ଓଡିଶା ଭାସ୍କର: ଆପଣଙ୍କ ସାମ୍ନାରେ ଥିବା ଲୋକ ମନର କ’ଣ ଚାଲିଛି ଜାଣିବା ପାଇଁ ଏହି ଉପାୟ ଆପଣାନ୍ତୁ । ଅନେକ ସମୟରେ ସାଙ୍ଗ ଆପଣଙ୍କୁ ବହୁତ ମିଛ କଥା କୁହେ ମାତ୍ର ଆପଣଙ୍କ ତାଙ୍କ କଥାକୁ ବିଶ୍ୱାସ କରିଯାଆନ୍ତି ଓ ପରେ ବହୁତ ହଇରାଣ ହୁଅନ୍ତି ।
ତେବେ ଏମିତି କିଛି ସାଇକୋଲୋଜିକାଲ ଫ୍ୟାକ୍ଟ ଅଛି ଯାହାକି ଆପଣଙ୍କୁ ଜଣାଇଦେବ କି ସାମ୍ନାରେ ବସିଥିବା ଲୋକଟି ସତ କହୁଛି ନା ମିଛ । ଏହି ସାଇକୋଲୋଜିକାଲ ଫ୍ୟାକ୍ଟସ ଆପଣାଇ ତୁମେ ୮୦ ପ୍ରତିଶତ କଥାର ସତ୍ୟତା ଜାଣିପାରିବ ।
ଜଣେ ଲୋକର ଆଖି ଦେଖି ଆପଣ ତା ମନରେ କଣ ଚାଲୁଛି ତାହା ଜାଣିପାରିବେ । ବିଶେଷଜ୍ଞଙ୍କ ମତରେ , ଯଦି ଜଣେ ବ୍ୟକ୍ତି ଡାହାଣକୁ ଏବଂ ତା’ପରେ ଉପରକୁ ଦେଖେ, ତେବେ ଏହାର ଅର୍ଥ ହେଉଛି ସେ ମିଛ କହୁଛନ୍ତି। ।
ତାଙ୍କର ଚାହାଣି କହିଦିଏ କି ସେ କିଛି କହିବା ଆଗରୁ ପ୍ରଥମେ କଣ କହିବେ ଭାବୁଛନ୍ତି । ଏହି ସମୟରେ, ବାମକୁ ଏବଂ ତା’ପରେ ତଳକୁ ଦେଖିବାର ଅର୍ଥ ହେଉଛି ବକ୍ତା ତଥ୍ୟଗୁଡ଼ିକୁ ମନେ ରଖିଛନ୍ତି କିମ୍ବା ଚିନ୍ତାଧାରା ମନେ ରଖିଛନ୍ତି।
ଯଦି କେହି ଉତ୍ତର ଦେବା ବେଳେ ମୁଣ୍ଡ ନୁଆଁ କଥା ହେଉଛନ୍ତି ଏହାର ଅର୍ଥ ସେ ଅସୁରକ୍ଷିତ ଅନୁଭବ କରୁଛନ୍ତି । ତେବେ ଯଦି କୌଣସି ବ୍ୟକ୍ତି ଆପଣଙ୍କ କଥା ଶୁଣି ସତରେ ହସୁଛନ୍ତି ତାହା ତାଙ୍କ ଆଖିରୁ ଜଣାପଡିଯିବ । ବ୍ୟକ୍ତି ହସିବା ସମୟରେ ତାଙ୍କ ଆଖିରେ ତାର ଝଲକ ଦେଖାଯାଏ ।
ମାତ୍ର ଯଦି କୌଣସି ବ୍ୟକ୍ତି ଆପଣଙ୍କ ସହ କଥା ହୋଇ ଆରାମଦାୟକ ଅନୁଭବ କରୁନାହାନ୍ତି ମାତ୍ର ସେ ଆପଣଙ୍କ ଜୋକ ଶୁଣି ହସୁଛନ୍ତି ଆପଣ ତାଙ୍କ ଆଖିକୁ ଦେଖନ୍ତୁ, ଏଥିରୁ ଆପଣ ଅନେକ କିଛି ଜାଣିପାରିବେ । ଯେପରିକତି ତାଙ୍କ ଆଖିରେ ଯଦି ଝଲକ ଦେଖିବାକୁ ମିଳେ ଏହାର ଅର୍ଥ ସେ ସତରେ ହସୁଛନ୍ତି ।
ଯଦି କାହାର ଚାଲିଚଳନ ହଠାତ୍ ପରିବର୍ତ୍ତନ ହୁଏ, କିମ୍ବା ଯଦି ସେ ମୁଣ୍ଡ ତଳକୁ ରଖନ୍ତି, ତେବେ ଏହାର ଅର୍ଥ ହେଉଛି ସେମାନଙ୍କଠାରେ ଆତ୍ମବିଶ୍ୱାସର ଅଭାବ ଅଛି ଓ ତାଙ୍କ ଜୀବନରେ କିଛି ଗୋଟେ ଖରାପ ଚାଲିଛି ।
ଯଦି ଆପଣ ଜଣେ ବନ୍ଧୁଙ୍କଠାରେ ଏହି ଗୁଣଗୁଡ଼ିକ ଲକ୍ଷ୍ୟ କରନ୍ତି, ତେବେ ତାଙ୍କ ସହ କଥା ହୁଅନ୍ତୁ ଓ ତାଙ୍କର ସମସ୍ତ କଥାକୁ ସମର୍ଥନ ପ୍ରଦାନ କରନ୍ତୁ। ଯଦି ଆପଣଙ୍କର ସେହି ବ୍ୟକ୍ତିଙ୍କ ସହିତ ଭଲ ସମ୍ପର୍କ ଅଛି, ତେବେ ଆପଣ ସିଧାସଳଖ ପ୍ରଶ୍ନ ପଚାରିପାରିବେ କି କିଛି ଅସୁବିଧା ହୋଇଛି କି ନାହିଁ ।ସାଇକୋଲୋଜି ଅନୁସାରେ, ଏହି ଦ୍ବାରା ବ୍ୟକ୍ତି ଜଣକ ତାଙ୍କ ମନ କଥା ପ୍ରକାଶ କରି ଦିଅନ୍ତି ଓ ତାଙ୍କୁ ହାଲକା ମଧ୍ୟ ଲାଗିଥାଏ ।