉ ନାହାନ୍ତି।...

ଆଉ ଏପଟେ ଗହଣା ଶୋରୁମରେ ବି ଗ୍ରାହକଙ୍କର ଏବେଠାରୁ ଭିଡ଼ ଜମିଲାଣି। ଆଗକୁ ଦୀପାବଳି ଧନତେରସ୍ ଆସୁଥିବା ବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଗହଣା ସୋରୁମ୍ ଗୁଡିକ ବିଭିନ୍ନ ବର୍ଗରେ ଆକର୍ଷଣୀୟ ଅଫର୍ ବର୍ଷା କଲେଣି। କେଉଁଠି ସୁନା ଆଉ ରୁପାର ଗଣା ମଜୁରିରେ ଫ୍ଲାଟ୍ ୫୫ ପ୍ରତିଶତ ଅଫର୍ ତ କେଉଁଠି ଡାଇମଣ୍ଡ୍ ରେଟ୍ ଉପରେ ୨୫ ପ୍ରତିଶତ ଛାଡ୍।

ଗ୍ରାହକଙ୍କ ମନ କିଣିବା ପାଇଁ ହେଭିୱେଟ୍, ଲାଇଟ୍ ୱେଟ୍, ଅଫିସ୍ ୱେରିଂ ଆଦି ସବୁବର୍ଗରେ ଲେଟେଷ୍ଟ କଲେକସନ୍ ସବୁ ଖଞ୍ଜିଦେଲେଣି। ଇୟର ରିଙ୍ଗ୍ ଠାରୁ ୱେଡିଂ ରିଙ୍ଗ୍, ମଙ୍ଗଳ ସୁତ୍ରଠାରୁ ରାଣୀହାର ସବୁ ଯେଭଳି ଗ୍ରାହକଙ୍କୁ ପସନ୍ଦ ଆସିବେ ସେଥିପାଇଁ ବେଶ୍ ସଚେତନ ଗହଣା ଶୋରୁମ୍।

ସେହିପରି ଇ-ଭେହିକିଲ୍ ପ୍ରତି ବଢ଼ୁଥିବା ଲୋକଙ୍କ ଆଗ୍ରହକୁ ଦେଖି ପୂଜାରେ ବମ୍ପର ସେଲ୍ ଆଳରେ ବମ୍ପର ଡିସକାଉଣ୍ଟ ବି ରଖିଛନ୍ତି କଂପାନି। ଇ-ସ୍କୁଟର ଉପରେ ରହିଛି ୪ ହଜାର ଟଙ୍କାରୁ ଆରମ୍ଭ କରି ୭ ହଜାର ପର୍ଯ୍ୟନ୍ତ ରିହାତି।...
ପୂଜା ବଜାରରେ ଏଥର ଡବଲ୍ ବୋନାଞ୍ଜା। ଫେଷ୍ଟିଭ୍ ଅଫର ସାଙ୍ଗକୁ ଜିଏସଟି ରେଟ୍ କଟ୍ କିଣୁଛି ଗ୍ରାହକଙ୍କ ମନ... 

Read Entire Article