ଆଲ୍ଲା ହୁ ଆକବର୍… କ୍ୟାମେରା ଆଗରେ ନାରକୀୟ କାଣ୍ଡ ଘଟାଇଲା ହମାସ, ସମସ୍ତଙ୍କୁ ଆଣ୍ଠେଇ…

6 hours ago 1
.

CELLNET

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଶାନ୍ତି ପ୍ରସ୍ତାବ ଗୃହୀତ ହୋଇଛି। ଗାଜାରେ ଶାନ୍ତି ପାଇଁ ଇଜିପ୍ଟ ମାଟିରେ ଆମେରିକା, ତୁର୍କୀ ଏବଂ କତାରର ଉପସ୍ଥିତିରେ ଏହି ଚୁକ୍ତିନାମା ହୋଇଛି। କିନ୍ତୁ ଏହାରି ଭିତରେ ଏକ ଛାତି ଥରେଇଦେଲା ପରି ଭିଡିଓ ସାମ୍ନାକୁ ଆସିଛି। ଗୋଟେ ପଟେ ଦୁହେଁଙ୍କ ମଧ୍ୟ ଶାନ୍ତି ଚୁକ୍ତି ଚାଲିଥିବା ବେଳେ ଅନ୍ୟପଟେ ହମାସ କ୍ୟାମେରା ଆଗରେ ଲୋକଙ୍କୁ ହତ୍ୟା କରିବାର ଭିଡିଓ ଦେଖିବାକୁ ମିଳିଛି । ହମାସ ଆଠ ଜଣଙ୍କୁ ହତ୍ୟା କରିବାର ଏକ ଭିଡିଓ ସାମ୍ନାକୁ ଆସିଛି।

ଭିଡିଓ ଭାଇରାଲ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଦାବି କରାଯାଇଛି ଯେ, ହମାସର କିଛି ଯୁବକମାନେ ଆଠ ଜଣ ଲୋକଙ୍କୁ ଆଣ୍ଠୁମାଡ଼ି ବସିବାକୁ କହିଥିଲେ । ଏହାପରେ ଆଲ୍ଲା ହୁ ଆକବର୍ କହି ସେମାନଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ। ସମସ୍ତ ଆଠ ଜଣଙ୍କ ଆଖିରେ ପଟି ବାନ୍ଧା ହୋଇଥିଲା ଏବଂ ସେମାନଙ୍କ ହାତ ମଧ୍ୟ ବନ୍ଧା ହୋଇଥିଲା। ଗୁଳି ଫୁଟିବା ବେଳେ ଚାରିଆଡି “ଆଲ୍ଲା ହୁ ଆକବର”ର ନାରା ଶୁଣିବାକୁ ମିଳିଥିଲା ।

ଘଟଣା କ’ଣ: ଦାବି କରାଯାଉଛି ଯେ ହମାସ ଯୁବକଙ୍କ ଦ୍ୱାରା ହତ୍ୟା କରାଯାଇଥିବା ଆଠ ଜଣଙ୍କ ଉପରେ ଇସ୍ରାଏଲ ସହିତ ମିଶିଥିବା ନେଇ ଅଭିଯୋଗ ରହିଛି। ଗାଜା ଉପରେ ଏହାର କବଜାକୁ ମଜବୁତ କରିବା ପାଇଁ ହମାସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ଏହି ଭିଡିଓ ଇସ୍ରାଏଲ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ୍ୟ । ଇସ୍ରାଏଲ ଶାନ୍ତି ବଦଳରେ ସର୍ତ୍ତ ରଖିଥିଲା ​​ଯେ ହମାସ ତା’ର ଅସ୍ତ୍ରଶସ୍ତ୍ର ଏବଂ ହିଂସା ପରିତ୍ୟାଗ କରି ଗାଜା ଛାଡ଼ିବାକୁ ପଡିବ। ହମାସ ନିରନ୍ତର ଗାଜାକୁ ହିଂସାର ଏକ ମଞ୍ଚ ଭାବରେ ବ୍ୟବହାର କରିଆସିଛି।

୨୦ଜଣଙ୍କ ମୁକ୍ତ କରିଛି ହମାସ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ତ୍ରବିରତି ଯୋଜନାର ପ୍ରଥମ ପର୍ଯ୍ୟାୟର ଅଂଶ ସ୍ୱରୂପ, ହମାସ ୨୦ ଜଣ ଜୀବିତ ଇସ୍ରାଏଲୀ ବନ୍ଧକଙ୍କୁ ହସ୍ତାନ୍ତର କରିଛି। ହମାସ ମଧ୍ୟ ଚାରି ଜଣ ବନ୍ଧକଙ୍କ ମୃତଦେହ ରେଡକ୍ରସକୁ ହସ୍ତାନ୍ତର କରିଛି। ମୃତଦେହଗୁଡ଼ିକୁ ଚିହ୍ନଟ ପାଇଁ ତେଲ ଅଭିଭରେ ଥିବା ନ୍ୟାସନାଲ ସେଣ୍ଟର ଫର୍ ଫୋରେନସିକ୍ ମେଡିସିନ୍ କୁ ନିଆଯାଇଛି।

Read Entire Article