ପ୍ରତିଷ୍ଠା କଲେ ସ୍ପେସ ଟେକ୍ କମ୍ପାନୀ; ମହାକାଶକୁ ଛାଡ଼ିଲେଣି ୫୩ ଛୋଟ ସାଟେଲାଇଟ୍

3 weeks ago 4
.

ଆନନ୍ଦ ପ୍ରତିଦିନ ଆବୁଡ଼ା ଖାବୁଡ଼ା ରାସ୍ତା ୬ କିମି ଚାଲି ଚାଲି ସ୍କୁଲ ଯାଉଥିଲେ । ସ୍କୁଲରେ ମନ ଦେଇ ପାଠ ପଢ଼ୁଥିଲେ । ସ୍କୁଲ ଛୁଟି ହେବା ପରେ ଘରକୁ ଆସୁଥିଲା

ଚେନ୍ନାଇ: ଦାରିଦ୍ର‌୍ୟ, ଯନ୍ତ୍ରଣା, ଦୁଃଖ ଓ ଅପମାନ… ଏ ସବୁକୁ ଅତି ପାଖରୁ ଦେଖିଛନ୍ତି ଡକ୍ଟର ଆନନ୍ଦ ମେଗାଲିଙ୍ଗମ । ଆଉ ମର୍ମେ ମର୍ମେ ଅନୁଭବ କରିଛନ୍ତି । ହେଲେ ଆଖିରେ ଦେଖୁଥିବା ସ୍ୱପ୍ନଠାରୁ କେବେ ଦୂରେଇ ଯାଇନାହାନ୍ତି । ଦାରିଦ୍ର‌୍ୟ ଭିତରେ ସଫଳ କରିବା ପାଇଁ ସଂଘର୍ଷ କରିଛନ୍ତି । ଯାହା ଆଜି ସଫଳ ହୋଇଛନ୍ତି । ଆଉ ଜଣେ ସଫଳ ସ୍ପେସ୍ ବୈଜ୍ଞାନିକ ହୋଇପାରିଛନ୍ତି । ଗଢ଼ିଛନ୍ତି ସ୍ପେସ୍ ଟେକ୍ ସମ୍ପାନୀ । ଏହି କମ୍ପାନୀ ଅଧୀନରେ ଡକ୍ଟର ଆନନ୍ଦ ମେଗାଲିଙ୍ଗମ ଓ ତାଙ୍କ ଟିମ୍ ୫୩ଟି ଛୋଟ ସାଟେଲାଇଟ୍ ମହାକାଶକୁ ପଠାଇଛନ୍ତି ।

ଡକ୍ଟର ଆନନ୍ଦ ମେଗାଲିଙ୍ଗମଙ୍କ ସଂଘର୍ଷର କାହାଣୀ

ତାମିଲନାଡୁର ଦୁର୍ଗମ ଅଞ୍ଚଳରେ ଥିବା ଏକ ଛୋଟ କୁଡ଼ିଆ । ଦାରିଦ୍ର‌୍ୟ ଯନ୍ତ୍ରଣାରେ ଜର୍ଜରୀରିତ ସେହି ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଆନନ୍ଦ ମେଗାଲିଙ୍ଗମ । ବାପା ତାଙ୍କର ଜଣେ ଟ୍ରାକ୍ଟର ଡ୍ରାଇଭର । ପ୍ରତିଦିନ ଯାହା ରୋଜଗାର କରୁଥିଲେ ସେଥିରେ ଚଳୁଥିଲା ପରିବାର । ଆନନ୍ଦ ପିଲା ବେଳୁ ମେଧାବୀ ଥିଲେ । ବିଜ୍ଞାନ ପ୍ରତି ରୁଚି ରଖିଥିଲେ । ତେଣୁ ଗାଁଠାରୁ ୬ କିମି ଦୂରରେ ଥିବା ସ୍କୁଲରେ ତାଙ୍କ ନାଁ ଲେଖାଇଥିଲେ ବାପା ।

