ଉଜ୍ଜ୍ୱଳା ହିତାଧିକାରୀଙ୍କୁ ବର୍ଷକୁ ମିଳିବ ୪ଟି ସିଲିଣ୍ଡର

1 day ago 1
.

ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରବୀଣ ମଲ ଖନୁଜା କହିଛନ୍ତି; ବଦଳା ଯାଇଥିବା ସୀମା ମୋଟାମୋଟି ଉଜ୍ଜ୍ୱଳା ହିତାଧିକାରୀଙ୍କ ହାରାହାରି ବାର୍ଷିକ ଖର୍ଚ୍ଚ ସହ ସମାନ

ନୂଆଦିଲ୍ଲୀ: ଉଜ୍ଜ୍ୱଳା ହିତାଧିକାରୀଙ୍କୁ ବଡ଼ ଝଟକା ଦେଲେ ସରକାର। ବର୍ଷକୁ ମିଳୁଥିବା ସବ୍‌ସିଡି ସିଲିଣ୍ଡର ସଂଖ୍ୟା କମାଇ ଦେଇଛନ୍ତି। ଏଣିକି ୯ଟି ବଦଳରେ ହିତାଧିକାରୀଙ୍କୁ ମିଳିବ ମାତ୍ର ୪ଟି ସବ୍‌ସିଡି ସିଲିଣ୍ଡର।

୨୦୧୬ ମେ’ ମାସରେ ଆରମ୍ଭ ହୋଇଥିଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‌ୟୱାଇ)। ଯାହା ଦ୍ୱାରା ଗରିବ ପରିବାରର ବୟସ୍କ ମହିଳାଙ୍କୁ ବିନା ଡିପୋଜିଟରେ ଏଲ୍‌ପିଜି କନେକ୍ସନ ଦିଆଯାଉଥିଲା। ଆରମ୍ଭରେ ହିତାଧିକାରୀଙ୍କୁ ବର୍ଷକୁ ୧୨ଟି ସବସିଡିଯୁକ୍ତ(୧୪.୨ କେଜି) ସିଲିଣ୍ଡର ମିଳୁଥିଲା। କିନ୍ତୁ ଗତବର୍ଷ ସବସିଡିଯୁକ୍ତ ସିଲିଣ୍ଡରର କୋଟା କମାଇ ୯ କରାଯାଇଥିଲା। ଏବେ ଏହାକୁ ଆହୁରି କମାଇ ୪ କରି ଦିଆଗଲା।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରବୀଣ ମଲ ଖନୁଜା କହିଛନ୍ତି; ବଦଳା ଯାଇଥିବା ସୀମା ମୋଟାମୋଟି ଉଜ୍ଜ୍ୱଳା ହିତାଧିକାରୀଙ୍କ ହାରାହାରି ବାର୍ଷିକ ଖର୍ଚ୍ଚ ସହ ସମାନ। ରୋଷେଇ ପାଇଁ ସ୍ୱଚ୍ଛ ଇନ୍ଧନର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଓ ଏହାକୁ ଶସ୍ତା କରିବା ପାଇଁ ସରକାର ୨୦୨୨ ମେ ମାସରେ ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ଉପରେ ୨୦୦ ଟଙ୍କାର ଟାର୍ଗେଟେଡ ସବସିଡି ଆରମ୍ଭ କରିଥିଲେ। ଏହି ସବସିଡି ବର୍ଷକୁ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ପ୍ରତି ରିଫିଲ କିଣିବା ପରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଥିଲା। ଅକ୍ଟୋବର ୨୦୨୩ ମସିହାରେ ସବସିଡିକୁ ବଢ଼ାଇ ୧୪.୨ କେଜି ସିଲିଣ୍ଡର ପାଇଁ ୩୦୦ ଟଙ୍କା କରି ଦିଆଗଲା। ୫ କେଜି ସିଲିଣ୍ଡର ପାଇଁ ମଧ୍ୟ ସେହି ଅନୁପାତରେ ଫାଇଦା ଦିଆଗଲା।

ପ୍ରଥମେ ଦାମ ବଢ଼ିଲା, ଏବେ ସିଲିଣ୍ଡର ସଂଖ୍ୟା କମିଲା

ତିନି ମାସରେ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡରର ଦାମ ଦୁଇ ଥର ବୃଦ୍ଧି ହୋଇଛି। ଯାହାଫଳରେ ସେଠାରେ ୮୯ ଟଙ୍କା ବଢ଼ିଛି। ଶେଷ ବୃଦ୍ଧି ୭ ଜୁନରେ ହୋଇଥିଲା। ଯାହା ଦ୍ୱାରା ଖୁଚୁରା ଦାମ ୯୪୨ ଟଙ୍କା ହୋଇଗଲା। ୩୦୦ ଟଙ୍କା ସବସିଡି କମାଇବା ପରେ ପିଏମ୍‌ୟୁୱାଇ ହିତାଧିକାରୀଙ୍କୁ ୧୪.୨ କେଜି ସିଲିଣ୍ଡର ପାଇଁ ୬୪୨ ଟଙ୍କା ଦେବାକୁ ପଡ଼ୁଛି।

ସେ କହିଛନ୍ତି, ବଦଳା ଯାଇଥିବା ସୀମା ମୋଟାମୋଟି ପିଏମ୍‌ୟୁୱାଇ ପରିବାର ଗୁଡ଼ିକର ହାରାହାରି ବାର୍ଷିକ ଖର୍ଚ୍ଚକୁ ଦର୍ଶାଉଛି। ସରକାରଙ୍କ ଆନୁମାନିକ ଯୋଗାଣ ମୂଲ୍ୟ ତୁଳନାରେ ହିତାଧିକାରୀଙ୍କୁ ପ୍ରକୃତରେ ପ୍ରତି ସିଲିଣ୍ଡର ପିଛା ପ୍ରାୟ ୧,୦୦୦ ଟଙ୍କାର ସହାୟତା ମିଳୁଛି। ୭ ଜୁନରେ ରୋଷେଇ ଗ୍ୟାସ ଏଲ୍‌ପିଜିର ଦାମରେ ପ୍ରତି ସିଲିଣ୍ଡର ୨୯ ଟଙ୍କା ବୃଦ୍ଧି କରାଯାଇଥିଲା।

Read Entire Article