ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦକ ସମ୍ମାନ ପ୍ରଦାନ କରିବେ ଇସ୍ରାଏଲ ସରକାର

2 days ago 1
.

ଡ଼େସ୍କ: ଗାଜା ଯୁଦ୍ଧବିରତିରେ ମଧ୍ୟସ୍ଥତା ଏବଂ ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତି ପାଇଁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ଇସ୍ରାଏଲ’ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ସମ୍ମାନ ଇସ୍ରାଏଲୀ ରାଷ୍ଟ୍ରପତି ପଦକ ସମ୍ମାନ ପ୍ରଦାନ କରିବ । ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ତାଙ୍କର ଆମେରିକୀୟ ପ୍ରତିପକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ । ଏହି ଘୋଷଣା ଏପରି ଏକ ସମୟରେ ହୋଇଛି ଯେତେବେଳେ ସାତ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଜାତୀୟ ରେଡକ୍ରସ କମିଟିକୁ ହସ୍ତାନ୍ତର କରାଯାଇଥିଲା ।

ଶ୍ରୀ ହର୍ଜୋଗ୍’ ଶ୍ରୀ ଟ୍ରମ୍ପଙ୍କ ଅକ୍ଳାନ୍ତ ପ୍ରୟାସକୁ ପ୍ରଶଂସା କରି କହିଛନ୍ତି ଯେ ସେ ଇସ୍ରାଏଲୀ ବନ୍ଧକମାନଙ୍କୁ ଫେରାଇ ଆଣିବାରେ ସାହାଯ୍ୟ କରିଥିଲେ । ସେ କହିଛନ୍ତି, ଶ୍ରୀ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ସୁରକ୍ଷା, ସହଯୋଗ ଏବଂ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ପାଇଁ ପ୍ରକୃତ ଆଶା ଉପରେ ନିର୍ମିତ ଏକ ନୂତନ ଯୁଗର ମୂଳଦୁଆ ମଧ୍ୟ ସ୍ଥାପନ କରିଥିଲେ ।

ଇସ୍ରାଏଲୀ ରାଷ୍ଟ୍ରପତି ସମ୍ମାନ ପଦକ ଇସ୍ରାଏଲ କିମ୍ବା ମାନବତା ପାଇଁ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଏ । ଏହି ପୁରସ୍କାର ପୂର୍ବରୁ ୨୦୧୩ରେ ପୂର୍ବତନ ଆମେରିକାର ରାଷ୍ଟ୍ରପତି ବାରାକ ଓବାମାଙ୍କୁ ପ୍ରଦାନ କରାଯାଇଛି ।

Read Entire Article