ଭୁବନେଶ୍ଵର: ମୁହଁରେ ବ୍ରଣ ଅନେକ ଲୋକଙ୍କ ସମସ୍ୟା । ଆଜିକାଲିର ଏହି ଖରାପ ଜୀବନଶୈଳୀ ମୁହଁରେ ବ୍ରଣର କାରଣ । ଏତଦବ୍ୟତୀତର ମୁହଁରେ ବ୍ରଣର ଅନ୍ୟାନ୍ୟ କାରଣ ମଧ୍ୟ ରହିଛି । କିଛି ଲୋକଙ୍କୁ ଆଲର୍ଜି ଯୋଗୁଁ ବ୍ରଣ ହୁଏ ତ କିଛି ଲୋକଙ୍କୁ ବିଭିନ୍ନ ଔଷଧର ସାଇଡ୍ ଅଫେକ୍ଟ କାରଣରୁ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଘଣ୍ଟା ଘଣ୍ଟା ଧରି ଫୋନରେ କଥା ହେବା ଦ୍ଵାରା ମଧ୍ୟ ମୁହଁରେ ବ୍ରଣ ବାହାରିଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛର ସତ୍ୟତା…
ଫୋନ ଯୋଗୁଁ ହୁଏ ବ୍ରଣ: ଯେତେବେଳେ ଆପଣ ଘଣ୍ଟା ଘଣ୍ଟା ଧରି ମୋବାଇଲରେ କଥା ହୁଅନ୍ତି ତ ସେତେବେଳେ ଏଥିରେ ବ୍ୟାକ୍ଟେରିଆ ଜମା ହୁଏ। ଏହି ବ୍ୟାକ୍ଟେରିଆଗୁଡ଼ିକ ଆପଣଙ୍କ ମୁହଁକୁ ସ୍ଥାନାନ୍ତରିତ ହୋଇଯାଏ। ଏହା ଆମ ମୁହଁରେ ଥିବା ଛିଦ୍ରଗୁଡ଼ିକୁ ବନ୍ଦ କରିଦିଏ, ଯାହା ଫଳରେ ବ୍ରଣ ପରି ଅନେକ ଜିନିଷ ମୁହଁରେ ବାହାରେ । ଏହା ବ୍ୟତୀତ, ଯେତେବେଳେ ଆପଣ ଆପଣଙ୍କ ଫୋନକୁ ଆପଣଙ୍କ ମୁହଁ ପାଖରେ ରଖନ୍ତି, ଏହା ଉତ୍ତାପ ସୃଷ୍ଟି କରେ। ଗରମ ପରିବେଶ ଏବଂ ଝାଳର ମିଳିତ ପ୍ରଭାବ ଚର୍ମ ପ୍ରତିବନ୍ଧକକୁ ଦୁର୍ବଳ କରିପାରେ ଏବଂ ବ୍ରଣ ହେବାର ଆଶଙ୍କା ବୃଦ୍ଧି କରିପାରେ।
ଫୋନରେ କଥା ହେବା ସମୟରେ ଆପଣଙ୍କ ମୁହଁ ପାଖରେ ଆପଣଙ୍କ ହାତ ଥାଏ । ଯାହାଦ୍ଵାରା ଆପଣଙ୍କ ହାତରେ ଥିବା ଝାଳ କିମ୍ବା ଅନ୍ୟାନ ଜୀବାଣୁ ମୁହଁକୁ ସ୍ଥାନାନ୍ତରିତ ହୁଏ । ଯାହା ମୁହଁରେ ବ୍ରଣ ସୃଷ୍ଟି କରିପାରେ। ଯଦିଓ ରେଡିଓ ଫ୍ରିକ୍ୱେନ୍ସି (RF) ଏବଂ ମାଇକ୍ରୋୱେଭ୍ ବିକିରଣ ସିଧାସଳଖ ବ୍ରଣ ସୃଷ୍ଟି କରେ ବୋଲି କୌଣସି ସ୍ପଷ୍ଟ ପ୍ରମାଣ ନାହିଁ, କିନ୍ତୁ କିଛି ଛୋଟ ଅଧ୍ୟୟନ ସୂଚାଇ ଦେଇଛି ଯେ ଏହି ତରଙ୍ଗ ଗୁଡ଼ିକ ଚର୍ମ ପୃଷ୍ଠରେ ହାଲୁକା ଜ୍ୱଳନ ସୃଷ୍ଟି କରିପାରେ।
ଏହାକୁ କିପରି ରୋକାଯିବ: ଏହାକୁ ରୋକିବା ପାଇଁ, ନିୟମିତ ଭାବରେ ଆପଣଙ୍କ ଫୋନର ପୃଷ୍ଠକୁ ଆଣ୍ଟିସେପ୍ଟିକ୍ ୱାଇପ୍ କିମ୍ବା ଆଲକୋହଲ୍ ୱାଇପ୍ ସାହାଯ୍ୟରେ ସଫା କରନ୍ତୁ। ଏହା ସହିତ, କଥା ହେବା ସମୟରେ ହ୍ୟାଣ୍ଡସ୍-ଫ୍ରି ଡିଭାଇସ୍, ଇୟରଫୋନ୍ କିମ୍ବା ବ୍ଲୁଟୁଥ୍ ବ୍ୟବହାର କରନ୍ତୁ, ଯାହା ଦ୍ଵାରା ଫୋନ୍ ସିଧାସଳଖ ଆପଣଙ୍କ ମୁହଁକୁ ସ୍ପର୍ଶ କରିବ ନାହିଁ। ଝାଳ ଏବଂ ଜୀବାଣୁ ଦୂର କରିବା ପାଇଁ ଦିନକୁ ଦୁଇଥର ହାଲୁକା ଫେସ୍ ୱାଶ୍ ସହିତ ଆପଣଙ୍କ ମୁହଁ ଧୁଅନ୍ତୁ, ବିଶେଷକରି ମୋବାଇଲରେ କଥା ହେଲା ପରେ । ଯଦି ବ୍ରଣ ଲାଗି ରହିଥାଏ, ତେବେ ଚର୍ମରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।