ଉଜୁଡିଗଲା ପୁରା ପରିବାର; ଦୀପାବଳି ପାଇଁ ଘରକୁ ଫେରିବା ବେଳେ ଜଳିଗଲା ବସ, ଜିଅନ୍ତା ଜଳିଗଲା ପୁରା ପରିବାର…

15 hours ago 1
.

ଜୈସାଲମାର ବସରେ ଗୋଟିଏ ପରିବାରର 5 ଜଣ ଜୀବନ୍ତ ଦଗ୍ଧ...

CELLNET

ଓଡିଶା ଭାସ୍କର: ମାଟିରେ ମିଶିଗଲା ଦୀପାବଳିରେ ମା’କୁ ଭେଟିବାର ସ୍ୱପ୍ନ । ଅଧାବାଟରେ ଚାଲିଗଲା ପୁଅ ଜୀବନ । ପୁଅ ସମେତ, ବୋହୁ ଓ ନାତି ମଧ୍ୟ ଜିଅନ୍ତା ଜଳିଗଲେ । ଉଜୁଡିଗଲା ସୁନାର ସଂସାର ।

ଜୈସାଲମାରରେ ଜଳିଯାଇଥିବା ବସରେ ମଧ୍ୟ ଜଳିଗଲା ପୁରା ପରିବାର । ମହେନ୍ଦ୍ର ମେଘୱାଲ ତାଙ୍କ ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ଦୀପାବଳି ପାଳନ କରିବା ପାଇଁ ଘରକୁ ଯାଉଥିଲେ। କିନ୍ତୁ ସେ ଜାଣି ନଥିଲେ ଯେ ଏହା ତାଙ୍କର ଶେଷ ଯାତ୍ରା ।

ବସଟି ଅଧାବାଟରେ ପୁରା ପୁରି ଜଳିଯାଇଥିଲା । ସଟ ସର୍କିଟ ଯୋଗେ ବସରେ ନିଆଁ ଲାଗିଥିବା କୁହାଯାଉଛି । ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି କୁହାଯାଇଛି ।

ବସ୍‌ରେ ନିଆଁ ଏତେ ଭୟଙ୍କର ଥିଲା ଯେ ମୃତକଙ୍କୁ ଚିହ୍ନଟ କରିବା ମଧ୍ୟ କଷ୍ଟକର ହୋଇପଡିଛି । ମହେନ୍ଦଙ୍କ ସହ ଥିବା ସମସ୍ତ ଲୋକଙ୍କ ମୃତ୍ଯୁ ହୋଇଥିବା ବେଳେ ଏପଯ୍ଯନ୍ତ ମହେନ୍ଦଙ୍କ ଶବ କେଉଁଟି ବୋଲି ଜଣାପଡିନାହିଁ ।

ପୋଲିସ ଏବେ ଡିଏନଏ ନମୁନା ସଂଗ୍ରହ କରିବାକୁ ପ୍ରସ୍ତୁତ ହେଉଛି। ଡିଏନଏ ଟେଷ୍ଟ ପରେ ସବୁ କିଛି ସ୍ପଷ୍ଟ ହୋଇଯିବ ।

ମହେନ୍ଦ୍ରଙ୍କ ସ୍ତ୍ରୀ ପାର୍ବତୀ, ଝିଅ ଖୁସ୍ବୁ, ଝିଅ ଦୀକ୍ଷା ଏବଂ ପୁଅ ଶୌର୍ଯ୍ୟଙ୍କ ମୃତ୍ୟୁ ହୋଇଥିବ ସ୍ପଷ୍ଟ ହୋଇଛି । ଏବେ ତାଙ୍କ ଘରେ କେବଳ ବୃଦ୍ଧା ମା ରହିଛନ୍ତି ।ଆଉ ସେ ପୁଅର ଘରକୁ ଫେରିବା ବାଟକୁ ଚାହିଁ ବସିଥିବା ବେଳେ ଏହି ଦୁଖଦ ଖବର ତାଙ୍କ ପାଖରେ ପହଁଚିଛି ।

ଏହି ଦୁଃଖଦ ଘଟଣା ଅନେକ ପରିବାରର ଖୁସିକୁ ଛଡ଼ାଇ ନେଇଛି। ଦୀପାବଳି ଖୁସି ବଦଳରେ ସମସ୍ତଙ୍କ ପାଇଁ ଶୋକରେ ପରିଣତ ହୋଇଛି। ଏହି ଦୁର୍ଭାଗ୍ୟପୂର୍ଣ୍ଣ ବସ୍ ଦୁର୍ଘଟଣାରେ ମହେନ୍ଦ୍ରଙ୍କ ସମଗ୍ର ପରିବାର ସମେତ କୋଡ଼ିଏ ଜଣଙ୍କ ମୃତ୍ୟୁ ହୋଇଥିଲା।

ପୋଲିସ ଡିଏନଏ ଟେଷ୍ଟ କରିବା ପାଇଁ ତାଙ୍କ ମାଙ୍କୁ ଯୋଧପୁର ଆଣିପାରେ ବୋଲି କୁହାଯାଉଛି । ଯଦି କୌଣସି ସମସ୍ୟା ଦେଖାଯାଏ ଆବଶ୍ୟକ ସ୍ଥଳେ ଡାକ୍ତରଙ୍କୁ ନେଇ ଗାଁକୁ ଯାଇପାରନ୍ତି ବୋଲି କୁହାଯାଇଛି ।

Read Entire Article