ଆଜି ସୁପ୍ରିମକୋର୍ଟରେ ଆଧାର ଶୁଣାଣି

1 day ago 1
.

ନୂଆଦିଲ୍ଲୀ,୧୬ା୬: ଭାରତର ବିଶିଷ୍ଟ ପରିଚୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ଆଧାର କାର୍ଡଗୁଡ଼ିକୁ ନାଗରିକତ୍ୱ, ବାସସ୍ଥାନ ପ୍ରମାଣ ଓ ଠିକଣା ପ୍ରମାଣ ଭାବେ ଦୁରୁପଯୋଗ କରାଯାଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ପିଟିଶନ ଦାଏର ହୋଇଥିବାବେଳେ ମଙ୍ଗଳବାର ଏହାର ଶୁଣାଣି ହେବ। ଆଧାର କାର୍ଡକୁ କେବଳ ପରିଚୟ ଯାଞ୍ଚ କାର୍ଯ୍ୟରେ ସୀମିତ ରଖିବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି। ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଦାଏର ଜନସ୍ବାର୍ଥ ମାମଲାର ଶୁଣାଣି ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ୍‌ ଭି. ମୋହନଙ୍କ ଖଣ୍ଡପୀଠରେ ହୋଇପାରେ। ଆଧାରକୁ କେବଳ ପରିଚୟର ପ୍ରମାଣ ଭାବେ ସୀମିତ କରିବାକୁ ଏବଂ ଏହାକୁ ନାଗରିକତ୍ୱ, ବାସସ୍ଥାନ ଓ ଜନ୍ମ ତାରିଖ ପ୍ରମାଣ ଭାବେ ବ୍ୟବହାର ନ କରିବା ଲାଗି କେନ୍ଦ୍ର, ରାଜ୍ୟ ଓ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେବା ଲାଗି ଉପାଧ୍ୟାୟ ଅଦାଲତଙ୍କୁ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily


Read Entire Article