IPL 2025 ପ୍ରଥମ କ୍ୱାଲିଫାୟାର: ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ବିପର୍ଯ୍ୟୟ, ବାଙ୍ଗାଲୋର ଆଗରେ ୧୦୨ ରନର ଟାର୍ଗେଟ

1 year ago 15
.

ନୂଆଦିଲ୍ଲୀ,୨୯।୫: ଚଣ୍ଡିଗଡ଼ର ମୁଲ୍ଲାନପୁରରେ ଖେଳାଯାଉଥିବା IPL 2025 ର ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (PBKS) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିପକ୍ଷରେ ମାତ୍ର ୧୪.୧ ଓଭରରେ ୧୦୧ ରନରେ ଅଲଆଉଟ ହୋଇଛି। ଫଳରେ, RCB କୁ ଫାଇନାଲରେ ପ୍ରବେଶ କରିବା ପାଇଁ ୧୦୨ ରନର ଟାର୍ଗେଟ ମିଳିଛି।

ମ୍ୟାଚରେ RCB ଅଧିନାୟକ ରଜତ ପାଟିଦାର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି RCB ପାଇଁ ସଠିକ ପ୍ରମାଣିତ ହେଲା, କାରଣ ତାଙ୍କ ବୋଲରମାନେ ପଞ୍ଜାବ ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରି ଦେଇଥିଲେ। ହାଜେଲଉଡ଼ ଓ ସୁୟଶ ଶର୍ମା ପ୍ରତ୍ୟେକେ ୩ଟି ଲେଖାଏଁ ଉଇକେଟ ନେଇ ପଞ୍ଜାବକୁ ବଡ଼ ସ୍କୋର କରିବାରୁ ରୋକିଥିଲେ। ଏହା ସହିତ ୟଶ ଦୟାଲ ମଧ୍ୟ ୨ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିଲେ।


Read Entire Article