Politics: ତେଜିଲା ରାଜନୀତି

1 hour ago 1
.

କଣ୍ଟାପଡ଼ା: ବାଲିଅନ୍ତା ଥାନା ପୁଲିସ ଉପସ୍ଥିତିରେ ଜିଆରପି ପୁଲିସ କନେଷ୍ଟବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା ଘଟଣାକୁ ନେଇ ତାଙ୍କ ଗ୍ରାମରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ମୃତ ସୌମ୍ୟରଞ୍ଜନଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଶୁକ୍ରବାର ଅପରାହ୍ଣରେ ସୌମ୍ୟରଞ୍ଜନଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତାର ମଉଜପୁର ଛକଠାରେ ଶବ ରଖି ରାସ୍ତାରୋକ କରିଥିଲେ। ଆନ୍ଦୋଳନକୁ ସମର୍ଥନ ଜଣାଇ ବିଜେଡି, ବିଜେପି ଓ କଂଗ୍ରେସ ଦଳର କର୍ମୀମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇଥିଲେ। ଅପରାହ୍ଣ ୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ରାସ୍ତାରୋକ ଚାଲିଥିଲା। ଘଟଣାସ୍ଥଳରେ କଟକ ଗ୍ରାମାଞ୍ଚଳ ଏସ୍‌ପି ବିନୀତ ଅଗ୍ରୱାଲ୍‌ ଓ ସଦର ଉପଖଣ୍ଡ ପୁଲିସ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କଙ୍କୁ ବୁଝାସୁଝା କରିଥିଲେ। ସୌମ୍ୟରଞ୍ଜନଙ୍କୁ ହତ୍ୟା କରିଥିବା ୩୦ ଜଣଙ୍କ ନାମରେ ପରିବାର ପକ୍ଷରୁ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୁଲିସ ମାତ୍ର ୫ ଜଣଙ୍କୁ ଗିରଫ କରିଛି। ଅନ୍ୟ ୨୫ ଜଣ ଅଭିଯୁକ୍ତ ଫେରାର ରହିଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରିବା ସହ ବାଲିଅନ୍ତା ଥାନା ପୁଲିସ ଗିରଫ କରିଥିବା ମୃତ ସୌମ୍ୟରଞ୍ଜନଙ୍କ ସାଥୀ ଓମ୍‌ପ୍ରକାଶ ରାଉତଙ୍କୁ ତୁରନ୍ତ ଛାଡ଼ିବା ପାଇଁ ଆନ୍ଦୋଳନକାରୀମାନେ ଦାବି ରଖିଥିଲେ। ସୌମ୍ୟରଞ୍ଜନ ଜିଆର୍‌ପିରେ ଚାକିରି କରିଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଥିଲେ। ନିୟମ ଅନୁଯାୟୀ ଅର୍ଥ ଦିଆଯିବ ଓ ଅନ୍ୟ ଦାବିଗୁଡ଼ିକ ଉପରେ ପଦକ୍ଷେପ ନିଆଯିବ ବୋଲି ଗ୍ରାମାଞ୍ଚଳ ଏସ୍‌ପି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

Railway: ଚର୍ଚ୍ଚାରେ ତତ୍କାଳୀନ ରେଳବାଇ ଏଡିଜି

ମୁହଁ ଖୋଲିଲେ ଦୁଇ ମନ୍ତ୍ରୀ, ଆଇନ୍‌କୁ ହାତକୁ ନିଅନି
 

ବାଲିଅନ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣାରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ କହିଛନ୍ତି ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହତ୍ୟାରେ ସମ୍ପୃକ୍ତ ଦୋଷୀଙ୍କୁ ଛଡ଼ାଯିବ ନାହିଁ। ପୁଲିସ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି। ପୁଲିସକୁ ଉପରୁ ଡର କମିଯିବା କହିବା ଠିକ୍ ନୁହେଁ। ସେହିପରିରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଆଇନକୁ ହାତକୁ ନେବା ଉଚିତ ନୁହେଁ। ଯେଉଁମାନେ ସରକାରରେ ଅଛନ୍ତି ସେମାନଙ୍କ ମୂଳ କାମ ରାଜଧର୍ମ କିପରି ପାଳନ କରିବେ।  ଅପରାଧ ପ୍ରବଣତା ରୋକିବା ପାଇଁ ଆମକୁ ଆହୁରି ଯତ୍ନବାନ ହେବାକୁ ପଡ଼ିବ। ଅପରାଧୀଙ୍କୁ ବିରୋଧରେ ଆମେ ସଫଳତାର ସହ କାର୍ଯ୍ୟାନୁଷ୍ଠାନ ନେଇଛୁ। ଆଇନକୁ ହାତକୁ ନେବା ଭଳି ଘଟଣା ଯେପରି ନଘଟିବ ସେଥିପାଇଁ ସଚେତନତା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

