Jayanarayan Mishra Warns: ଶଙ୍ଖ ଦଳରେ କିଏ ସେ ସୁପରଲିଡର ? ପରୋକ୍ଷରେ ପାଣ୍ଡିଆନଙ୍କୁ ଜୟନାରାୟଣଙ୍କ ନିଶାନା

3 weeks ago 1
.

ବିଧାନସଭା ବାରମ୍ବାର ଅଚଳ କରିବା ନେଇ ବିଜୁ ଜନତା ଦଳକୁ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ବାଣ। ପରୋକ୍ଷରେ କୋଟେରୀକୁ ଟାର୍ଗେଟ କରି ଜୟନାରାୟଣ କହିଛନ୍ତି ସୁପରଲିଡରଙ୍କ ନିର୍ଦ୍ଦେଶରେ ଗୃହ ଚଳାଇ ଦେଉ ନାହାନ୍ତି ବିଜେଡି ବିଧାୟକ ।

ବିଜେଡିରେ କିଏ ସେ ସୁପରଲିଡର ? କାହା ନିର୍ଦ୍ଦେଶକୁ ବିଧାନସଭାରେ ପାଳନ କରୁଛନ୍ତି ବିଜେଡି ବିଧାୟକ ?  ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ସୁପରଲିଡର ଉପାଖ୍ୟାନକୁ ନେଇ ବିଜେଡିରେ କମ୍ପନ। ବିଧାନସଭା ଅଚଳାବସ୍ଥାକୁ ନେଇ ଆଜି ବଡ ବୟାନ ଦେଇଛନ୍ତି ଜୟନାରାୟଣ । ପରୋକ୍ଷରେ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। 

ସେ  କହିଛନ୍ତି, ବିଜେଡିର ମୁଖିଆ ନବୀନ ପଟ୍ଟନାୟକ ବିଧାନସଭା ଆସିବାକୁ ଅକ୍ଷମ। ସେ ଅନୁପସ୍ଥିତ ଥିବାରୁ ତାଙ୍କ ଦଳର ସୁପରଲିଡର କହିଛନ୍ତି ବିଧାନସଭା ଚଳାଇଦେବା ନାହିଁ। ଯେହେତୁ ନବୀନ ଅଧିବେଶନକୁ ଆସିପାରିବେ ନାହିଁ ସେଥିପାଇଁ ସେମାନେ ବିଧାନସଭାରେ ହଙ୍ଗାମା କରି ବନ୍ଦ କରିବାକୁ ପ୍ରଥମ ଦିନରୁ ହିଁ ରଣନୀତି କରିଛନ୍ତି। ଏପରିକି କଂଗ୍ରେସ ସାର ସଙ୍କଟ ନେଇ ମୁଲତବି ନୋଟିସ୍ ଦେଇଥିଲେ ବି ସେଥିରେ ଭାଗ ନନେଇ ଜାଣିଶୁଣି ହଟ୍ଟଗୋଳ କରି ଗୃହକୁ ବନ୍ଦ କଲେ।

ଜୟନାରାୟଣ ଆହୁରି କହିଛନ୍ତି ଯେ ବିଜେଡି ଓ କଂଗ୍ରେସ ମଧ୍ୟରେ ସିଲଭର ମେଡାଲ ପାଇଁ ପ୍ରତିଯୋଗିତା ଚାଲିଛି। ବିଜେଡି କହିଛି ସରକାରୀ ଦଳ ବ୍ୟାକ୍ ଫୁଟରେ ଥିବାରୁ ଆଲୋଚନାକୁ ନଆସି ଗୃହକୁ ବନ୍ଦ କରୁଛନ୍ତି।

ବିଜେଡି ବିଧାୟକମାନେ ଯେ କେତେ ନାଚାର ତାହା ଜୟନାରାୟଣଙ୍କ ମନ୍ତବ୍ୟରୁ ସ୍ପଷ୍ଟ। ଖୋଦ ବିଜେଡିର କିଛି ଆଗ ଧାଡିର ବିଧାୟକ ବି ହଟ୍ଟଗୋଳ ମାଧ୍ୟମରେ ବିଧାନସଭା ବନ୍ଦକୁ ନାପସନ୍ଦ କରିଛନ୍ତି। କିଛି ଦିନ ତଳେ ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ କିଛି ଯୁବ ବର୍ଗଙ୍କ ସହ ଆଲୋଚନାର ଭିଡିଓ ନିଜ ସୋସିଆଲ୍ ମିଡିଆରେ ଛାଡିଛନ୍ତି। ଯେଉଁଥିରେ ସେ ସଫା ସଫା କହୁଛନ୍ତି ହଟ୍ଟଗୋଳ ମାଧ୍ୟମରେ ବିଧାନସଭା ବନ୍ଦ ହେବା ଦ୍ବାରା ନା ସରକାର ନା ବିରୋଧୀ କାହାର କାଣିଚାଏ ଲାଭ ହେଉନି। ସୁଯୋଗକୁ ଆମେ ଜନପ୍ରତିନିଧି ମାନେ ହାତଛଡା କରୁଛେ। ଲୋକଙ୍କ ପଇସା ଖର୍ଚ୍ଚ ହେଉଛି।

ଏଠି ପ୍ରଶ୍ନ ସୋସିଆଲ୍ ମିଡିଆରେ ନୀତିବାଣୀ ଶୁଣାଉଥିବା ଅରୁଣ ଏବେ କାହିଁକି ଚୁପ୍  ? କାହିଁକି କହୁନାହାଁନ୍ତି ଯେ ଦଳ ଯାହା କରୁଛି ତା ଭୁଲ ବୋଲି ?  ସେପଟେ ବିଧାନସଭା ଅଚଳାବସ୍ଥା ନେଇ ସୋସିଆଲ୍ ମିଡିଆରେ ଅରୁଣଙ୍କୁ ଟ୍ରୋଲ୍ ବି କରାଯାଉଛ । 

ଏବେ ଦେଖିବାର କଥା ବିଳମ୍ବରେ ଆରମ୍ଭ ହୋଇଥିବା ବିଧାନସଭା ମୌସୁମୀ ଅଧିବେଶନ ଆଉ ମାତ୍ର ୪ ଦିନ ବାକି। ବିରୋଧୀ ବିଧାନସଭାରେ ଆଲୋଚନାକୁ ଆସୁଛନ୍ତି ନା ସୁପରଲିଡରଙ୍କ କଥାରେ ୟେସ୍ ବସ୍ କହୁଛନ୍ତି ତାକୁ ଅପେକ୍ଷା।.

Read Entire Article