Swimming: କିମାଶ୍ଚର୍ଯ୍ୟମ୍‌: ସନ୍ତରଣ କରି ଶ୍ରୀଲଙ୍କାରୁ ଭାରତ

6 days ago 4
.

ବେଙ୍ଗାଲୁରୁର ଏକ ଯୁବ ଦମ୍ପତି ଦୁଃସାହସିକ ଉଦ୍ୟମ କରି ଶ୍ରୀଲଙ୍କାରୁ ପହଁରି ପହଁରି ଭାରତ ପହଞ୍ଚିବାରେ ସଫଳ ହୋଇଛନ୍ତି। ସେମାନେ ହେଉଛନ୍ତି ଦାନିଶ ଅବ୍‌ଦୀ ଓ ବୃଷାଲୀ ପ୍ରସାଦ। ଏହି ରେକର୍ଡ କରିବା ପାଇଁ ସେମାନେ ଗତ ୬ ତାରିଖରେ ଭାରତୀୟ ମହାସାଗରରେ ଏକତ୍ର ୧୦ ଘଣ୍ଟା ୪୫ ମିନିଟ ଧରି ପହଁରି ୩୨ କିଲୋମିଟର ଅତିକ୍ରମ କରିଥିଲେ। ଦାନିଶ ଓ ବୃଷାଲୀ  ରାମସେତୁ ମାର୍ଗକୁ ଏହି ରେକର୍ଡ ପାଇଁ ବାଛିଥିଲେ। ସେମାେନ ଶ୍ରୀଲଙ୍କାର ତଲାଇମନ୍ନାରରୁ ଯାତ୍ରା ଆରମ୍ଭ କରି ତାମିଲନାଡୁର ଧନୁଷକୋଡ଼ିରେ ପହଞ୍ଚିଥିଲେ। ସମୁଦ୍ରରେ ସେମାନଙ୍କୁ ଶକ୍ତିଶାଳୀ ସ୍ରୋତ ଭଳି ଏକାଧିକ ଅପ୍ରତ୍ୟାଶିତ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥିଲା।

West Bengal: ‘ନନ୍ଦୀଗ୍ରାମର ଯୋଦ୍ଧା’ ଏବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ

ସେମାନଙ୍କ ସୁରକ୍ଷା ଲାଗି ଏସ୍‌କର୍ଟ ବୋଟ୍‌, ପାରାମେଡିକ୍‌ସ ଓ କୋଷ୍ଟ ଗାର୍ଡ ଟିମ୍‌ ମଧ୍ୟ ଯାତ୍ରାପଥରେ ଉପସ୍ଥିତ ଥିଲେ। ଏହି ଯୁବ ଦମ୍ପତି ପେସାରେ ଆଇଟି କର୍ମଚାରୀ। ସେମାେନ ମାତ୍ର ଚାରି ବର୍ଷ ତଳେ ପହଁରା ଶିଖିବା ଆରମ୍ଭ କରିଥିଲେ। ନିୟମିତ ପ୍ରଶିକ୍ଷଣ ଜାରି ରଖିବା ସହିତ ସେମାନେ ରିଲେ ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଆସୁଥିଲେ। ତେବେ ପ୍ରଥମ ଥର ପାଇଁ ସେମାନେ ମିଳିତ ଭାବେ ଏତେ ଦୀର୍ଘ ସନ୍ତରଣ କରି ଶ୍ରୀଲଙ୍କାରୁ ଭାରତକୁ ପହଁରି ପହଁରି ଆସିଥିବା ପ୍ରଥମ ଦମ୍ପତି ହେବାର ରେକର୍ଡ କରିଛନ୍ତି। ଆଗକୁ ସେମାନେ ଏକାଠି ସନ୍ତରଣ କରି ଇଂଲିସ୍‌ ଚାନେଲ୍‌ ପାର କରିବାର ଲକ୍ଷ୍ୟ ରଖିଛନ୍ତି।

Violence: ହାଓଡ଼ାରେ ନିର୍ବାଚନ ପରବର୍ତ୍ତୀ ହିଂସା, ବିଜେପି କହିଲା- ଟିଏମ୍‌ସିର ଗୁଣ୍ଡାମାନେ ବୋମା ପକାଇଛନ୍ତି

Read Entire Article