Death: ମୃତ୍ୟୁର ୧୭ ବର୍ଷ ପରେ ବି ୧ ନମ୍ବର

‘ପୁଲିସ ବିନା ଦୋଷରେ ସୁରଜଙ୍କୁ କୋର୍ଟଚାଲାଣ କରିଛି’

 କଟକ ଜିଲ୍ଲା ଓଲଟପୁର ଥାନା ମଉଜପୁର ଗ୍ରାମର ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ଗତକାଲି ବାଲିଅନ୍ତା ଥାନା ରାମଚନ୍ଦ୍ରପୁର କାଜ ନିକଟରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ପରେ ସ୍ଥାନୀୟ ଲୋକେ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଏହି ଘଟଣା ପରେ ସୌମ୍ୟରଞ୍ଜନ ପରିବାର ଲୋକେ ପୁଲିସ ଉପସ୍ଥିତିରେ ପୁଅକୁ ସଂଘବଦ୍ଧ ଭାବରେ ମାରିଦେଇଥିବା ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ରାତିତମାମ ଭିଡିଓରେ ଥିବା ଯୁବକମାନଙ୍କୁ ପ୍ରଥମେ ଚିହ୍ନଟ କରି ୫ ଜଣଙ୍କୁ ଉଠାଇ ଆଣି ଥାନାରେ ରଖିଥିଲା। ସେଥିମଧ୍ୟରୁ ବେଣୁପୁର ପଞ୍ଚାୟତର ସୁରଜ ଓଝାଙ୍କ ପରିବାର ଅଭିଯୋଗ କରିଛନ୍ତି, ତାଙ୍କ ପୁଅ ବେଣୁପୁର ଛକ ନିକଟରେ ଥିବା ଗ୍ୟାରେଜରେ କାମ କରୁଥିଲେ। ୧୨.୨ ମିନିଟରେ ଗ୍ୟାରେଜ୍‌ରୁ ବାହାରି ଜଣେ ସାଙ୍ଗ ସହ ଗାଡ଼ିର ଉପକରଣ କିଣିବା ପାଇଁ ଭିଙ୍ଗାରପୁର ବାହାରିଥିଲେ। ରାସ୍ତା ଅବରୋଧ ଥିବାରୁ ଦୁହେଁ ଗାଡ଼ିରୁ ଓହ୍ଲାଇ ଘଟଣାସ୍ଥଳକୁ ଯାଇଥିଲେ। ଏହି ସମୟରେ କଏଦ ହୋଇଥିବା ଦୃଶ୍ୟ ଆଧାରରେ ପୁଲିସ ସୁରଜକୁ ଉଠାଇ ନେଇଛି। ପୁଅର ଏହି  ଘଟଣା ସହିତ କୌଣସି ସମ୍ପର୍କ ନାହିଁ କି ସୌମ୍ୟରଞ୍ଜନଙ୍କୁ ମାର୍‌ପିଟ୍‌ ନକରି ବି ବିନା ଦୋଷରେ ପୁଅକୁ ଗିରଫ କରି କୋର୍ଟଚାଲାଣ କରିଛି ବୋଲି ସୁରଜଙ୍କ ଭାଇ ମନୋଜ ଓଝା ପୁଲିସ ନାଁରେ ଅଭିଯୋଗ କରିଛନ୍ତି। ସିସିଟିଭିରେ ୧୨ଟା ୧୩ରେ ପିସିଆର୍‌ ଭ୍ୟାନ୍‌ ଏକ ଟ୍ରକ୍ ଯୋଗେ ସୌମ୍ୟଙ୍କୁ ଚିକିତ୍ସା ପାଇଁ ନେଉଥିବା ଭିଡିଓକୁ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ପ୍ରମାଣ ଭାବରେ ଉପସ୍ଥାପନ କରିଛନ୍ତି। ଯେଉଁମାନେ ଏହି ଘଟଣାରେ ପ୍ରକୃତ ଦୋଷୀ ସେମାନଙ୍କ ପାଖରେ ପୁଲିସ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ ବୋଲି ସୁରଜଙ୍କ ବାପା ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ପୁଲିସ ଉପରୁ ଲୋକଙ୍କ ଭରସା ଉଠିଯାଉଛି ବୋଲି ସୁରଜଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଅପରାଧର ପେଣ୍ଠସ୍ଥଳୀ ପାଲଟିଛି ଓଡ଼ିଶା: ବିଜେଡି
 