ଆନନ୍ଦ ପ୍ରତିଦିନ ଆବୁଡ଼ା ଖାବୁଡ଼ା ରାସ୍ତା ୬ କିମି ଚାଲି ଚାଲି ସ୍କୁଲ ଯାଉଥିଲେ । ସ୍କୁଲରେ ମନ ଦେଇ ପାଠ ପଢ଼ୁଥିଲେ । ସ୍କୁଲ ଛୁଟି ହେବା ପରେ ଘରକୁ ଆସୁଥିଲା । ପ୍ରତିଦିନ ଯିବା ଆସିବା ପାଇଁ ତାଙ୍କୁ ୧୨ କିମି ଅତିକ୍ରମ କରିବାକୁ ପଡ଼ୁଥିଲା । ଶରୀର କ୍ଲାନ୍ତ ଲାଗୁଥାଏ । ହେଲେ ଶରୀର ସେହି ଯନ୍ତ୍ରଣାକୁ ଲାଘବ କରିବାକୁ ଦେଉନଥିଲେ ଆନନ୍ଦ । ମନଭିତରେ ଥିଲା ବଡ଼ ହେବାର ସ୍ୱପ୍ନ । ଆଉ ଭଲ ମାର୍କରେ ପାସ୍ କରିଥିଲେ ଆନନ୍ଦ ।

ଉଚ୍ଚ ଶିକ୍ଷା ପାଇଁ ଗାଁ ଛାଡ଼ିଲେ

ଗାଁ ସ୍କୁଲରେ ପାଠ ପଢ଼ା ସରିବା ପରେ ଉଚ୍ଚ ଶିକ୍ଷା ପାଇଁ ସହରକୁ ଚାଲିଗଲେ ଆନନ୍ଦ । ସେତେବେଳେ କମ୍ପ୍ୟୁଟର ଇଞ୍ଜିନିୟରିଂ ଶିକ୍ଷା ପ୍ରତି ଛାତ୍ରଛାତ୍ରୀଙ୍କର ବିଶେଷ ଆଗ୍ରହ ଥିଲା । ତେଣୁ କମ୍ପ୍ୟୁଟର ଇଞ୍ଜିନିୟରିଂରେ ନାମ ଲେଖାଇଥିଲେ । ହେଲେ ସେଥିରେ ତାଙ୍କର ମନ ଲାଗିଲା ନାହିଁ । ଧୀରେ ଧୀରେ କମ୍ପ୍ୟୁଟର ସାଇନ୍ସ ପ୍ରତି ଥିବା ତାଙ୍କର ଆଗ୍ରହ କମିବାରେ ଲାଗିଲା । ଏମିତି ଏକ ସମୟ ଆସିଲା, ସେ କମ୍ପ୍ୟୁଟର ଇଞ୍ଜିନିୟରିଂ ପାଠ ପଢ଼ା ଛାଡ଼ିଦେଲେ । ବୋଧହୁଏ ଏଇଠି ପାଠ ପଢ଼ା ଶେଷ ହୋଇଗଲା ବୋଲି ଆନନ୍ଦ ଭାବିଥିଲେ ।

କମ୍ପ୍ୟୁଟର ସାଇନ୍ସ ଛାଡ଼ିବା ପରେ ଏରୋନଟିକାଲ୍ ଇଞ୍ଜିନିୟରିଂ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ଆନନ୍ଦ । ହେଲେ ଏହା ତାଙ୍କ ପାଇଁ ଏତେ ସହଜ ନଥିଲା । କାରଣ ସେତେବେଳେ ବର୍ତ୍ତମାନ ପରି ଏତେ ସୁଯୋଗ ନଥିଲା । ଭଗବାନଙ୍କ ଆଶୀର୍ବାଦରୁ ତାଙ୍କୁ ସୁଯୋଗ ମିଳିଲା । ଆଉ ଏରୋନଟିକାଲ ଇଞ୍ଜିନିୟରିଂରେ ନାମ ଲେଖାଇଲେ । ମନଦେଇ ପାଠ ପଢ଼ିଲେ । ଏରୋନଟିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏସନ୍ ପାସ କରିଥିଲା । ଆନନ୍ଦ ଥିଲେ ଗୋଲ୍‌ଡ ମେଡାଲିଷ୍ଟ ଛାତ୍ର । ପାଠ ପଢ଼ା ସରିବା ପରେ ଆନନ୍ଦ ବିଦେଶ ଯିବା ପାଇଁ ମନୋନିବେଶ କରିଥିଲେ ।

