Karnataka Congress: ବିଭାଗ ବଣ୍ଟନକୁ ନେଇ ଦିଲ୍ଲୀ ପହଞ୍ଚିଲେ ଅସନ୍ତୁଷ୍ଟ କଂଗ୍ରେସ ନେତା

1 week ago 3
.

ନୂଆଦିଲ୍ଲୀ: କର୍ଣ୍ଣାଟକ ସରକାରରେ ଏବେ ପୁଣି ସଦ୍ୟ ଅସନ୍ତୋଷର ସଙ୍କେତ ଦେଖିବାକୁ ମିଳିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର (ଡିକେଏସ୍‌) ରାମଲିଙ୍ଗା ରେଡ୍ଡୀଙ୍କ ବିଦ୍ରୋହର ସମାଧାନ ହୋଇଥିବା ନେଇ ଘୋଷଣା କରିବାପରେ ପୁଣିଥରେ ସରକାରରେ ସଦ୍ୟ ଅସନ୍ତୋଷ ମୁଣ୍ଡ ଟେକିଛି। ବିଭାଗ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ୨ ଜଣ ମନ୍ତ୍ରୀ କଂଗ୍ରେସ ନେତୃବୃନ୍ଦଙ୍କ ସହ କଥାବାର୍ତ୍ତା ପାଇଁ ଦିଲ୍ଲୀ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ବେଙ୍ଗାଲୁରୁ ବିକାଶ ମନ୍ତ୍ରୀ କ୍ରୀଷ୍ଣା ବାୟରେ ଗୌଡ଼ା ଅଛନ୍ତି । ତାଙ୍କୁ ବିଭାଗ ଦିଆଯାଇଥିଲେ ମଧ୍ୟ ସେ ଏଯାବତ ଶପଥ ଗ୍ରହଣ କରିନାହାନ୍ତି। କଂ‌ଗ୍ରେସ ବିଧାୟକ ରିଜୱାନ ଆରଶଦ ମଧ୍ୟ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ରାଜ୍ୟ କ୍ୟାବିନେଟରେ ସେ ସ୍ଥାନ ପାଇବାକୁ ଚାହିଛନ୍ତି ଏବଂ ଏଥିପାଇଁ ଦାବି କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ କ୍ରୀଷ୍ଣା ବାୟରେ ଗୌଡ଼ା ଅଧିକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଚାହାନ୍ତି। ସେ ଉଭୟ ବେଙ୍ଗାଲୁରୁ ଡେଭେଲପମେଣ୍ଟ ଅଥୋରିଟି ( ବିଡିଏ) ଏବଂ ବେଙ୍ଗାଲୁରୁ ମେଟ୍ରୋପଲିଟାନ ରିଜନ ଡେଭେଲପମେଣ୍ଟ ଅଥୋରିଟି (ବିଏମ୍ଆରଡିଏ)କୁ ‌ବେଙ୍ଗାଲୁରୁ ବିକାଶ ବିଭାଗ ଅଧୀନକୁ ଆଣିବାପାଇଁ ଦଳୀୟ ନେତୃବୃନ୍ଦଙ୍କ ନିକଟରେ ଦାବିି ଉପସ୍ଥାପନ କରିଛନ୍ତି। ମନ୍ତ୍ରୀ ଏହା ବିଶ୍ବାସ କରୁଛନ୍ତି ଯେ ଏହି ୨ ସଂସ୍ଥା ଉପରେ ନିୟନ୍ତ୍ରଣ ବିନା ବିଭାଗର କ୍ଷମତା ସୀମିତ ରହିବ। ଏହି ୨ ସଂସ୍ଥା ବେଙ୍ଗାଲୁରୁ ଏବଂ ଏହାର ଆଖାପାଖ ଅଞ୍ଚଳରେ ଯୋଜନା ଏବଂ ବିକାଶରେ କେନ୍ଦ୍ରୀୟ ଦାୟିତ୍ବ ନିର୍ବାହ କରୁଛି। ‌‌ସେଥିପାଇଁ ସେ ଉକ୍ତ ୨ଟି ସଂସ୍ଥାକୁ ବିକାଶ ବିଭାଗ ଅଧୀନକୁ ଆଣିବାକୁ ଚାହୁଛନ୍ତି। ତେଣୁ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: Alka Lamba: କଂଗ୍ରେସ ନେତ୍ରୀ ଅଳକା ଲାମ୍ବାଙ୍କୁ ଆଶ୍ୱସ୍ତି: ୧ ଲକ୍ଷ ଟଙ୍କାର ବଣ୍ଡ ଦାଖଲ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଉଲ୍ଲେଖଯୋଗ୍ୟ ଗତ କିଛି ଦିନ ତଳେ ରାମଲିଙ୍ଗା ରେଡ୍ଡି ବିଭାଗ ବଣ୍ଟନକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥଲେ। ରେଡ୍ଡି ସର୍ବସାଧାରଣରେ କହିଥିଲେ ଯେ ସେ କେବଳ ବେଙ୍ଗାଲୁରୁ ବିକାଶ ବିଭାଗ ଚାହାନ୍ତି ଏବଂ ମନ୍ତ୍ରିମଣ୍ଡଳ ଗଠନ ହେବା ପୂର୍ବରୁ ମଧ୍ୟ ସରକାର ଏଥିପାଇଁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ବିଭାଗ କ୍ରୀଷ୍ଣା ବାୟରେ ଗୌଡ଼ାଙ୍କୁ ମିଳିବାପରେ ଶିବକୁମାରଙ୍କ ନୂଆ ସରକାର ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଆରମ୍ଭ ହୋଇଥିଲା। ଅବଶ୍ୟ ବିଳମ୍ବିତ ରାତିରେ ଶିବକୁମାର ଏବଂ ରେଡ୍ଡିଙ୍କ ମଧ୍ୟରେ ବୈଠକ ହେବାପରେ ଏହି ସଙ୍କଟର ସମାଧାନ ହୋଇଥିଲା।

Read Entire Article