ଗତ ସପ୍ତାହେ ହେଲା ଓଡ଼ିଶାର ବିଭିନ୍ନ ସ୍ଥାନରେ ଅପରାଧୀମାନେ ନାରକୀୟ କାଣ୍ଡ ରଚାଉଛନ୍ତି। ଏଥିରୁ ରାଜ୍ୟର ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡ଼ିଥିବା ପ୍ରତ୍ୟୟମାନ ହେଉଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସଞ୍ଜୟ ଦାସବର୍ମା ଓ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ରାଜ୍ୟରେ ବଢ଼ିଚାଲିଥିବା ଅପରାଧ ଓ ଜଘନ୍ୟ ହତ୍ୟାକାଣ୍ଡ ପୂର୍ବରୁ କେବେ ଦେଖିବାକୁ ମିଳୁ ନଥିଲା। ଲୋକ ଘରୁ ବାହାରିବାକୁ ଭୟ କଲେଣି। ବିଜେପି ସରକାର କ୍ଷମତାକୁ ଆସିବା ପରେ ଗୃହ ବିଭାଗର ଅପାରଗତା ଲାଗି ଓଡ଼ିଶା ଆଜି ସମଗ୍ର ଦେଶରେ ନିନ୍ଦିତ ହେଉଛି। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ କିଭଳି ଦୃଢ଼ତାର ସହ ମୁକାବିଲା କରାଯିବ, ସେ କଥା ନକରି ସରକାର ଆତ୍ମରକ୍ଷା ପାଇଁ ବିଭିନ୍ନ ପ୍ରକାର ରାଜନୈତିକ ବିବୃତି ଦେବା ସହ ପ୍ରଶାସନିକ ବିବୃତି ମଧ୍ୟ ଅଫିସରଙ୍କ ଜରିଆରେ ପ୍ରଦାନ କରୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାକର ବିଷୟ।  ଗତ ଏକ ସପ୍ତାହ ମଧ୍ୟରେ ଢେଙ୍କାନାଳ ସଦର ବ୍ଲକ ଭାପୁର, ବଣିଆସାହିର ଜଣେ ଦଳିତ ମହିଳା ଅଶାନ୍ତି ନାୟକଙ୍କ ଉପରେ ଦୁଷ୍କର୍ମ ଓ ହତ୍ୟା ପାଇଁ ଉଦ୍ୟମ କରାଯାଇଥିଲା। ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡ଼ା ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ସ୍ପଷ୍ଟ ଦିବାଲୋକରେ ତାଙ୍କ ୩ ବର୍ଷର ଝିଅ ସମ୍ମୁଖରେ ବିଭତ୍ସ ଭାବେ ହତ୍ୟା କରାଯାଇଛି। ଏହି ଘଟଣାରେ ଉକ୍ତ ମହିଳା ପୁଲିସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୁଲିସ ସୁରକ୍ଷା ଯୋଗାଇ ପାରିଲା ନାହିଁ। କେବଳ ଏତିକି ନୁହେଁ, କଣାସ ଗୋଲାବଜାରରେ ମୃତ୍ୟୁଞ୍ଜୟ ଭାରିମଲଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ତାଙ୍କର ଗୋଟେ ଗୋଡ଼ ଓ ଗୋଟେ ହାତକୁ ଦୁର୍ବୃତ୍ତମାନେ କାଟି ଦେଇଛନ୍ତି। ଏହି ଘଟଣାର ମୁଖ୍ୟ ଆସାମୀକୁ ପୁଲିସ ଧରି ନାହିଁ। ସେହିପରି ଗତକାଲି ବାଲିଅନ୍ତା ରାମଚନ୍ଦ୍ରପୁର ବ୍ରିଜ୍ ନିକଟରେ ପୁଲିସର ଉପସ୍ଥିତିକୁ ଭୃକ୍ଷେପ ନ କରି ପିଟି ପିଟି ଜଣେ ଯୁବକଙ୍କୁ ମାରିଦେବା ଦୁର୍ଭାଗ୍ୟଜନକ। ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା କରିବାରେ ସରକାର ସଂପୂର୍ଣ୍ଣ ବିଫଳ। ଘଟଣାରେ ମୃତ୍ୟୁବରଣ କରିଥିବା ସୌମ୍ୟ ସ୍ୱାଇଁଙ୍କର ଅପରାଧିକ ରେକର୍ଡ ଥିଲା ବୋଲି ଜିଆରପି ଏସ୍‌ପି ଗଣମାଧ୍ୟମରେ ବିବୃତି ଦେବା ଦୁର୍ଭାଗ୍ୟଜନକ। ବାଲିଅନ୍ତାରେ ଘଟିଥିବା ଅମାନବୀୟ ଘଟଣାରେ ଦୋଷୀ ତଥା ପୁଲିସକୁ ଘଣ୍ଟ ଘୋଡ଼ାଇବା ପାଇଁ ଘଟଣାସ୍ଥଳରେ ପହଞ୍ଚି ମହିଳା କମିସନ ଏକ ନାଟକ କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।

