ନୂଆଦିଲ୍ଲୀ: ଆପଣ କଲେଜ କିମ୍ବା ଅଫିସ୍ ପରେ ଘରେ ବସି ବୋର୍ ହେଉଛନ୍ତି କି? କୌଣସି କାମ ସନ୍ଧାନରେ ଅଛନ୍ତି କି? ଅଜଥାରେ ଫେସ୍ବୁକ୍ ବା ଇନ୍ଷ୍ଟାରେ ସମୟ ଅତିବାହିତ କରୁଛନ୍ତି କି? ତାହାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ଘରେ ବସି ସେହି ସମୟ ଦେଇ ରୋଜଗାର କରିପାରିବେ ମାସକୁ ୫୦ ହଜାର ଟଙ୍କା। ଏହାଦ୍ୱାରା ଆପଣ ଆପଣଙ୍କର ଛୋଟମୋଟ ଆବଶ୍ୟକତା ପୂରଣ କରିପାରିବେ। ବିଲ୍ ପେମେଣ୍ଟ କରିପାରିବେ। ତା’ହେଲେ ଆସନ୍ତୁ ତାହା ଉପରେ ନଜର ପକାଇବା।
୧: ଭିଡିଓ ଏଡିଟିଂ
ଆଜିର ସମୟରେ ପ୍ରତ୍ୟେକ ବ୍ୟକ୍ତି କଣ୍ଟେଣ୍ଟ କ୍ରିଏଟର, ଇନଫ୍ଲୁଏନ୍ସର କିମ୍ବା ବିଜନେସମ୍ୟାନ୍ ହେବାକୁ ଚାହୁଁଛନ୍ତି। କିନ୍ତୁ ଏହି ପ୍ରଫେସନାଲମାନଙ୍କ ପାଇଁ ଭିଡିଓ ଏଡିଟରଙ୍କର ଆବଶ୍ୟକତା ଥାଏ। ଯଦି ଆପଣ ପ୍ରିମିୟର ପ୍ରୋ କିମ୍ବା କ୍ୟାପକଟ୍ ଭଳି ଆପ୍ସ ସାହାଯ୍ୟରେ ଏହି କାମ ଶିଖିନେବେ, ତେବେ ରୋଜଗାରର କୌଣସି ସୀମା ରହିବ ନାହିଁ। ରୀଲ୍ସ, ସର୍ଟସ ଓ ୟୁଟ୍ୟୁବ୍ ଭିଡିଓ ଏଡିଟ୍ କରିବା ପାଇଁ ଲୋକମାନେ ମନଇଚ୍ଛା ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି।
୨: ରୀଲ୍ସ ଓ ୟୁଟ୍ୟୁବ୍ ପାଇଁ ସ୍କ୍ରିପ୍ଟ ରାଇଟିଂ
ଯଦି ଆପଣଙ୍କୁ କାହାଣୀ ପ୍ରସ୍ତୁତ କରିବାରେ ଓ ସସପେନ୍ସ ତିଆରି କରିବାରେ କିମ୍ବା ଡାଇଲଗ୍ ଲେଖିବାରେ ମଜା ଆସେ, ତେବେ ସ୍କ୍ରିପ୍ଟ ରାଇଟିଂ ଆପଣଙ୍କ ପାଇଁ ସବୁଠାରୁ ଭଲ ବିକଳ୍ପ। ଇନଫ୍ଲୁଏନ୍ସର ଓ ପଡକାଷ୍ଟରମାନଙ୍କୁ ନିଜ ଭିଡିଓ ଭାଇରାଲ୍ କରିବା ପାଇଁ ଏକ ଭଲ ସ୍କ୍ରିପ୍ଟର ଆବଶ୍ୟକତା ଥାଏ। ଆପଣ ସେମାନଙ୍କ ପାଇଁ ୧-୧ ମିନିଟର ରୀଲ୍ସ ସ୍କ୍ରିପ୍ଟ କିମ୍ବା ୧୦ ମିନିଟର ୟୁଟ୍ୟୁବ୍ ସ୍କ୍ରିପ୍ଟ ଲେଖି ପ୍ରତି ସ୍କ୍ରିପ୍ଟ ପିଛା ୧,୦୦୦ ରୁ ୫,୦୦୦ ଟଙ୍କା ପର୍ୟ୍ୟନ୍ତ ଚାର୍ଜ କରିପାରିବେ। ଯଦି ଆପଣ ପ୍ରତିଦିନ ୩ ଘଣ୍ଟା ସମୟ ଏହି କାମରେ ଦେବେ, ତେବେ ଆପଣଙ୍କର ଲେଖା ଶୈଳୀ ତ ଭଲ ହେବ, ସାଙ୍ଗକୁ ଆପଣଙ୍କର ରୋଜଗାର ମଧ୍ୟ ଭଲ ହେବ ।
୩: ସୋସିଆଲ ମିଡିଆ ମ୍ୟାନେଜମେଣ୍ଟ
ଆପଣ ଦିନସାରା ଇନଷ୍ଟାଗ୍ରାମ, ଲିଙ୍କଡଇନ୍ କିମ୍ବା ଏକ୍ସରେ ପୋଷ୍ଟ, ମିମ୍ସ ଏବଂ ରୀଲ୍ସ ସ୍କ୍ରୋଲ କରୁଛନ୍ତି। ଏଭଳି ପରିସ୍ଥିତିରେ କାହିଁକି ଏହି ଅଭ୍ୟାସକୁ ରୋଜଗାରର ଏକ ମାଧ୍ୟମ କରୁନାହାନ୍ତି। ଅନେକ ଛୋଟ ବ୍ରାଣ୍ଡ, ଡାକ୍ତର, ଓକିଲ ଓ ସ୍ଥାନୀୟ ବ୍ୟବସାୟୀଙ୍କ ନିଜସ୍ୱ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଥାଏ। ଯେଉଁଥିରେ ସେମାନେ ନିଜର ପ୍ରୋଡକ୍ଟ ପ୍ରଦର୍ଶନ କରନ୍ତି। ଏଥିପାଇଁ ସେମାନଙ୍କୁ ସୋସିଆଲ ମିଡିଆ ମ୍ୟାନେଜରଙ୍କ ଆବଶ୍ୟକତା ପଡ଼ିଥାଏ। ଆପଣ ସେମାନଙ୍କ ପାଇଁ ପୋଷ୍ଟ ଶେଡ୍ୟୁଲ୍ କରିବା, କମେଣ୍ଟର ଉତ୍ତର ଦେବା ଏବଂ ବେସିକ୍ ଗ୍ରାଫିକ୍ ଡିଜାଇନ୍ କରିବାର ଦାୟିତ୍ୱ ନେଇପାରିବେ।

1 day ago
1