ଖାଇଗଲେ କୁକୁର, ଡଷ୍ଟବିନ୍ରୁ ମିଳିଲା କ୍ଷତାକ୍ତ ନବଜାତ, ପୋଲିସର ତଦନ୍ତ ଆରମ୍ଭ

2 days ago 1
.

ଜୀଅନ୍ତା ପୋତିଦେଲା ବାପା, ଝୁଣି ଖାଇଲା କୁକୁର

CELLNET

ଭୋପାଲ: ୩ଦିନର ନବଜାତକୁ ଝୁଣି ଖାଇଗଲେ କୁକୁର । ଡଷ୍ଟବିନରୁ ମିଳିଲା ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଛିନ୍ଦୱାଡ଼ା ଜିଲ୍ଲାର ବର୍ମନ କି ଜମିନ୍ ଅଞ୍ଚଳରେ । ଅଳିଆ ଗଦାରୁ ଏକ ନବଜାତ ଶିଶୁର ମୃତଦେହ ମିଳିବା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୋଲିସ କହିଛି ଯେ ନବଜାତ ଶିଶୁର ମୁଣ୍ଡ ଏବଂ ଗୋଟିଏ ହାତକୁ ବୁଲା କୁକୁରମାନେ ଛିଣ୍ଡେଇ ପକେଇଛନ୍ତି । ଛିନ୍ଦୱାଡ଼ାର ଏକ ଜଙ୍ଗଲରେ ଏକ ତିନି ଦିନର ଶିଶୁକୁ ପୋତି ଦିଆଯିବାର ମାତ୍ର ସପ୍ତାହେ ପରେ ଘଟଣାଟି ସାମ୍ନାକୁ ଆସିଛି । ମୃତ ଶିଶୁର ବାପାକୁ ଧରି ପୋଲିସ ତଦନ୍ତ ଜାରି ରଖିଛି । ସରକାରଙ୍କ ଦୁଇ ସନ୍ତାନ ନୀତି ଯୋଗୁଁ ଚାକିରି ହରାଇବାର ଭୟ କରୁଥିବାରୁ ନବଜାତକୁ ଜିଅନ୍ତା ପୋତି ଦେଇଥିଲେ ମୃତ ଶିଶୁର ବାପା ।

କୁକୁର ଝୁଣି ଦେଇଥିଲେ: ନବଜାତ ଶିଶୁକୁ ତା ବାପା ଜଙ୍ଗଲ ଭିତରରେ ଏକ ଗାତରେ ଜୀଅନ୍ତା ପୋତି ଦେଇଥିଲେ । ମାତ୍ର କିଛି ବୁଲା କୁକୁର ଶିଶୁକୁ ସେଠାରୁ ଭିଡି ଆଣି କ୍ଷତାକ୍ତ କରିଦେଇଥିଲେ । ଗାଁଲୋକମାନେ କୁକୁରକୁ ଏକ ନବଜାତ ଶିଶୁକୁ ଝୁଣୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ପୋଲିସ ତଦନ୍ତ ଆରମ୍ଭ: ପୋଲିସ କହିଛି ଯେ ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ନବଜାତ ଶିଶୁଟିକୁ ପୋତି ଦିଆଯାଇଥିଲା ଏବଂ ହୁଏତ କୁକୁରମାନେ ତାକୁ ବାହାର କରିଦେଇଥିବେ। ନବଜାତ ଶିଶୁଟି ସମ୍ପୂର୍ଣ୍ଣ ବିକଶିତ ହୋଇଥିଲା, କିନ୍ତୁ ତା’ର ଶରୀର ପଚି ଯାଇଥିଲା। ମୃତ୍ୟୁର କାରଣ, ସମୟ ଏବଂ ଲିଙ୍ଗ ନିର୍ଣ୍ଣୟ କରିବା ପାଇଁ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି। ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

Read Entire Article