ଉଚ୍ଚସ୍ତରୀୟ ତଦନ୍ତ କରାଯାଉ: ଭକ୍ତ

ଭିଡ଼ ହିଂସା, ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣା ଓଡ଼ିଶାକୁ ଦୋହଲାଇ ଦେଲାଣି। ହେଲେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରଙ୍କ ପୂରା କ୍ୟାବିନେଟ ନିର୍ବାଚନ ଫଳାଫଳକୁ ନେଇ ଝାଲମୁଢ଼ି ଖାଇ ଖୁସି ମନାଉଛନ୍ତି। ଏପଟେ ରାଜ୍ୟର ନିରୀହ ଲୋକ ଅପରାଧର ଶିକାର ହେଉଛନ୍ତି। ଭୁବନେଶ୍ୱରର ବାଲିଅନ୍ତା ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ। ଏକ ପ୍ରେସ୍‌ ବିବୃତ୍ତିରେ ଶ୍ରୀ ଦାସ କହିଛନ୍ତି ଯେ ଏହି ଘଟଣା ସମଗ୍ର ଦେଶରେ ଓଡ଼ିଶାକୁ ନିନ୍ଦା ଆଣିଛି। ପୂର୍ବରୁ ରାଜ୍ୟରେ ଏଭଳି ବହୁ ଅମାନବୀୟ ଘଟଣା ଘଟିଚାଲିଥିଲେ ମଧ୍ୟ ରାଜ୍ୟର ଡବଲ ଇଂଜିନ ସରକାର ଏଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ନାରୀଙ୍କ ଉପରେ ଉଦ୍‌ବେଗଜନକ ଅତ୍ୟାଚାର ଓ ଶାସକ ଦଳର ଛତ୍ରଛାୟାରେ ଏହି ଗୁଣ୍ଡାରାଜ ଚାଲିଛି। ୨୦୨୪ ମସିହା ଜୁନ୍‌ ମାସରୁ ଚଳିତବର୍ଷ ଫେବ୍ରୁଆରି ଭିତରେ ରାଜ୍ୟରେ ୫୪ଟି ସାଂପ୍ରଦାୟିକ ଦଙ୍ଗା ଓ ୭ଟି ଭିଡ଼ ହିଂସା ଘଟଣା ଘଟିଛି। ୩ଦିନ ତଳେ କଳାହାଣ୍ଡି ଜୟପାଟଣା ବ୍ଲକ୍ ଅଧୀନସ୍ଥ ତଳଗୁଡ଼ା ଗ୍ରାମର ଜଣେ ଦଳିତ ଯୁବକଙ୍କୁ ଗୋରୁ ଚମଡ଼ା କାରବାର କରୁଥିବା ଅଭିଯୋଗରେ ବଜରଙ୍ଗ ଦଳର କର୍ମୀମାନେ ପିଟିପିଟି ଦରମରା କରିଛନ୍ତି। ଜାନୁଆରି ବାଲେଶ୍ବରରେ ଜଣେ ସଂଖ୍ୟାଲଘୁଯୁବକଙ୍କୁ ହତ୍ୟା, ମୟୂରଭଞ୍ଜରେ ୧୪ବର୍ଷର ବାଳକଙ୍କୁ ଛେଳି ଚୋରି ଅଭିଯୋଗରେ ହତ୍ୟା କରାଯାଇଥିଲା।  ସମ୍ବଲପୁରରେ ପଶ୍ଚିମବଙ୍ଗର ଜଣେ ପ୍ରବାସୀ ଶ୍ରମିକଙ୍କୁ ଅବୈଧ ବାଂଲାଦେଶୀ ଅଭିଯୋଗରେ ଏକ ଭିଡ଼ ପିଟି ପିଟି ହତ୍ୟା କରିଥିଲା। ଖୋର୍ଦ୍ଧା ଜିଲ୍ଲାରେ ଜଣେ ସରକାରୀ ରେଳବାଇ ପୁଲିସ (ଜିଆରପି) କନଷ୍ଟେବଳଙ୍କୁ ପଟିପିଟି ହତ୍ୟା, ଗଞ୍ଜାମର ଖରୀଗୁମ୍ମା ଗ୍ରାମରେ ଦୁଇଜଣ ଦଳିତ ଯୁବକଙ୍କୁ ଗୋରୁଚାଲାଣ ଅଭିଯୋଗରେ ସେମାନଙ୍କ କାନ୍ଧରେ ହଳ ଲଗାଇ ସେମାନଙ୍କ ମୁଣ୍ଡର ଅଧାଚୁଟି କାଟି ନର୍ଦ୍ଦମା ପାଣି ପିଆଇବା ସହ ଘାସ ଖାଇବାକୁ ବାଧ୍ୟ କରାଗଲା। ଯାହା ଯେ କୌଣସି ସଭ୍ୟ ସମାଜ ପାଇଁ ଲଜ୍ଜା। ରାଜ୍ୟରେ ଆଇନ ଶୃଙ୍ଖଳା

