ଜୁନ୍ ୪, ସରକାର ପରିବର୍ତ୍ତନକୁ ପୂରିଲା ବର୍ଷେ

11 months ago 17
.

ଆଜିର ଦିନରେ ୨୪ ବର୍ଷର ବିଜେଡି ସରକାରକୁ ହଟାଇ ପ୍ରଥମ କରି ଏକାକି ରାଜ୍ୟରେ ସରକାର ଗଢ଼ିଥିଲା ବିଜେପି।

ଭୁବନେଶ୍ୱର: ଆଜିର ଦିନ ଜୁନ୍ ୪ ତାରିଖ। ବୋଧହୁଏ ଏହି ଦିନକୁ ସମସ୍ତେ ମନେ ରଖି ନଥିବେ। ହେଲେ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ବିଜେପି ଆଉ ବିଜେଡି, ଏହି ଦିନକୁ କେବେ ହେଲେ ଭୁଲି ପାରିବେ ନାହିଁ। କାହିଁକି ନା ଆଜିର ତାରିଖ ଦୁଇ ଦଳ ପାଇଁ ସ୍ୱପ୍ନ ସଦୃଶ୍ୟ ଥିଲା।

କାରଣ ଆଜିର ଦିନରେ ଯେଉଁ କଥାକୁ କେହି କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ତାହା ହୋଇଥିଲା। ହଁ ଗତବର୍ଷ ଜୁନ୍ ମାସ ୪ ତାରିଖରେ ଓଡ଼ିଶାର ଏକ ବଡ଼ ପରିବର୍ତ୍ତନ ହୋଇଥିଲା। ୨୪ ବର୍ଷର ବିଜେଡି ସରକାର ଭାଙ୍ଗି ବିଜେପି ରାଜ୍ୟରେ ଏକାକି ସରକାର ଗଢ଼ିବାରେ ସମର୍ଥ ହୋଇଥିଲା।

ଆଜିର ଦିନ: ଆଉ ଆଜି ହେଉଛି ସେହି ଜୁନ୍ ମାସ ୪ ତାରିଖ। ଯାହାକୁ ବିଜେଡି ଆଉ ବିଜେପି କେହି କେବେ ହେଲେ ଭୁଲି ପାରିବେ ନାହିଁ। ଆଜିର ଦିନରେ ଗତବର୍ଷ ସବୁ କିଛି ଓଲଟପାଲଟ ହୋଇଯାଇଥିଲା।

ବିଜେଡି ଶାସକରୁ ବିରୋଧୀ ମାନ୍ୟତା ପାଇଥିଲା ଆଉ ବିଜେପି ବିରୋଧୀରୁ ଶାସନ ମଙ୍ଗ ଧରିଥିଲା। କହିବାକୁ ଗଲେ ଆଜି ପଟ୍ଟ ପରିବର୍ତ୍ତନକୁ ବର୍ଷେ ପୂରିଲା। ଜୁନ୍ ୪ ତାରିଖ ସାଧାରଣ ନିର୍ବାଚନ ଆଜିର ଦିନ ସବୁ ଇତିହାସ, ଭୂଗୋଳକୁ ବଦଳେଇ ଦେଇଥିଲା।

ବଦଳିଲା ସରକାର:  ଦୀର୍ଘ ୨୪ ବର୍ଷ ଧରି ଯେଉଁ ଦଳ ଶାସନ ଗାଦିରେ ବସି ଆସୁଥିଲା। ଏହି ନିର୍ବାଚନରେ ମଧ୍ୟ ସେହିପରି ଆଶା ଥିଲା କି ବିଜେଡି ପୁଣିଥରେ ସରକାରକୁ ଆସିବ। ହେଲେ ନିର୍ବାଚନ ଫଳାଫଳ ସବୁ କିଛି ଓଲଟ ପାଲଟ କରିଦେଇଥିଲା।

ଯାହା କେହି କେବେ କଳ୍ପନା କରିନଥିଲେ ତାହା ହେଲା। ୨୪ ବର୍ଷର ସରକାରକୁ ହଟାଇ ଓଡ଼ିଶାରେ ପ୍ରଥମ କରି ଏକାକି ବିଜେପି ସରକାର ଗଢ଼ିଲା। ଆଉ ଆଜି ହେଉଛି ସେହି ଦିନ। ସରକାର ବା ସତ୍ତା ପରିବର୍ତ୍ତନକୁ ବର୍ଷେ ପୂରିଲା।

Read Entire Article