OAS 2023 Results: ଆସିଲା ୨୦୨୩ ବର୍ଷର OAS ରେଜଲ୍ଟ, ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଇଂଜିନିୟର ପ୍ରିୟାଂଶୁ ପାଲ୍ ଟପ୍ପର

2 weeks ago 2
.

 ପରୀକ୍ଷାରେ ୩୯୮ ଜଣ କୃତକାର୍ଯ୍ୟ ହୋଥିବା ବେଳେ ଏମାନଙ୍କ ମଧ୍ୟରେର ୧୪୪ ମହିଳା ମହିଳା ରହିଛନ୍ତି। ତେବେ ଟପ୍ ଟେନରେ କିନ୍ତୁ ଜଣେ ମହିଳା ଥିବା ବେଳେ ବାକି ସବୁ ପୁଅ ରହିଛନ୍ତି। ...

ଘରର ପୁଅ ଓଏଏସ ପାଇଛି। ସମସ୍ତଙ୍କ ମନରେ ଖୁସି କାହିଁରେ କେତେ। ଇଂଜିନିୟରରୁ ସିଧା ପ୍ରଶାସନିକ ଅଧିକାରୀ ହେବାକୁ ଯାଉଛନ୍ତି ପ୍ରିୟାଂଶୁ ପାଲ। ଇଂଜିନିୟରିଂ କରିବା ପରେ ପ୍ରଥମେ ଘରୋଇ କମ୍ପାନୀରେ ବଡ଼ ପଦବୀରେ ଚାକିରି କରିଥିଲେ। ହେଲେ ଏହା ତାଙ୍କୁ ଆତ୍ମସନ୍ତୋଷ ଦେଇନଥିଲା। ଓଏଏସ ସ୍ବପ୍ନ ସାକାର କରିବାକୁ ଶେଷରେ ଘରୋଇ ଚାକିରିକୁ ବାଏ ବାଏ କଲେ ଆଉ ସିଧା ଜୋରସୋର ପ୍ରସ୍ତୁତି ଚଳାଇଲେ। ଶେଷରେ କ୍ରାକ କଲେ, ତା ପୁଣି ଓଡିଶା ଟପ୍ପର। 

ଅନୁଗୁଳର ସୁନା ପୁଅ ପ୍ରିୟାଂଶୁଙ୍କୁ ନେଇ ସାରା ଓଡ଼ିଶା ଗର୍ବ କରୁଛି। ଯଦିଓ ପୂର୍ବରୁ ତିନି ଥର ଚେଷ୍ଟା କରିଛନ୍ତି ତେବେ ଚାକିରିରେ ଥାଇ ଏହା ହାସଲ କରିବା କଷ୍ଟସାଧ୍ୟ ଥିଲା। ଶେଷରେ ଫୁଲ ଟାଇମ ଦେଲେ ଆଉ ଫଳ ପାଇଲେ। ଲକ୍ଷ୍ୟ ସ୍ପଷ୍ଟ କରି କଠିନ ପରିଶ୍ରମ ସହ ନିଜକୁ ଶତ ପ୍ରତିଶତ ଦେଲେ ନିଶ୍ଚିନ୍ତ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି ସେ କହିଛନ୍ତି। 

ଆଉ ଟପ୍ ଟେନର ଏକମାତ୍ର ମହିଳା ଅନନ୍ୟା ମିଶ୍ର। ପ୍ରଥମ ଚେଷ୍ଟାରେ ଦୁଇ ମାର୍କ ପାଇଁ ବାଦ ପଡିଗଲେ। ହେଲେ ଏଥର କିନ୍ତୁ ରହିଲେ ଦ୍ବିତୀୟ ରାଙ୍କରେ। ସେ ଓଡ଼ିଶା ଜୁଡିସିଆଲ୍ ସର୍ଭିସରେ ମଧ୍ୟ ତୃତୀୟ ସ୍ଥାନରେ ରହିଥିଲେ । ଯଦିଓ ସେ ୟୁପିଏସସି ପାଇଁ ପ୍ରସ୍ତୁତି ଚଳାଇଛନ୍ତି ତେବେ ଓଏଏସ ପାଇଁ ତାଙ୍କୁ ବେଶୀ କିଛି କରିବାକୁ ପଡିନଥିଲା। ବାପା ଅବସରପ୍ରାପ୍ତ ଓଏଏସ, ଭଉଣୀ ମଧ୍ୟ ଜଣେ ଓଏଏସ ହୋଇଥିବାରୁ କେଉଁଠି ନା କେଉଁଠି ସେହି ଲାଇନରେ ଯିବାକୁ ମନ ବଳାଇଥିଲେ। 

ଆଉ ଶେଷରେ ସଫଳତା ପାଇଲେ। ଏବେ ଲୋକଙ୍କୁ ସେବା ଯୋଗାଇବାକୁ ଦେଖିଛନ୍ତି ଆଖିରେ ଆଖିଏ ସ୍ବପ୍ନ। ନିଜ ସଫଳତା ନେଇ କହିଛନ୍ତି, ପରିଶ୍ରମର ବିକଳ୍ପ ନାହିଁ। ଏଥିସହ ଦୁର୍ନୀତିକୁ ନେଇ କହିଛନ୍ତି ବଡ଼ କଥା।

ନୂଆ ପିଢି ନୂଆ ଆଶା ନେଇ ପ୍ରଶାସନିକ କ୍ଷେତ୍ରକୁ ଆପଣାଇଛନ୍ତି। ସମସ୍ତଙ୍କର ଲକ୍ଷ୍ୟ ଲୋକସେବା। ତେବେ ନିକଟରେ ଯୁବ ଓଏଏସ ଅଫିସର ଯେମିତି ଲାଞ୍ଚ ନେବା ମାମଲାରେ ଗିରଫ ହୋଇଛନ୍ତି ସେମାନଙ୍କ ପାଇଁ ବଦନାମ ମୁଣ୍ଡାଉଛି ଏ ବୃତ୍ତି । 

ଲାଞ୍ଚୁଆ ଅଧିକାରୀଙ୍କ ପାଇଁ ଅଫିସରଙ୍କ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ବାସ ଧିରେ ଧିରେ କମୁଥିବା ବେଳେ ସେହି ସ୍ଥିତି ଫେରାଇ ଆଣିବା ନୂଆ ବାବୁଙ୍କ ପାଇଁ ନିଶ୍ଚିନ୍ତ ଭାବରେ ଏକ ଚାଲେଞ୍ଜ ଭଳି ହୋଇପାରେ। ସମସ୍ତ କୃତି ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝି ଶୁଭେଚ୍ଛା ଜଣାଇଛନ୍ତି। 

Read Entire Article