India vs England Test Series: ଟିମ୍ ଘୋଷଣା କଲା ଇଂଲଣ୍ଡ, ଏହି ଖେଳାଳିମାନଙ୍କୁ ମିଳିବ ସୁଯୋଗ

11 months ago 19
.

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେହ୍‌ଟ ସିରିଜର ପ୍ରଥମ ମୁକାବିଲା ୨୦ ଜୁନରେ ହେବ। ଏଥିପାଇଁ ଇଂଲଣ୍ଡ ପକ୍ଷରୁ ନିଜର ସ୍କ୍ୱାଡର ଘୋଷଣା କରାଯାଇଛି।

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଖୁବଶୀଘ୍ର ଟିମ ଇଣ୍ଡିଆ ଇଂଲଣ୍ଡ ପହଞ୍ଚିବ। ଭାରତର ‘ଏ’ ଟିମ୍ ସେଠାରେ ଅଛି। ବିସିସିଆଇ ଟିମ ଇଣ୍ଡିଆର ସ୍କ୍ୱାଡର ଘୋଷଣା ପୂର୍ବରୁ ହିଁ କରିଦେଇଥିଲା।

ବର୍ତ୍ତମାନ ଇଂଲଣ୍ଡ ସିରିଜର ପ୍ରଥମ ମ୍ୟାଚ ପାଇଁ ନିଜ ଟିମର ଘୋଷଣା କରିଛି। ଟିମର ଦାୟିତ୍ୱ ବେନ ସ୍ଟିକ୍ସର ହାତରେ ରହିବ। ସେହିପରି ସ୍କ୍ୱାଡରେ କିଛି ଦମଦାର ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି।

ଭାରତ ବିପକ୍ଷରେ ଖେଳିବେ ଇଂଲଣ୍ଡର ଏହି ଖେଳାଳି: ବେନ୍ ଷ୍ଟୋକ୍ସ(କ୍ୟାପ୍ଟେନ), ଜ୍ୟାକ କ୍ରୱଲେ, ବେନ ଡକେଟ୍‌, ଓଲି ପୋପ, ଜୋ ରୁଟ୍‌, ଜାମି ସ୍ମିଥ୍‌(ୱିକେଟ କିପର), ଶୋଆଇବ ବାସିର, ଜାକୋବ ବେଥେଲ, ହାରି ବ୍ରୁକ୍‌, ବ୍ରାୟଡନ କାରସ୍‌, ଶାମ କୁକ୍‌, ଜାମି ଓଭରଟନ, ଜୋସ ଟଙ୍ଗ, କ୍ରିଶ ଓକ୍ସ।

Read Entire Article