Taxi Driver Death: ଟ୍ୟାକ୍ସି ଡ୍ରାଇଭର ମୃତ୍ୟୁ: ୪ ଗିରଫ

3 weeks ago 4
.

ଭୁବନେଶ୍ୱର ଟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ମାମଲା। ୪ ଜଣଙ୍କୁ ଗିରଫ କରାଯାଇଥିବା ସ୍ପଷ୍ଟ କଲେ ପୋଲିସ କମିଶନର।

ଭୁବନେଶ୍ୱରର ଚନ୍ଦକା ଜଙ୍ଗଲ ରାସ୍ତା କଡ଼ରୁ ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁଙ୍କ ମୃତଦେହ ମିଳିବା ଘଟଣାରେ ବଡ଼ ଅପଡେଟ୍‌ । ୪ ଜଣଙ୍କୁ ଗିରଫ କଲା ବଡଗଡ଼ ଥାନା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଏନ ଦିଲ୍ଲୀପ କୁମାର, ରମେଶ ଚନ୍ଦ୍ର ବେହେରା, କେ ରବୀନ୍ଦ୍ର ଏବଂ ଦୀପକ କୁମାର ସାହୁକା। ସମସ୍ତ ଅଭିଯୁକ୍ତଙ୍କ ଘର ଗଜପତି ଜିଲ୍ଲାରେ ବୋଲି ସୋମବାର ପୋଲିସ କମିଶନର ପ୍ରେସ୍‌ମିଟ୍‌ କରି ସୂଚନା ଦେଇଛନ୍ତି ।

ଅପହରଣ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଏହି ୪ ଜଣଙ୍କୁ ଗିରଫ କରାଯାଇଛି । ଜବ୍ ଦେବାକୁ କହି ଏମାନଙ୍କ ଠାରୁ ଟଙ୍କା ଓ ଡକ୍ୟୁମେଣ୍ଟ ନିଆଯାଇଥିଲା। ଟଙ୍କା ଓ ଡକ୍ୟୁମେଣ୍ଟ ଫେରସ୍ତ ପାଇଁ ଏମାନେ ବିଦ୍ୟାଧରକୁ କହୁଥିଲେ। ହେଲେ ବିଦ୍ୟାଧର କିନ୍ତୁ ଧରାଛୁଆଁ ଦେଉନଥିଲେ। ଏଥିପାଇଁ ଗତ ୧୫ ତାରିଖରେ ତାଙ୍କୁ ଅପହରଣ କରାଯାଇଥଇଲା।

ଏହି ଘଟଣାରେ ୮ ରୁ ଅଧିକ ଲୋକଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ରେଡ କରୁଛି । ଖାଲି ସେତିକି ନୁହେଁ ଉକ୍ତ ମାଡାମଙ୍କ ନାଁରେ ମଧ୍ୟ ସମାନ ଦଫା ଲଗା ଯାଥିବା ମଧ୍ୟ କହିଛନ୍ତି ପୋଲିସ କମିଶନର।

ସୂଚନା ଥାଉ କି, ଅପହରଣକାରୀମାନେ ଟଙ୍କା ନ ପାଇବାରୁ ଗତ ୧୫ ତାରିଖରେ ବିଦ୍ୟାଧରଙ୍କୁ ଅପହରଣ କରି ନେଇଥିଲେ। ଏହା ପରେ ୨ କୋଟି ଟଙ୍କା ମୁଣ୍ଡ ଜାମିନ ରଖିବା ସହ ଯାଜପୁର ଅଞ୍ଚଳରେ ଏକ ଘରେ ଅଟକ ରଖିଥିଲେ। ଘରେ ଅଟକ ରଖିଥିବା ବେଳେ ସେଠାରୁ ଖସି ନ ପାରିବା ଓ ନେଇଥିବା ଟଙ୍କା ଫେରସ୍ତ କରି ନପାରିବା ଦେଖି ବିଦ୍ୟାଧର ଆତ୍ମହତ୍ୟା କରିଥିଲେ।

ନିଜ ପାଖରେ ଥିବା ଧଳା ଗାମୁଛାରେ ଫ୍ୟାନରେ ଝୁଲି ପଡିଥିଲେ। ବିଦ୍ୟାଧର ଆତ୍ମହତ୍ୟା କରିଥିବା ଦେଖି ହଡବଡେଇ ଯାଇଥିଲେ ଅପହରଣକାରୀ। ଶେଷରେ ଅନ୍ୟ ଉପାୟ ନ ପାଇ ମୃତଦେହକୁ ଟ୍ୟାକ୍ସିରେ ଆଣି ଚନ୍ଦକା ଅଞ୍ଚଳରେ ଫୋପାଡି ଚାଲିଯାଇଥିଲେ। ପୁରା ଘଟଣାରେ ଟଙ୍କା ନେଇ ଫେରାର ଅଛନ୍ତି ଜ୍ୟୋତ୍ସ୍ନା ମ୍ୟାଡାମ୍‌। ଯିଏକି ଚାକିରି ଦେବାକୁ କହି ଠକେଇ କରୁଥିଲେ ଠ। ଗଢିଥିଲେ ଠକେଇ ଗ୍ୟାଙ୍ଗ। ଯାହାର ସଦସ୍ୟ ଥିଲେ ମୃତ ଟ୍ୟାକ୍ସି ଡ୍ରାଇଭର୍ ବିଦ୍ୟାଧର।

Read Entire Article