ବିଦେଶ ଯିବା ପାଇଁ ଭିସା ମିଳିଲାନି

ଆମେରିକା ଯିବା ପାଇଁ ଆନନ୍ଦ ଭିସା ପାଇଁ ଆବେଦନ କରିଥିଲେ । ହେଲେ ତାଙ୍କର ଭିସା ଆବେଦନ ପ୍ରତ୍ୟାଖ୍ୟାନ ହୋଇଯାଇଥିଲା । ଯେଉଁଥିପାଇଁ ବିଦେଶ ଯିବାର ସ୍ୱପ୍ନ ଧୂଳିସାତ ହୋଇଗଲା । ଏହା ପରେ ଭାରତରେ ରହି ନୂଆ କିଛି କରିବାର ସ୍ୱପ୍ନ ଦେଖିଲେ । ସେହି ସମୟରେ ଆନନ୍ଦଙ୍କୁ ଏକ ବାକ୍ୟ ଧ୍ୟାନ ଆକର୍ଷଣ କଲା । ନବୀକରଣର କୌଣସି ସୀମା ନାହିଁ…। ତା’ପରେ ସେ ପ୍ରତିଷ୍ଠା କରିଥିଲେ Space Zone India । ଏଥିସହ ସେ ସିଇଓ ମଧ୍ୟ ରହିଛନ୍ତି ।

ଭାରତର ବଢୁଥିବା ବେସରକାରୀ ମହାକାଶ ଉଦ୍ୟୋଗଗୁଡିକ ମଧ୍ୟରୁ Space Zone India ହେଉଛି ଅନ୍ୟତମ । ଏହାର ସବୁଠୁ ଚର୍ଚ୍ଚିତ ସଫଳତା ଗୁଡିକ ମଧ୍ୟରୁ ଗୋଟିଏ ହେଉଛି RHUMI-H ମିଶନ । ୨୦୨୪ ମସିହା ଅଗଷ୍ଟ ୨୪ ତାରିଖରେ ଚେନ୍ନାଇ ଉପକୂଳ ଥିରୁବିଦନ୍ଥାଇରେ ଏକ ମୋବାଇଲ ଲଞ୍ଚରରୁ ସଫଳ ଲଞ୍ଚ ହୋଇଥିଲା । ଏଥିରେ ଏକା ସାଙ୍ଗରେ ଯାଇଥିଲା ୫୩ଟି ଛୋଟ ସାଟେଲାଇଟ୍ । ଯାହା ମାଧ୍ୟମରେ ଗ୍ଲୋବାଲ ୱାର୍ମିଂ ଓ ବାୟୁମଣ୍ଡଳୀୟ ତଥ୍ୟ ସଂଗ୍ରହ କରାଯାଇଥିଲା ।

ସାଧାରଣତଃ ରକେଟ୍ ପାଇଁ ସ୍ଥାୟୀ ଲଞ୍ଚପ୍ୟାଡ୍ ଦରକାର। RHUMI-H କୁ ଟ୍ରକ୍ ଉପରେ ଥିବା ଲଞ୍ଚରରୁ ଛଡାଗଲା। ଏହା ଦ୍ୱାରା ଭାରତର ଯେକୌଣସି ଉପକୂଳରୁ ଶସ୍ତାରେ ଛୋଟ ସାଟେଲାଇଟ ପଠାଇହେବ। ପ୍ରାକୃତିକ ବିପର‌୍ୟ୍ୟ ସମୟରେ ଦ୍ରୁତ ଲଞ୍ଚ ପାଇଁ ମଧ୍ୟ ଉପଯୋଗୀ। ପରେ ଯୋଡି ହୋଇଯାଇଥିଲା RHUMI-1।

Read Entire Article