କୋହଲି ଓ ରୋହିତଙ୍କ ଭେଟଘାଟ୍; 6 ମାସ ପରେ ମଇଦାନରେ ନଜର ଆସିବେ ରୋ-କୋ, ବିମାନବନ୍ଦରରେ ଭିଡ ଲଗାଇଲେ ଫ୍ଯାନ୍ସ….

10 hours ago 1
.

ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳି

CELLNET

IND VS AUS: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳି । ଆଗକୁ ହେବାକୁ ଥିବା ଭାରତ ଓ ଅଷ୍ଟ୍ରେଲିଆ ଦିନିକିଆ ମ୍ଯାଚ ପାଇଁ ଭାରତୀୟ ଟିମ ଯାତ୍ରା ଆରମ୍ଭ କରିଛନ୍ତି । ଏହାରି ଭିତରେ କୋହଲିଙ୍କ ଟିକିଏ ଝଲକ ଦେଖିବା ପାଇଁ ଅନେକ ଫ୍ଯାନ୍ସ ଅପେକ୍ଷା କରିଥିଲେ । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ସରିବାର ମାତ୍ର ଗୋଟିଏ ଦିନପରେ ପୁଣି ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ମ୍ଯାଚ ଖେଳିବା ପାଇଁ ଗସ୍ତ କରିଛନ୍ତି ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨-୦ ରେ ଟେଷ୍ଟ ସିରିଜ୍ ଜିତିବାର ମାତ୍ର ୨୪ ଘଣ୍ଟା ପରେ, ଭାରତୀୟ ଦଳ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛି। ନୂଆଦିଲ୍ଲୀରେ ସିରିଜ୍ ଶେଷ ହେବା ମାତ୍ରେ, ଖେଳାଳିମାନେ ଅଷ୍ଟ୍ରେଲିଆକୁ ବିମାନରେ ଯାଉଥିବାର ଦେଖିବାକୁ ମିଳିଛି ।

ବିରାଟ କୋହଲି, ରୋହିତ ଶର୍ମା, ଶୁଭମନ ଗିଲ୍ ଏବଂ ଜସପ୍ରିତ ବୁମରାହଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ​​ଏବଂ ସେମାନଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।

ବହୁତ ଦିନ ପରେ ପଡ଼ିଆକୁ ଓହ୍ଲାଇବେ କୋହଲି: ଖେଳାଳଇଙ୍କ ବିଦେଶ ଗସ୍ତ ସମୟରେ ଅନେକ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଥିଲା । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବହୁ ସଂଖ୍ୟକ ପ୍ରଶଂସକ ସେମାନଙ୍କ ପ୍ରିୟ ଖେଳାଳିଙ୍କ ଏକ ଝଲକ ଦେଖିବା ପାଇଁ ଏକାଠି ହୋଇଥିଲେ। ଦୀର୍ଘ ୬ ମାସ ପରେ କୋହଲି ମଇଦାନକୁ ଫେରିଥିବାରୁ ତାଙ୍କୁ ଦେଖିବା ପାଇଁ ଅସମ୍ଭାଳ ଭିଡ ହୋଇଥିଲା ।

ଭାରତୀୟ ଦଳ ଅକ୍ଟୋବର ୧୯ ରୁ ଅଷ୍ଟ୍ରେଲିଆରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବାର କାର‌୍ୟ୍ୟକ୍ରମ ରହିଛି। ଏହାର ଗୋଟିଏ ସପ୍ତାହ ପରେ ପୁଣି ଟି-ଟ୍ବେଣ୍ଟି ମ୍ୟାଚ ଆରମ୍ଭ ହୋଇଯିବ । ଆଗାମୀ କିଛି ଦିନ ଖେଳାଳିମାନେ ଲଗାତାର ସିରିଜ୍ ଏବଂ ଟୁର୍ଣ୍ଣାମେଣ୍ଟ ଖେଳିବେ , ଯାହା ଫଳରେ ସେମାନଙ୍କୁ ବିଶ୍ରାମ ନେବାର ସମୟ ମଧ୍ୟ ମିଳିନପାରେ ବୋଲି କୁହାଯାଉଛି ।

ଟିମ୍ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲ୍ ଏହି ବ୍ୟସ୍ତ କାର‌୍ୟ୍ୟସୂଚୀ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବେ ବୋଲି କୁହାଯାଉଛି । କାରଣ ସେ ବର୍ତ୍ତମାନ ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକତ୍ୱ କରୁଛନ୍ତି, ଏବଂ ଟି-୨୦ ଦଳର ଉପ-ଅଧିନାୟକ ଭାବରେ ମଧ୍ୟ ନଜର ଆସିବେ । ଯଦିଓ ଇଂଲଣ୍ଡ ବିପକ୍ଷରେ ଲମ୍ବା ଟେଷ୍ଟ ସିରିଜ ପରେ ଭାରତକୁ ଏକ ଛୋଟ ବିରତି ମିଳିଥିଲା । ମାତ୍ର ଏସିଆ କପ ପରଠାରୁ ଭାରତୀୟ ଖେଳାଳିଙ୍କୁ ଲଗାତାର ଖେଳିବାକୁ ପଡିଛି ।

Read Entire Article