କୋଲକାତା: ପର୍ଯ୍ୟଟନ କ୍ଷେତ୍ରରେ ପଶ୍ଚିମବଙ୍ଗର ନାଁ ନେଉ ନେଉ ପ୍ରଥମେ ଲୋକଙ୍କ ମନରେ ଆସେ ଦାର୍ଜିଲିଂ କଥା । କିନ୍ତୁ ଦାର୍ଜିଲିଂ ପାଖରେ ଏକ ଏପରି ସ୍ଥାନ ଅଛି ଯାହାକୁ ତାର ପ୍ରାକୃତିକ ପରିବେଶ ଆଉ ସୌନ୍ଦର୍ଯ୍ୟ ପାଇଁ ଦାହିଛି ।
କେଉଁଠି ଅବସ୍ଥିତ: ଦାର୍ଜିଲିଂରୁ ମାତ୍ର କିଛି କିଲୋମିଟର ଦୂରରେ ଏକ ଗ୍ରାମ ଅଛି । ଯେଉଁଠାରେ ଅତ୍ୟନ୍ତ ସୁନ୍ଦର ହିଲ୍ ଷ୍ଟେସନ୍ ଅଛି । ଏହି ସ୍ଥାନକୁ ସହରର କୋଳାହଳରୁ ବହୁ ଦୁରରେ । ଆଜି ପର୍ଯ୍ୟନ୍ତ ଅନେକ ଲୋକ ଏହି ସ୍ଥାନ ବିଷୟରେ ଜାଣନ୍ତି ନାହିଁ ମଧ୍ୟ । ତେଣୁ ଏହି ହିଲ୍ ଷ୍ଟେସନଟି ସବୁବେଳେ ଶାନ୍ତ ରହିଥାଏ । ଦାର୍ଜିଲିଂରୁ ପ୍ରାୟ ୨୩ କିଲୋମିଟର ଦୂରରେ ଅବସ୍ଥିତ ‘ଲାମହତ୍ତା’ ସମୁଦ୍ର ପତ୍ତନଠାରୁ ପ୍ରାୟ ୫,୭୦୦ ଫୁଟ ଉଚ୍ଚତାରେ ଅବସ୍ଥିତ। ଏଠାର ମେଘର ଚାଦରରେ ଢାଙ୍କି ହୋଇଥିବା ବିରାଟ ବିରାଟ ଉପତ୍ୟକା ଏବଂ ଥଣ୍ଡା ପବନ ପ୍ରକୃତି ପ୍ରେମୀଙ୍କ ପାଇଁ ଉପଯୁକ୍ତ।
ଶାନ୍ତ ହିଲ୍ ଷ୍ଟେସନ୍: ଚାରିଆଡେ ଦେବଦାରୁ ଗଛ, ମେଘ ଘୋଡ଼ାଇ ହୋଇଥିବା ଉପତ୍ୟକା ଏବଂ ଥଣ୍ଡା ପବନ ଲୋକମାନଙ୍କୁ ଏକ ଚଳଚ୍ଚିତ୍ର ସେଟ୍ ପରି ଅନୁଭବ କରାଏ। ଯଦି ଆପଣ କୋଳାହଳ ଏବଂ ଗହଳିରୁ ଦୂରରେ ଶାନ୍ତ ପାହାଡ଼ ମଧ୍ୟରେ ଶାନ୍ତି ଖୋଜୁଛନ୍ତି, ତେବେ ଲାମହତ୍ତା ଆପଣଙ୍କ ପାଇଁ ପୁରା ଉପଯୁକ୍ତ ହେବ । ଏହା ଆପଣଙ୍କୁ ଦାର୍ଜିଲିଂର ଅନୁଭବ କରାଇବ । ଏଠାରେ ଏକ ଛୋଟ ହିଲ୍ ଷ୍ଟେସନ୍ ଅଛି । ଯାହା ଆଜି ବି ଅନେକ ଲୋକଙ୍କ ନଜର ଆଢ଼ୁଅଳରେ ରହିଛି ।
ଲାମହତ୍ତା ଅର୍ଥ ସନ୍ୟାସୀ: ଲାମହତ୍ତାର ଲୋକଙ୍କ ମତରେ, ଏହି ସ୍ଥାନର ଅର୍ଥ “ସନ୍ନ୍ୟାସୀ”, ଅର୍ଥାତ୍ ଧ୍ୟାନରେ ବୁଡ଼ି ରହିଥିବା ବ୍ୟକ୍ତି। ସ୍ଥାନୀୟ ଲୋକମାନେ କୁହନ୍ତି ଯେ ଏଠାକାର ବାୟୁ ଏକ ଆଧ୍ୟାତ୍ମିକ ଶାନ୍ତି ପ୍ରଦାନ କରେ, ଯାହା ଏହାକୁ ଶାନ୍ତି ଖୋଜୁଥିବା ଲୋକଙ୍କ ପାଇଁ ସ୍ୱର୍ଗ ଅନୁଭବ କରାଏ । ଲାମହତ୍ତାର ସବୁଠାରୁ ଆକର୍ଷଣୀୟ ସ୍ଥାନ ହେଉଛି ଲାମହତ୍ତା ଇକୋ ପାର୍କ। ଏଠାରୁ ଆପଣ କାଞ୍ଚନଜଙ୍ଗା ପର୍ବତର ମନୋରମ ଦୃଶ୍ୟ ଦେଖିବାକୁ ମିଳିବ । ଏଠାରେ ସୂର୍ଯ୍ୟାସ୍ତ ଏବଂ ସୂର୍ଯ୍ୟୋଦୟ ଦେଖିବା ପ୍ରକୃତରେ ଖୁବ୍ ସୁନ୍ଦର । ସୂର୍ଯ୍ୟୋଦୟର ପ୍ରଥମ କିରଣ ମେଘଗୁଡ଼ିକୁ ଭେଦ କରିବା ମାତ୍ରେ ଆକାଶ ସୁନା ଆଲୋକରେ ପରିପୂର୍ଣ୍ଣ ହୋଇଯାଏ।
ଯଦି ଆପଣ ଟ୍ରେକିଂରେ ଆଗ୍ରହୀ ତେବେ ଆପଣ ପାହାଡ଼ ପାର୍ଶ୍ୱରେ ଥିବା ରାସ୍ତାରେ ଚାଲି ଚାଲି, ପକ୍ଷୀଙ୍କ କିଚିରିମିଚିରି, ଏବଂ ଜଙ୍ଗଲର ମହକର ଏକ ଅପୂର୍ବ ଅଭିଜ୍ଞତାର ଉପଭୋଗ କରିପାରିବେ। ଲାମହତ୍ତା କେବଳ ପ୍ରକୃତି ପ୍ରେମୀଙ୍କ ପାଇଁ ନୁହେଁ ବରଂ ଦମ୍ପତିଙ୍କ ପାଇଁ ମଧ୍ୟ ଏକ ରୋମାଣ୍ଟିକ ଗନ୍ତବ୍ୟସ୍ଥଳ।