କଦଳୀର ଆକୃତି ବଙ୍କା କାହିଁକି, ସିଧା କାହିଁକି ନୁହେଁ,ଏହା ପଛରେ ଅଛି ଏକ ରୋଚକମୟ ବିଜ୍ଞାନ, ଜାଣନ୍ତୁ..

1 hour ago 1
.

Banana Science: କଦଳୀ ପ୍ରାୟ ସମସ୍ତଙ୍କର ପ୍ରିୟ ଫଳ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି, ଅନ୍ୟ ଫଳ ଗୋଲ୍ କିମ୍ବା ସିଧା ହୋଇଥିବା ବେଳେ କଦଳୀ କାହିଁକି ସବୁବେଳେ ଅର୍ଦ୍ଧ ବକ୍ରାକାର ବା ବଙ୍କା ହୋଇଥାଏ? ଏହା ପଛରେ କୌଣସି ସଂଯୋଗ ନୁହେଁ, ବରଂ ବିଜ୍ଞାନର ଏକ ବିଶେଷ ନିୟମ କାମ କରିଥାଏ।

ସୂର୍ଯ୍ୟାଲୋକ ପାଇଁ କଦଳୀ ବଙ୍କା

କଦଳୀ ଗଛର ଉଚ୍ଚତାରୁ ତଳକୁ ଝୁଲି ରହି ବଢ଼ିଥାଏ। ପ୍ରାରମ୍ଭିକ ଅବସ୍ଥାରେ ଏହା ସିଧା ଥାଏ, କିନ୍ତୁ ଯେତେବେଳେ ଏହା ବଡ଼ ହେବାକୁ ଲାଗେ, ସେତେବେଳେ ଏହା ସୂର୍ଯ୍ୟାଲୋକ ଆଡ଼କୁ ବଢ଼ିବାକୁ ଚେଷ୍ଟା କରେ। ଯଦିଓ ଏହାର କାନ୍ଦି ତଳକୁ ଝୁଲି ରହିଥାଏ, କିନ୍ତୁ କଦଳୀ ସୂର୍ଯ୍ୟଙ୍କ ଦିଗରେ ଉପରକୁ ମୁହାଇବାକୁ ଚେଷ୍ଟା କରେ। ଏହି ପ୍ରକ୍ରିୟା ଯୋଗୁଁ ଏହାର ଆକାର ଧୀରେ ଧୀରେ ବଙ୍କା ହୋଇଯାଏ।

କ’ଣ ଏହି ‘ଫୋଟୋଟ୍ରୋପିଜମ୍’?

ବିଜ୍ଞାନ ଭାଷାରେ ଏହି ପ୍ରକ୍ରିୟାକୁ ନେଗେଟିଭ୍ ଜିଓଟ୍ରୋପିଜମ୍ (Negative Geotropism) ଏବଂ ଫୋଟୋଟ୍ରୋପିଜମ୍ (Phototropism) କୁହାଯାଏ। ଏହାର ସରଳ ଅର୍ଥ ହେଉଛି ଆଲୋକର ଦିଗରେ ବଢ଼ିବା। ଅଧିକାଂଶ ଉଦ୍ଭିଦ ଓ ଫଳ ସୂର୍ଯ୍ୟାଲୋକ ଆଡ଼କୁ ଆକର୍ଷିତ ହୁଅନ୍ତି, କିନ୍ତୁ କଦଳୀ କ୍ଷେତ୍ରରେ ଏହାର ପ୍ରଭାବ ସ୍ପଷ୍ଟ ଭାବେ ବାରି ହୋଇପଡ଼େ।

ବିଜ୍ଞାନର ରୋଚକ ତଥ୍ୟ:

କଦଳୀ ଛୋଟ ଥିବା ବେଳେ ପ୍ରାୟ ସିଧା ଥାଏ। ଯେତେବେଳେ ଏହା ବଢ଼େ, ଅଧିକ ସୂର୍ଯ୍ୟାଲୋକ ପାଇଁ ଏହା ଉପର ଆଡ଼କୁ ବଙ୍କା ହୋଇ ବଢ଼ିଥାଏ। ଏହି ବକ୍ରାକାର ଆକାର କଦଳୀକୁ ପ୍ରକୃତିର ଏକ ଅନନ୍ୟ ପରିଚୟ ଦେଇଥାଏ। ଗୁରୁତ୍ୱାକର୍ଷଣ ବଳକୁ ବିରୋଧ କରି ସୂର୍ଯ୍ୟାଲୋକ ପାଇବା ପାଇଁ ଉପରକୁ ମୁହାଁଇବା ପ୍ରୟାସରେ ଏଗୁଡ଼ିକ ବଙ୍କା ହୋଇଯାନ୍ତି।

ସେଓ, କମଳା କିମ୍ବା ତରଭୁଜ ଭଳି ଫଳଗୁଡ଼ିକ ଡାଳରେ ସିଧା ବଢ଼ିଥାନ୍ତି, କିନ୍ତୁ କଦଳୀର ଏହି “ନେଗେଟିଭ୍ ଜିଓଟ୍ରୋପିଜମ୍” ଏହାକୁ ଅନ୍ୟ ଫଳଠାରୁ ଭିନ୍ନ କରିଥାଏ। ଅର୍ଥାତ୍, ଆପଣ ଖାଉଥିବା କଦଳୀର ସେହି ବଙ୍କା ଆକାର ହେଉଛି ସୂର୍ଯ୍ୟକିରଣ ସହ ତାର ସଂଘର୍ଷର ପରିଣାମ।

Read Entire Article