Young man: ଯୁବକଙ୍କୁ କାଠଫାଳିଆରେ ପିଟିପିଟି ନିର୍ମମ ହତ୍ୟା

1 month ago 16
.

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଅଞ୍ଚଳରେ ଜଣେ ଯୁବକଙ୍କୁ କାଠଫାଳିଆରେ ପିଟିପିଟି ମାରିଦିଆଯାଇଛି। କୋଇଡ଼ା ଥାନା ସର୍ଗିଗଡ଼ ମୁଣ୍ଡା ସାହିରେ ଗୁରୁବାର ସନ୍ଧ୍ୟାରେ ଜଣଙ୍କ ଘରେ ଶୁଦ୍ଧିକ୍ରିୟା ଭୋଜି ଚାଲିଥିଲା।

🔴 LIVE News Updates 2026 May 9: ଆଜି ଠାରୁ ପଶ୍ଚିମବଙ୍ଗରେ ଶୁଭେନ୍ଦୁଙ୍କ ସରକାର; ୧୩ଟି ରାଜ୍ୟକୁ ବର୍ଷା ଏବଂ ଘୁର୍ଣ୍ଣିଝଡ଼ ସତର୍କତା ଜାରି; ଋଷ ଏବଂ ୟୁକ୍ରେନ ମଧ୍ୟରେ ୩ଦିନିଆ ଅସ୍ତ୍ରବିରତି

Kidnapped: ସ୍ତ୍ରୀକୁ ହତ୍ୟା ପାଇଁ ଶଳାକୁ ଅପହରଣ

ସାହି ଲୋକେ ଭୋଜିଭାତ ଓ ହାଣ୍ଡିଆ ଆସରରେ ମସଗୁଲ ଥିଲେ। ରାତି ପ୍ରାୟ ୮ଟା ସମୟରେ ମାନସିଂ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ରାଇମନି ମୁଣ୍ଡା ନିଜ ଛୋଟପିଲାଙ୍କ ସହ ଘର ପାଖ ଜାମୁକୋଳି ଗଛ ନିକଟରୁ ଫେରୁଥିବା ବେଳେ ରାଇମନିଙ୍କ ସଂପର୍କୀୟ ଭାଇ ସାଧୁ ମୁଣ୍ଡା (୪୫)ଙ୍କ ସହ ଭେଟ ହୋଇଥିଲା। କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହେବାରୁ ସାଧୁ ମୁଣ୍ଡା ଉତ୍ତ୍ୟକ୍ତ ହୋଇ ଏକ କାଠଫାଳିଆରେ ମାନସିଂଙ୍କୁ ପିଟି ଲହୁଲୁହାଣ କରିଦେଇଥିଲା। ସ୍ବାମୀଙ୍କୁ ମାଡ଼ ଘଟଣାକୁ ରାଇମନି ପ୍ରତିବାଦ କରିବା ସହ ପୁତୁରା ରୋଇ ମୁଣ୍ଡା (୪୪)କୁ ଡାକିଥିଲେ। ନିଶାରେ ଚୁର୍‌ ଥିବା ରୋଇ ମୁଣ୍ଡା ସେଇ କାଠଫାଳିଆରେ ସଂପର୍କୀୟ ମାମୁ ସାଧୁ ମୁଣ୍ଡାଙ୍କୁ ନିସ୍ତୁକ ପିଟିଥିଲା। ସାଧୁ ଅଚେତ ହୋଇ ପଡ଼ିଯିବା ଫଳରେ ସାହି ଲୋକେ ମୃତ ଭାବି ଘୋଷାରି ଘୋଷାରି ଘରେ ରଖିଦେଇଥିଲେ। ଆଜି ସକାଳେ ଖବର ପାଇ କୋଇଡ଼ା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରୋଇ ମୁଣ୍ଡାକୁ ଗିରଫ କରିବା ସହ ବଣାଇ କୋର୍ଟ ଚାଲାଣ କରିଛନ୍ତି। ଏ ନେଇ ଥାନାରେ ୧୧୫/୨୬ରେ ଏକ ମାମଲା ରୁଜୁ  ହୋଇଛି।

Read Entire Article