କେତେ ସୁନା ରଖିଛି ଭାରତ; କେଉଁଠାରୁ ଉତ୍ପାଦନ ହୁଏ ଏହି ଅମୁଲ୍ଯ ଜିନିଷ, ଜାଣିଲେ ଆପଣ ବି ହୋଇଯିବେ ଚକିତ…

16 hours ago 1
.

ସବୁଠାରୁ ବଡ ସୁନା ଖଣି କେଉଁଠି ରହିଛି...

CELLNET

ଓଡିଶା ଭାସ୍କର: ଦିନକୁ ଦିନ ହୁ ହୁ ହୋଇ ବଢୁଛି ସୁନା ଦର । ଏବେ ଏହା ଲକ୍ଷେ ପାର ହୋଇ ସାରିଲାଣି । ଏହାଛଡା ରୁପା ଦର ମଧ୍ୟ ବଢିଚାଲିଛି । ପ୍ରତିଦିନ ନୂଆ ରେକର୍ଡ କରୁଛି ସୁନା ଓ ରୁପା ଦର । ଆଜି ୨୪ କ୍ୟାରେଟ ସୁନାର ଦାମ ଗ୍ରାମ ପିଛା ୧୨ ହଜାର ୮୮୩ ଟଙ୍କା ରହିଛି ।

ତେବେ ଭାରତ ଏଭଳି ଏକ ଦେଶ ଯେଉଁଠାରେ କି ସୁନାର ଚାହିଦା ବହୁତ ଅଧିକ ରହିଛି । ବିବାହ ବ୍ରତରେ ଝିକୁ ସୁନା ମୁଦି, ହାର ଭଳି ଅନେକ କିଛି ଜିନିଷ ଦିଆଯାଇଥାଏ । ଏଣୁ ଏଠାରେ ସୁନାର ଚାହିଦା କେବେ ମଧ୍ୟ କମିବାର ଦେଖିବାକୁ ମିଳଇବ ନାହିଁ ।

ତେବେ ଆମ ଦେଶରେ କେତେ ସୁନା ଅଛି ଏଭଳି ପ୍ରଶ୍ନ ଆପଣଙ୍କ ମନେର ମଧ୍ୟ ନିହାତି ଆସୁଥିବ । ସୁନାର ରେଟ ଯେତେ ଅଧିକ ରହିଲେ ମଧ୍ୟ ଲୋକ ବିବାହ ସିଜନରେ ସୁନା କିଣୁଛନ୍ତି ଏଣୁ ଏତେ ସୁନା ଆସୁଛି କେଉଣଠାରେ ଆଉ ଭାରତ ପାଖରେ କେତେ ସୁନା ରହିଛି ଜାଣନ୍ତୁ ।

ଭାରତର ଏକମାତ୍ର ସୁନାଖଣି: ଭାରତ ବିଶ୍ୱରେ ସବୁଠାରୁ ଅଧିକ ସୁନା ଆମଦାନୀ କରୁଥିବା ଦେଶ ମାନଙ୍କ ମଧ୍ୟରୁ ଗୋଟିଏ । ଦେଶରେ ବହୁତ କମ ସୁନା ଉତ୍ପାଦନ କରାଯାଇଥାଏ । ଭାରତରେ ଥିବା ସବୁଠାରୁ ପୁରୁଣା ଓ ବଡ ସୁନା ଖଣି ହେଉଛି କର୍ଣ୍ଣାଟକରେ ଥିବା ହୁଟି ସୁନା ଖଣି ।

ରାଇଚୁର ଜିଲ୍ଲାରେ ଅବସ୍ଥିତ, ଏହି ଖଣିରୁ ବାର୍ଷିକ ପ୍ରାୟ ୧,୭୦୦ କିଲୋଗ୍ରାମ ସୁନା ଉତ୍ପାଦନ ହୁଏ। ରାଜ୍ୟ ସରକାର ଆଗାମୀ ଦେଢ଼ ବର୍ଷ ମଧ୍ୟରେ ପ୍ରତିବର୍ଷ ଉତ୍ପାଦନ ୫,୦୦୦ କିଲୋଗ୍ରାମକୁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି।

ହୁଟି ସୁନା ଖଣି କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ପରିଚାଳିତ ଏବଂ ଏହା ଭାରତର ଏକମାତ୍ର ବୃହତ କାଯ୍ଯକାରୀ ସୁନା ଖଣି ୟୁନିଟ୍।

ବନ୍ଦ ହୋଇଯାଇଥିବା ବୃହତ୍ତମ ସୁନା ଖଣି: କୋଲାର ଗୋଲ୍ଡ ଫିଲ୍ଡ ବା (kgf) ମଧ୍ୟ ଭାରତ ସର୍ବାଧିକ ସୁନା ଉତ୍ପାଦନ କରୁଥିଲା । ମାତ୍ର ଏହା ୨୦୦୧ ମସିହାରୁ ବନ୍ଦ କରିଦିଆଯାଇଛି । ବର୍ତ୍ତମାନ ସରକାର ଖଣିର ପୁରୁଣା ଟେଲିଂରୁ ସୁନା ବାହାର କରିବା ପାଇଁ ଏକ ନୂତନ ଯୋଜନା ଆଣିଛନ୍ତି ।

ଏହା ଉପରେ କାମ କରିବା ଆରମ୍ଭ ହୋଇସାରିଛି । ରିପୋର୍ଟଗୁଡ଼ିକ ସୂଚାଇ ଦିଏ ଯେ କଏୠର ଟେଲିଂରେ ପ୍ରାୟ ୩୨ ନିୟୁତ ଟନ୍ ସାମଗ୍ରୀ ରହିଛି, ଯେଉଁଥିରେ ଏବେ ବି ସୁନା ଅଛି। ଯଦି ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପ୍ରକ୍ରିୟାକରଣ କରାଯାଏ, ତେବେ ପ୍ରତିବର୍ଷ ପ୍ରାୟ ୭୦୦ ରୁ ୭୫୦ କିଲୋଗ୍ରାମ ସୁନା ବାହାର କରାଯାଇପାରିବ।

ଅନ୍ୟ କେଉଁ ଜିଲ୍ଲାରେ ସୁନା ଖଣି ରହିଛି: କର୍ଣ୍ଣାଟକ ବ୍ୟତୀତ ରାଜସ୍ଥାନ, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟରେ ସୁନା ଖଣି ଥିବା କୁହାଯାଉଛି । ରାଜସ୍ଥାନର ବାଂସୱାଡ଼ା ଜିଲ୍ଲାର ଭୁଖିଆ-ଜଗପୁରା ବ୍ଲକରେ ସୁନା ଭଣ୍ଡାର ଚିହ୍ନଟ କରାଯାଇଛି। ଝାଡ଼ଖଣ୍ଡର କୁଣ୍ଡାରକୋଚା ଅଞ୍ଚଳରେ ମଧ୍ୟ ସୁନା ଖଣି ରହିଛି ।

Read Entire Article