କେତେକ ସଙ୍ଗୀତକାର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକଙ୍କ କେବଳ ଗୋଟିଏ ସିନେମାରେ ସ୍ବର ସଂଯୋଜନା କରିଥିବାର ନଜିର ରହିଛି। ଏହି କ୍ରମରେ ଆସନ୍ତୁ ଜାଣିବା ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ସହ କେଉଁ ସ୍ବରକାରମାନେ ଥରଟିଏ ସୁଯୋଗ ପାଇଛନ୍ତି
ସାରା ଦେଶରେ ରାଜ୍ୟ ଏକ ନମ୍ବର: ଓଡ଼ିଶାରେ ସର୍ବାଧିକ ୩୪ ନିଲାମ ଖଣି କାର୍ଯ୍ୟକ୍ଷମ
ଓଡ଼ିଆ ସିନେମାର ପ୍ରଖ୍ୟାତ ନିର୍ଦ୍ଦେଶକ ମହମ୍ମଦ ମହସୀନ୍ ୧୯୮୨ରେ ମୁକ୍ତିଲାଭ କରିଥିବା ‘ଫୁଲଚନ୍ଦନ’ରୁ ଆରମ୍ଭ କରି ୨୦୦୨ରେ ମୁକ୍ତିପ୍ରାପ୍ତ ‘ସନ୍ତାନ’ ଯାଏ ବେଶ୍ କେତୋଟି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ନିର୍ଦ୍ଦେଶିତ ସର୍ବାଧିକ ସିନେମାରେ ଖୋକାଭାଇ ଓରଫ ଅକ୍ଷୟ ମହାନ୍ତି ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ତେବେ କେତେଜଣ ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ମହସୀନଙ୍କ ନିର୍ଦ୍ଦେଶିତ ଗୋଟିଏ ଲେଖାଏଁ ଛବିରେ ସ୍ବର ସଂଯୋଜନା କରିଥିଲେ।
Jungle Raj': ‘ଜଙ୍ଗଲ ରାଜ୍’ରେ ଅଜୟ
ସରୋଜ ପଟ୍ଟନାୟକ: ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଅଭିମାନ’ରେ ରାଧାକୃଷ୍ଣ-ସରୋଜ କୁମାରଙ୍କ ଯୋଡ଼ି ଶ୍ରୁତିମଧୁର ସଂଗୀତ ସଂଯୋଜନା କରି ଚର୍ଚ୍ଚାକୁ ଆସିଥିଲେ। ତେବେ ସରୋଜ କୁମାର ଓରଫ ସରୋଜ ପଟ୍ଟନାୟକ ଏକକ ଭାବେ ସର୍ବପ୍ରଥମେ ‘ଫୁଲଚନ୍ଦନ’ ଛବିରେ ସ୍ବର ସଂଯୋଜନା କରିଥିଲେ। ସଂଯୋଗବଶତଃ ଏହା ଥିଲା ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ପ୍ରଥମ ଛବି। ‘ଫୁଲଚନ୍ଦନ’ର ସବୁଯାକ ଗୀତ (ତୋ ବିନା ଲାଗେନା ଭଲ କିଛି..., କହନ ଏ ଫୁଲ କହନା..., ଏଇ ଯେ ବନଲତା ପାହାଡ଼..., ଏଇ ମନକୁ ଭୁଲାଇ ରଖିଥିଲି..., ନାହିଁ ମୋ ପାଦେ ଆଜି ନୁପୁର..., ନା ପ୍ରଜାପତି... ଓ ମନେ ପଡ଼େ ଯଦି..) ଖୁବ୍ ଲୋକପ୍ରିୟ ହୋଇଥିଲା। ଆଉ ଏକ ଉଲ୍ଲେଖନୀୟ କଥା ହେଲା, ‘ଫୁଲଚନ୍ଦନ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମହମ୍ମଦ ମହସୀନ ଓ ସଂଗୀତ ନିର୍ଦ୍ଦେଶକ ଭାବେ ସରୋଜ ପଟ୍ଟନାୟକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ଲାଭ କରିଥିଲେ। ମାତ୍ର ଏହା ପରେ ଅନ୍ୟ କୌଣସି ଛବିରେ ଏ ଦୁହେଁ ଏକାଠି କାମ କରି ନଥିଲେ।
