କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ମଧ୍ୟପ୍ରଦେଶରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି। ରାହୁଲ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି।
/sambad/media/media_files/2025/01/25/fmD2nEc1RT0jHIyChyfd.jpg)
ଭୋପାଳ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ମଧ୍ୟପ୍ରଦେଶରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଭାରତ-ପାକିସ୍ତାନ ଅସ୍ତ୍ରବିରତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିଶାଣ କରିଛନ୍ତି। ରାହୁଲ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଦେଶିକ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛି। ‘ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍ କରି ମୋଦୀଜୀଙ୍କୁ ଅସ୍ତ୍ରବିରତି କରିବାକୁ କହିଥିଲେ ଏବଂ ପ୍ରଧାନମନ୍ତ୍ରୀ ତୁରନ୍ତ ଏହାକୁ ଗ୍ରହଣ କରିନେଇଥିଲେ। କଂଗ୍ରେସ କ୍ଷମତାରେ ଥିଲେ ଏଭଳି ଆତ୍ମସମର୍ପଣ କଦାପି କରିନଥାନ୍ତା’ ବୋଲି ରାହୁଲ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ରାହୁଲ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ଏବେ ଦେଶରେ ଆଦର୍ଶଗତ ଲଢ଼େଇ ଚାଲିଛି ଏବଂ ବିଜେପି-ଆର୍ଏସ୍ଏସ୍ ଦେଶର ସମ୍ବିଧାନକୁ ନଷ୍ଟ କରିବାକୁ ଚାହୁଛନ୍ତି। ଦେଶର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ବିଜେପି ଓ ଆର୍ଏସ୍ଏସ୍ ନିୟନ୍ତ୍ରଣକୁ ଆସିଛି ବୋଲି ସେ ଅଭିଯୋଗ କରିଛନ୍ତି। ସେମାନେ ନିଜ ଲୋକଙ୍କୁ ସବୁ ଅନୁଷ୍ଠାନରେ ନିୟୋଜିତ କରିଛନ୍ତି ବୋଲି ରାହୁଲ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp