ଖୋଲିଲା ରବି ଧାନ ମଣ୍ଡି

1 year ago 12
.

ରିଷିଡ଼ା,୨୯ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ଗୁରୁବାର ଦୁଇଟି ସ୍ଥାନରେ ରବିଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ତେରେସିଂହାରେ ମଣ୍ଡି ଉଦ୍‌ଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ ସୁନା ମୁଖ୍ୟଅତିଥି, ରିଷିଡ଼ା ପାକ୍ସ ସମ୍ପାଦକ ଗୋଲାପ ଚନ୍ଦ୍ର ରଣା, ତେରେସିଂହା ରାଜସ୍ବ ନିରୀକ୍ଷକ ମଧୁସ୍ମିତା ନାୟକ, ବିଇଓ ଶିଶୁପାଳ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସେହିପରି ପୌରକେଲାଠାରେ ଉଦ୍‌ଘାଟନୀ ଉତ୍ସବରେ ସରପଞ୍ଚ ଯଶଶ୍ବିନୀ ଧରୁଆ ମୁଖ୍ୟ ଅତିଥି, ସମିତି ସଭ୍ୟ ସୁଧିର ଭୋଇ, ରିଷିଡା ରାଜସ୍ବ ନିରୀକ୍ଷକ ଗିରିଶ ଚନ୍ଦ୍ର ସାହୁ, ଚାଷୀ ନେତା ଦୟାନିଧି ସାହୁ, ବୈବସୁତ ସୁନା ପ୍ରମୁଖ ଉପସ୍ଥିତ ଥିଲେ। ତେରେସିଂହା ମଣ୍ଡିରେ ୨୩୦ ଜଣ ଚାଷୀଙ୍କ ୬ ହଜାର ୫୦୦ କୁଇଣ୍ଟାଲ ଓ ପୌରକେଲା ଉପମଣ୍ଡିରେ ୧୬୦ ଚାଷୀଙ୍କ ୩୦୦୦ କୁଇଣ୍ଟାଲ ଧାନ କ୍ରୟ କରିବାକୁ ଥିବା ସମବାୟ ସମିତି ପକ୍ଷରୁ କୁହାଯାଇଛି।


Read Entire Article