ଭୁବନେଶ୍ବର ମିଶ୍ର: ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଭୁବନେଶ୍ବର ମିଶ୍ର ବି ମହସୀନଙ୍କ ନିର୍ଦ୍ଦେଶିତ କେବଳ ଗୋଟିଏ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ। ତାଙ୍କ ସ୍ବରରୋପିତ ‘ଜନନୀ’(୧୯୮୪) ଚଳଚ୍ଚିତ୍ରର ‘ବେଦରଦୀ ଏଇ ଦୁନିଅାରେ ଭଲା...’ ଓ ‘ଭଲପାଏ ଭଲପାଏ..’ ଆଦି ଗୀତ ବେଶ୍ ଶ୍ରୁତିମଧୁର ହୋଇଥିଲା।
ମୁସୀର: ମ୍ୟୁଜିକାଲ ହିଟ୍ ‘ସମର ସଲିମ୍ ସାଇମନ୍’ ଫିଲ୍ମରୁ ସଂଗୀତକାର ଭାବେ କ୍ୟାରିଅର୍ ଆରମ୍ଭ କରିଥିବା ମୁସୀର ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ସହରୀବାଘ’ (୧୯୮୫)ର ସ୍ବର ସଂଯୋଜକ ଥିଲେ। ଏଥିରେ ଥିବା ‘ଆଜି ମୁଁ ପିଇନି...’, ‘ମୁଁ କଟକୀ ଲାଲା ମୁଁ ଲଟେରି ବାଲା..’ ଆଦି ଗୀତ ବେଶ୍ ଲୋକପ୍ରିୟ।
ସରୋଜ ନନ୍ଦ: ନବେ ଦଶକର ଜଣାଶୁଣା ସଂଗୀତ ନିର୍ଦ୍ଦେଶକ ସରୋଜ ନନ୍ଦ ବି ମହସୀନଙ୍କ ସହ ଗୋଟାଏ ଛବିରେ କାମ କରିଛନ୍ତି। ୧୯୮୮ର ଛବି ‘ଲକ୍ଷ୍ମୀପ୍ରତିମା’ରେ ସ୍ଥାନୀତ ଗୀତ ‘ଦୁନିଅା ନୂଆ ନୂଆ ଲାଗେରେ..’ ଓ ‘କାନ୍ଦନାରେ କାନ୍ଦନାରେ ବନର ଶାରୀ..’ ବେଶ୍ ଶ୍ରୁତିମଧୁର ହୋଇଥିଲା। ଆଉ ଏହି ସିନେମା ପାଇଁ ସରୋଜ ନନ୍ଦ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।
ମନ୍ମଥ ମିଶ୍ର: ଲୋକପ୍ରିୟ ସଂଗୀତକାର ମନ୍ମଥ ମିଶ୍ରଙ୍କ କ୍ଷେତ୍ରରେ ବି ସମାନ କଥା ଘଟିଥିଲା। ସେ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଧର୍ମ ସହିଲେ ହେଲା’ (୨୦୦୧)ରେ ସ୍ବର ସଂଯୋଜନା କରିଥିଲେ।
ମଳୟ ମିଶ୍ର: ମେଲୋଡି ମେକର୍ ମଳୟ ମିଶ୍ର ବି ମହସୀନଙ୍କ ସହ ଥରଟିଏ କାମ କରିବାର ସୁଯୋଗ ପାଇଥିଲେ। ୨୦୦୨ରେ ମୁକ୍ତିପ୍ରାପ୍ତ ‘ସନ୍ତାନ’ରେ ଥିବା ‘ମଥାରେ ଦେଇ ପାଟଓଢ଼ଣି...’ ଓ ଏହାର ଶୀର୍ଷକ ଗୀତ ଅବଶ୍ୟ ଚହଳ ପକାଇଥିଲା।

4 days ago
3