ଓଡିଶା ଭାସ୍କର: ଆଗକୁ ଖେଳାଯିବ ଭାରତ ବନାମ ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚ । ଏହା ଆଗରୁ ରୋହିତ ଓ କୋହଲିଙ୍କ କମବ୍ୟାକ ନେଇ ଚର୍ଚ୍ଚା ଆରମ୍ଭ ହୋଇ ସାରିଲାଣି । କିଏ ସୋସିଆଲ ମିଡିଆରେ କହୁଛନ୍ତି ‘କିଙ୍ଗ ଇଜ ବ୍ୟାକ ଟୁ ହିଜ ଫିଲ୍ଡ’ ତ ଆଉ କିଏ କହୁଛି ଅଷ୍ଟ୍ରେଲିଆରେ ହେବାକୁ ଥିବା ଦିନିକିଆ ମ୍ୟାଚରେ ଆମେ ବିରାଟଙ୍କ ଦମଦାର ସେଁଚୁରୀ ଦେଖିବା ଅପେକ୍ଷାରେ ରହିଛୁ ।
ଏହିପରି ଅନେକ କିଛି ଆଲୋଚନା କରାଯାଉଛି । ଆଉ ଏହାରି ଭିତରେ କ୍ୟାପଟେନ ଶୁଭମନ ଗିଲ ମଧ୍ୟ ବିରାଟ ଓ ରୋହଲିଙ୍କ ପାଇଁ ଏକ ମେସଜ ଶେୟାର କରିଛନ୍ତି । ସେ କହିଛନ୍ତି କି ରୋହିତ ଓ କୋହଲି ଦୁହେଁ ବହୁତ ଅଭିଜ୍ଞ ଖେଳାଳି ।
ଗତ ୧୦ ରୁ ୧୫ ବର୍ଷ ହେବ ସେ ଖେଳକୁ ଯେଉଁ ସ୍ତରକୁ ନେଇଛନ୍ତି ତାହା ସମସ୍ତଙ୍କୁ ଜଣା । ତେବେ ହେବାକୁ ଥିବା ଦିନିକିଆ ମ୍ୟାଚରେ ମଧ୍ୟ ତାଙ୍କର ସେହି ପରଫର୍ମାନ୍ସ ଦେଖିବାକୁ ମିଳିବ ବୋଲି ମୋର ଆଶା ।
ସୂଚନାଯୋଗ୍ୟ ଯେ ଭାରତ ପରି ଅଷ୍ଟ୍ରେଲିଆରେ ମଧ୍ୟ କ୍ରିକେଟର କେଜ ବହୁତ ଅଧିକ । ଏପରିକି ସେଠାରେ କୋହଲି, ରୋହିତଙ୍କର ଅନେକ ଫ୍ୟାନ୍ସ ମଧ୍ୟ ରହିଛନ୍ତି । ତେବେ ଏଥର ରୋହିତଙ୍କ ବଦଳରେ ଗିଲଙ୍କୁ କ୍ୟାପଟେନ୍ସି ମିଳିବା ପରେ ମଧ୍ୟ ଅଷ୍ଟ୍ରେଲିଆରେ ଟିକେଟ କାଉଁଣ୍ଟରେରେ ସମସ୍ତ ଟିକେଟ ହାତ ଗଣତି କିଛିଟା ଦିମନ ଆଗରୁ ଶେଷ ହୋଇଯାଇଥିଲା । ଯାହା ନେଇ ବହୁ ଚର୍ଚ୍ଚା କରାଯାଉଥିଲା ।
ତେବେ ଆଗାମୀ ଦିନିକିଆ ମ୍ୟାଚ ଆହୁରୀ ରୋମାଁଚକର ହେବାକୁ ଯାଉଛି । ପ୍ରାୟ ୬ ମାସ ପରେ ଦୁଇ ଖେଳାଳି ମଇଦାନକୁ ଓହ୍ଲାଇବେ । ସୂଚନାଯୋଗ୍ୟ ଯେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦୁଇଟି ଟେଷ୍ଟ ସିରିଜ ବିଶିଷ୍ଟ ମ୍ୟାଚରେ ଭାରତ ଦୁଇଟି ଯାକରେ ଜିତି ସିରିଜ ହାତେଇଥିଲା । ଦଳ ତରଫରୁ ରବୀନ୍ଦ୍ର ଜାଡେଜାଙ୍କୁ ମ୍ୟାନ ଅଫ ଦ ସିରିଜ ଓ କୁଳଦୀପ ଯାଦବଙ୍କୁ ମ୍ୟାନ ଅଫ ଦ ମ୍ୟାଚ ମିଳିଥିଲା ।
ଏହା ପରେ କ୍ୟାପଟେନ ଭାବେ ଦାୟିତ୍ୱ ତୁଲାଉଥିବା ଶୁଭମନ ଗିଲଙ୍କୁ ତାଙ୍କ ଆଗାମୀ ଯାତ୍ରୀ ବାବଦରେ ପଚରାଯାଇଥିଲେ । ଏଠାରେ ସେ କହିଥିଲେ କି ଆମ ଦଳ ରୋହିତ ଓ ବିରାଟଙ୍କ ପରି ଅଭିଜ୍ଞ ଖେଳାଳିଙ୍କ ଠାରୁ ବହୁତ ଆଶା ରଖିଛୁ ।
ବର୍ଷ ବର୍ଷ ଧରି ସେ କଙ୍ଗାରୁ ବିପକ୍ଷରେ ଖେଳି ଆସୁଛନ୍ତି । ତାଙ୍କୁ ସେଠାର ରଣନିତୀ ବାବଦରେ ବିଶେଷ ଭାବରେ ଜଣା । ରୋ-କୋଙ୍କ ଯାଦୁ କଙ୍ଗାରୁ ଟିମ ବିପକ୍ଷରେ ଦେଖିବାକୁ ମିଳିବ ବୋଲି ସେ ଆଶା ରଖିଥିବା କହିଛନ୍ତି ।