ଏଣିକି ନପୁଂସକ ମଧ୍ୟ ହୋଇପାରିବେ ବାପା, ଲ୍ୟାବରେ ପ୍ରସ୍ତୁତ ହେବ ସ୍ପର୍ମ, ଜାଣନ୍ତୁ ଡିଟେଲ୍ସ

4 months ago 16
.

ପୁରୁଷମାନଙ୍କ ମଧ୍ୟରେ ଇନଫର୍ଟିଲିଟି ଏକ ବଡ଼ ସମସ୍ୟା, କିନ୍ତୁ ବର୍ତ୍ତମାନ ଆଉ ଏଥିପାଇଁ ଚିନ୍ତା ନାହିଁ

ନୂଆଦିଲ୍ଲୀ: ସାରା ଦୁନିଆରେ ବହୁ ସଂଖ୍ୟାରେ ପୁରୁଷ ଇନଫର୍ଟିଲିଟିର ଶିକାର ହେଉଛନ୍ତି। ଯେଉଁ କାରଣରୁ କିଛି ଦମ୍ପତ୍ତି ସନ୍ତାନ ସୁଖରୁ ବଞ୍ଚିତ ହେଉଛନ୍ତି। ହେଲେ ବର୍ତ୍ତମାନ ବିଜ୍ଞାନ ଏହାର ସମାଧାନ ବାହାର କରିଛି।

ପୁରୁଷ ମଧ୍ୟ ହୋଇପାରିବେ ବାପା, ଯେଉଁମାନେ ଇନଫର୍ଟିଲିଟିର ଶିକାର ହୋଇଛନ୍ତି। ଏଥିରେ ଆପଣଙ୍କୁ ବିଜ୍ଞାନ ସାହାଯୟ କରିବ।

ଚୀନ ବୈଜ୍ଞାନିକ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେମାନେ ଲ୍ୟାବରେ ଷ୍ଟେମ ସେଲ ଜରିଆରେ ସ୍ପର୍ମ ପ୍ରସ୍ତୁତ କରିପାରିବେ। ଏହି ସ୍ପର୍ମ ଆରମ୍ଭ ଷ୍ଟେଜର ଅଟେ। ବର୍ତ୍ତମାନ ଏହି ସ୍ପର୍ମସର ଟେଷ୍ଟିଙ୍ଗ କେବଳ ମୂଷାମାନଙ୍କ ଉପରେ ପ୍ରୟୋଗ କରାଯାଇଛି। ଏଥିସହ ମୂଷା ସୁସ୍ଥ ଛୁଆ ମଧ୍ୟ ଜନ୍ମ କରିଛି।

ଏହି ରିସର୍ଚ୍ଚ ସେହି ଲୋକଙ୍କ ପାଇଁ ଯେଉଁମାନେ ଛୁଆ ଜନ୍ମ କରିବା ପାଇଁ ପ୍ରୟାସ କରୁଛନ୍ତି କିନ୍ତୁ ଇନଫର୍ଟିଲିଟି କାରଣରୁ ମାଆ-ବାପା ହୋଇପାରୁନାହାନ୍ତି।

ମଣିଷଙ୍କ ଉପରେ କିପରି କରିବ କାମ: ଏଥିରେ ବୈଜ୍ଞାନିକମାନେ ମଣିଷଙ୍କ ଷ୍ଟେମ ସେଲ୍ସ ଉପରେ ମଧ୍ୟ କାମ କରିପାରିବେ। ଯଦି ଏହି ସଫଳତା ମିଳୁଛି, ତେବେ ଡାକ୍ତର କୌଣସି ପୁରୁଷର ସେଲ୍ସରେ ମଧ୍ୟ ସ୍ପର୍ମ ତିଆରି କରିପାରିବ।

ଅର୍ଥାତ ଦମ୍ପତ୍ତି ନିଜର ବାୟୋଲୋଜିକାଲ ଶିଶୁ ଜନ୍ମ କରିପାରିବେ। ଯାହା ଏପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ।

Read Entire Article