.

ଝାରସୁଗୁଡ଼ା,୧୪।୧୦: ଝାରସୁଗୁଡ଼ା ଜିଲା ଲଇକେରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଛାତ୍ରୀଙ୍କ ଉପରକୁ ଡଷ୍ଟର ଫିଙ୍ଗି ମୁଣ୍ଡ ଫଟାଇ ଦେଇଛନ୍ତି ଜଣେ ପିଇଟି ଶିକ୍ଷକ। ଆହତ ଛାତ୍ରୀ ଜଣକ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କୁ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏନେଇ ପରିବାରର ଲୋକେ ଲଇକେରା ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଶିକ୍ଷକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।