ଏନଡିଏ ଅଙ୍କ ବିଗାଡ଼ିଲେ ନିତିଶ, ଚିରାଗଙ୍କୁ ମିଳିଥିବା ଆସନରେ ଦେଲେ ପ୍ରାର୍ଥୀ

10 hours ago 1
.

ସମାଜ ଡିଜିଟାଲ ଡେସ୍କ: ବିହାର ନିର୍ବାଚନ ଲାଗି ପରେ ପ୍ରାର୍ଥୀ ଘୋଷଣା ଆରମ୍ଭ ହୋଇଯାଇଛି। ଏଥର ଜେଡିୟୁ ବିଜେପି ଏବଂ ଏଲଜେପି ସହିତ ମେଣ୍ଟ କରି ଏନଡିଏ ଅଧୀନରେ ନିର୍ବାଚନ ଲଢ଼ିବାକୁ ଯାଉଛି। ସେଥିପାଇଁ ଏନଡିଏ ଅଧୀନରେ ରହିଥିବା ୫ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଥିଲା। ୨୪୩ ଆସନରୁ ଉଭୟ ବିଜେପି ଏବଂ ଜେଡିୟୁକୁ ୧୦୧ ଲେଖାଏ ଆସନ ମିଳିଥିବାବେଳେ ଚିରାଗ ପାଶଓ୍ବନଙ୍କ ଏଲଜେପିକୁ ୨୯ ଆସନ ମିଳିଥିଲା। ଅନ୍ୟ ସହଯୋଗୀ ଦଳଗୁଡ଼ିକୁ ଅବଶିଷ୍ଟ ଆସନ ଦିଆଯାଇଥିଲା। ହେଲେ ନିତିଶ କୁମାର ଏନଡିଏ ଅଙ୍କକୁ ବିଗାଡ଼ି ଦେଇଛନ୍ତି। ସେ ନିଜର ସହଯୋଗୀ ଦଳ ଏଲଜେପିକୁ ମିଳିଥିବା ଆସନରେ ପ୍ରାର୍ଥୀ ଦେଇ ବିଭ୍ରାଟ ସୃଷ୍ଟି କରିଛନ୍ତି, ଯାହାକୁ ନେଇ ଏନଡିଏରେ ମତଭେଦ ସୃଷ୍ଟି ହେବା ଆଶଙ୍କା ଉପୁଜିଛି।

ଏନଡିଏର ଆସନ ବୁଝାମଣାକୁ ନେଇ ଉପେନ୍ଦ୍ର କୁଶଓ୍ବାହାଙ୍କ ଆରଏଲଏମ ଏବଂ ଜିତନରାମ ମାଞ୍ଝିଙ୍କ ଏଚଏଏମ ପାର୍ଟି ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। କାରଣ ଉଭୟ ଦଳକୁ ମାତ୍ର ୬ଟି ଲେଖାଏ ଆସନ ଆବଣ୍ଟିତ ହୋଇଛି। ଏଭଳି ସ୍ଥିତିରେ ଚିରାଗ ପାଶଓ୍ବନଙ୍କ ଏଲଜେପିକୁ ମିଳିଥିବା ୫ ଆସନରେ ନିତିଶ ପ୍ରାର୍ଥୀ ଘୋଷଣା କରି ବିବାଦକୁ ଆହୁରି ତେଜିଦେଇଛନ୍ତି। ଯେଉଁଥିରୁ ଏନଡିଏରେ ମତଭେଦ ରହିଥିବା ସ୍ପଷ୍ଟ ହୋଇଛି।

ଜେଡିୟୁ ପକ୍ଷରୁ ବୁଧବାର ୫୭ ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସେଥିରୁ ୫ଟି ଆସନ ଚିରାଗ ପାଶଓ୍ବନଙ୍କ ଦିଆଯାଇଛି। ମୋରଓ୍ବା, ଗାୟଘାଟ, ରାଜଗୀର, ସୋନବରସା ଏବଂ ଏକମା ଆସନ ଚିରାଗଙ୍କୁ ମିଳିଥିବାବେଳେ ନିତିଶ ଏଠାରେ ପ୍ରାର୍ଥୀ ଦେଇଛନ୍ତି। ଏସବୁ ଆସନରେ ନିତିଶଙ୍କ ଦଳର ପ୍ରଭାବ ଅଧିକ ରହିଥିବାରୁ ସେ ଏହି ଆସନଗୁଡ଼ିକୁ ହାତଛଡ଼ା କରିବାକୁ ଚାହୁଁନାହାନ୍ତି।

ଅନ୍ୟପଟେ ଚିରାଗଙ୍କୁ ମିଳିଥିବା ମଖଦୁମପୁର ଆସନରେ ଜିତମରାମ ପ୍ରାର୍ଥୀ ଦେବେ ବୋଲି ଘୋଷଣା କରିଛନ୍ତି।

Read Entire Article