ସୌମ୍ୟରଂଜନଙ୍କ ପରିବାରକୁ ଭେଟିଲେ ଜନତା କଂଗ୍ରେସ ପ୍ରତିନିଧି

 ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁରରେ ଭିଡ଼ ହିଂସାରେ‌ ସୌମ୍ୟରଂଜନ ସ୍ବାଇଁ ପ୍ରାଣ ହରାଇଛନ୍ତି। ଆଜି ଓଡ଼ିଶା ଜନତା କଂଗ୍ରେସ ପାର୍ଟି (ଓଜେସି)ର ଏକ ପ୍ରତିନିଧି ଦଳ ଆଜି କ୍ୟାପିଟାଲ ହସ୍ପିଟାଲରେ ମୃତ ସୌମ୍ୟଙ୍କ ପରିବାରକୁ ଭେଟିଛନ୍ତି। ମୃତକଙ୍କ ପରିବାରକୁ ୧କୋଟିର କ୍ଷତିପୂରଣ, ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଜଣେ ହାଇକୋର୍ଟ ବିଚାରପତିଙ୍କ ଦ୍ବାରା ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ ଦାବି କରାଯାଇଛି। ଏହାସହ ଆଇନ ଶୃଙ୍ଖଳା ରକ୍ଷାରେ ସଂପୂର୍ଣ୍ଣ ବିଫଳତା ସ୍ୱୀକାର କରି ମୁଖ୍ୟମନ୍ତ୍ରୀ ଏହାର ଉତ୍ତରଦାୟିତ୍ବ ନେବାକୁ ଦଳ ପକ୍ଷରୁ କୁହାଯାଇଛି। ଏହି ପ୍ରତିନିଧି ଦଳରେ ପ୍ରଦୀପ ପ୍ରଧାନ, ବାସୁଦେବ ଭଟ୍ଟ, ସଞ୍ଜୟ ରାୟ, ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ ମାଝୀ ଓ ବିବେକାନନ୍ଦ ବିଶ୍ୱାଳ ପ୍ରମୁଖ ସାମିଲ ହୋଇଥିଲେ।

Read Entire Article