ନବୀନ ନିବାସରେ ନୂଆପଡା ପାଇଁ ବୈଠକ

12 hours ago 1
.

ଭୁବନେଶ୍ୱର:  ନବୀନ ନିବାସରେ ନୂଆପଡା ଉପନିର୍ବାଚନ ପାଇଁ ଜରୁରୀ ବୈଠକ ବସିଛି । ବିଜେଡିରୁ କିଏ ହେବ ପ୍ରାର୍ଥୀ ସେନେଇ ବୈଠକରେ ଆଲୋଚନା ହେଉଥିବା ସୂଚନା ମିଳିଛି । ବୈଠକରେ ବରିଷ୍ଠ ନେତା ବିବି ଦାସ, ଦେବୀ ମିଶ୍ର, ଟୁକୁନି ସାହୁ, ସ୍ନେହାଙ୍ଗିନ ଛୁରିଆଙ୍କ ସମେତ ସମସ୍ତ ପିଏସି ସଦସ୍ୟ ମାନେ ଉପସ୍ଥିତ ରହିଛନ୍ତି ।

ନୂଆପଡାରୁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଅଙ୍କକଷା ଚାଲିଛି । ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ୨୦ ତାରିଖ ଥିବାବେଳେ ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ଗତକାଲି ବିଜେଡି ର ପ୍ରାର୍ଥୀ ଭାବରେ ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ରଙ୍କ ନା ବେଶ ଚର୍ଚ୍ଚାର ଥିଲାବେଳେ ଆଜି କିନ୍ତୁ ଅନ୍ୟ ନା ଶୁଣିବାକୁ ମିଳୁଛି। ନୂଆପଡ଼ା ସଦର ବ୍ଲକ୍  ଅଧ୍ୟକ୍ଷା ତାରେଶ୍ୱରୀ ସାହୁଙ୍କ ନାଁ କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଏହାସହ ଜଣେ ଆଦିବାସୀ  ଚେହେରା ଭାବରେ ଦୁଇ ଦୁଇ ଥରର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝୀ ଙ୍କ ନା ମଧ୍ୟ ଶୁଣିବାକୁ ମିଳୁଛି । କିନ୍ତୁ ଏଯାଏଁ  କିଛି ନିଷ୍ପତି ହୋଇନାହିଁ।

Read Entire Article