ପଞ୍ଜାବରୁ ଆଇଏସ୍‌ଆଇ ଗୁପ୍ତଚର ଗିରଫ

4 months ago 11
.

ନୂଆଦିଲ୍ଲୀ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ କାମ କରୁଥିବା ଜଣେ ଗୁପ୍ତଚରକୁ ପଞ୍ଜାବ ପୁଲିସ ଗିରଫ କରିଛି। ଅପରେସନ ସିନ୍ଦୂର ସମେତ ବର୍ଷ ବର୍ଷ ଧରି ସୀମାପାର ଏଜେଣ୍ଟମାନଙ୍କ ସହ ସେନା ଗତିବିଧି ସମ୍ପର୍କରେ ସେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବାଣ୍ଟିଥିବା ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତ ଗଗନଦୀପ ସିଂହ ସୈନ୍ୟ ମୁତୟନ ଓ ରଣନୈତିକ ସ୍ଥାନର ବିବରଣୀ ସମେତ ସମ୍ବେଦନଶୀଳ ଗୋପନୀୟ ତଥ୍ୟ ଲିକ୍ କରି ଜାତୀୟ ନିରାପତ୍ତା ପ୍ରତି ଗୁରୁତର ବିପଦ ସୃଷ୍ଟି କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଗଗନଦୀପ ସିଂହ ଗତ ୫ ବର୍ଷ ଧରି ପାକିସ୍ତାନରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀ ଗୋପାଳ ସିଂହ ଚାୱଲା ସହ ଯୋଗାଯୋଗରେ ଥିଲା, ଯାହା ମାଧ୍ୟମରେ ସେ ପାକିସ୍ତାନୀ ଗୁଇନ୍ଦା ଅପରେଟିଭ୍ (ପିଆଇଓ)ଙ୍କ ସହ ପରିଚିତ ହୋଇଥିଲା। ସେ ଭାରତୀୟ ଚ୍ୟାନେଲ ମାଧ୍ୟମରେ ପିଆଇଓମାନଙ୍କଠାରୁ ଦେୟ ମଧ୍ୟ ପାଉଥିଲା ବୋଲି ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ କହିଛନ୍ତି। ତା’ ନିକଟରୁ ଜବତ ମୋବାଇଲ୍ ଫୋନ୍‌ରୁ ସେ ପାକିସ୍ତାନୀ ଏଜେଣ୍ଟମାନଙ୍କ ସହ ସେୟାର କରିଥିବା ଗୁଇନ୍ଦା ତଥ୍ୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଥିଲା ଏବଂ ତା’ର ୨୦ରୁ ଅଧିକ ଆଇଏସ୍‌ଆଇ ଏଜେଣ୍ଟଙ୍କ ସହ ସମ୍ପର୍କ ଥିଲା ବୋଲି ପୁଲିସ କହିଛି।   ଗତ ଦୁଇ ସପ୍ତାହ ମଧ୍ୟରେ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରୁ ଏକ ଡଜନରୁ ଅଧିକ ଲୋକଙ୍କୁ ଗୁପ୍ତଚରଗିରି ଅଭିଯୋଗରେ ଗିରଫ କରାଯାଇଛି।

Read Entire Article