ସମାଜ ଡିଜିଟାଲ ଡେସ୍କ: ବିହାରରେ ଏନଡିଏ ଗଠବନ୍ଧନରେ ସବୁକିଛି ଠିକ୍ ଚାଲିନାହିଁ । ଉପେନ୍ଦ୍ର କୁଶୱାହାଙ୍କ ଅସନ୍ତୁଷ୍ଟ ଯୋଗୁଁ ବିହାରରେ ଏନଡିଏ ଆସନ ବଣ୍ଟନ ବିବାଦ ଘନୀଭୂତ ହେଉଛି । ମଙ୍ଗଳବାର ରାତି ୪ଟା ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ମନା କରିଦେଇଥିଲେ । ଉପେନ୍ଦ୍ରଙ୍କ ସହ କଥା ହେବା ପରେ ନିତ୍ୟାନନ୍ଦ ଗଣମାଧ୍ୟମରେ କିଛି ବି କଥା ନହୋଇ ଚାଲିଯାଇଥିଲେ ।
ଏହି ସମୟରେ ଗଣମଧ୍ୟମ ପ୍ରତିନିଧିମାନେ ଯେତେବେଳେ ଉପେନ୍ଦ୍ର କୁଶୱାହାଙ୍କ ସହିତ କଥା ହୋଇଥିଲେ ସେ ଏନଡିଏ ଭିତରେ ବିଭାଜନ ହେବାର ଇଙ୍ଗିତ ଦେଇଥିଲେ । ସେ କହିଥିଲେ ଯେ ଯେଉଁମାନେ ତାଙ୍କ ସହିତ ସାକ୍ଷାତ କରିଥିଲେ ସେମାନଙ୍କୁ ଯାଇ ପଚାରନ୍ତୁ । ଯେତେବେଳେ ଉପେନ୍ଦ୍ର କୁଶୱାହାଙ୍କୁ ପଚରାଗଲା ଯେ ସେ ତାଙ୍କୁ ମିଳିଥିବା ଆସନରେ ସନ୍ତୁଷ୍ଟ କି ଅସନ୍ତୁଷ୍ଟ? ସେ ଉତ୍ତର ଦେଇଥିଲେ ‘ସନ୍ତୁଷ୍ଟ ହେବାର କୌଣସି ଅର୍ଥ ନାହିଁ । ମୁଁ କେବଳ ଏତିକି କହିପାରିବି ଯେ ଏହି ସମୟରେ ଏନଡିଏ ଭିତରେ ସବୁକିଛି ଠିକ୍ ଅଛି, ଏବଂ ସବୁ ଠିକ୍ ହୋଇଯିବ । ଏପଟେ କିନ୍ତୁ ଗୃହମନ୍ତ୍ରୀ ଅମିତ ଶାହ ଉପେନ୍ଦ୍ରଙ୍କୁ ଦିଲ୍ଲୀ ଡକାଇଛନ୍ତି ।
ଆଜି ଉପେନ୍ଦ୍ର କୁଶୱାହା ଦିଲ୍ଲୀରେ ପହଞ୍ଚିଥିବା ବେଳେ ଅମିତ ଶାହଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆଜି ପାଟନାର କ୍ୟାମ୍ପ ଅଫିସରେ ୧୨ଟା ୩୦ରେ ହେବାକୁ ଥିବା ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ସାଥୀମାନଙ୍କ ସହିତ ବୈଠକକୁ ସ୍ଥଗିତ ରଖାଯାଇଛି । ଏବେ ଦିଲ୍ଲୀରେ ଉପେନ୍ଦ୍ରଙ୍କ ମାନଭଞ୍ଜନ ହେଉଛି କି ନାହିଁ ତାହା ଉପରେ ନଜର ରହିଛି ।
#WATCH | Patna, Bihar | Rashtriya Lok Morcha chief and Rajya Sabha MP Upendra Kushwaha says, “I am going to Delhi. Some pondering needs to be done on the decisions that are being made in the NDA. I am going to Delhi to hold talks on the same. I’m hopeful that everything will be… pic.twitter.com/IU2wi4OkhA
— ANI (@ANI) October 15, 2025