ଫୁଲ ନୁହେଁ, ବାଇଗଣ, ଟମାଟୋରେ ସଜା ହେଲା ବରର କାର

4 months ago 33
.

ବାହାଘରରେ ବରର ଗାଡିକୁ ଫୁଲରେ ନୁହେଁ ସବୁଜ ପନିପରିବାରେ ସଜାଗଲା

ବିହାର: ବହୁତ ଜାଗାରେ ଦେଖାଯାଇଛି ବାହାଘରକୁ ସ୍ମରଣୀୟ କରିବା ପାଇଁ ଲୋକେ ଅଜବ କାମ ସବୁ କରିଥାନ୍ତି। ସେହିପରି ଏକ ଅଜବ କାମ ଦେଖିବାକୁ ମିଳିଛି ବିହାରରେ। ଯେଉଁଠି ବରର ଗାଡିକୁ ଫୁଲରେ ସଜେଇବା କଥା ସେଠାରେ ବାଇଗଣ, ଟମାଟୋ, ଭେଣ୍ଡି ଆଦି ସବୁଜ ପନିପରିବାରେ ସଜାଯାଇଛି। ଯାହାକୁ ଦେଖି ଲୋକେ ହସି ହସି ଗଡି ଯାଉଛନ୍ତି।

ବରର ଗାଡିକୁ ଏଭଳି ଅଜବ ଭାବରେ ସଜାଯାଇଥିବାର ଦେଖି କେବଳ କନ୍ୟା ଘରଲୋକ ନୁହେଁ ବରଂ ବରର ପଡ଼ୋଶୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ବରର ଗାଡିକୁ ସଜାଇବା ପାଇଁ ବାଇଗଣ, ଭେଣ୍ଡି, ଟମାଟୋ, କଲରା, ପୋଟଳ, କଞ୍ଚା ଆମ୍ବ ଏବଂ ଛୁଇଁ ଭଳି ସବୁଜ ପନିପରିବା ବ୍ୟବହାର କରାଯାଇଛି। କାରକୁ ଏଭଳି ସଜାହୋଇଥିବାର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏଭଳି ଅଜବ ଶୋଭାଯାତ୍ରା ଛାପ୍ରାର ଗୋପୁରରୁ ସିୱାନର ଜୋଗାପୁର ପର୍ଯ୍ୟନ୍ତ ଯାଇଥିଲା। ଏହି ବିବାହ 28 ମେ 2025 ରେ ହୋଇଥିବାବେଳେ ବରର ନାମ ସଞ୍ଜିତ ଏବଂ କନ୍ୟାର ନାମ ରେଶମୀ ବୋଲି କୁହାଯାଉଛି।

ଏହାକୁ ନେଇ ବରର ମତ: ଏହାକୁ ନେଇ ବର ଜଣଙ୍କ କହିଛନ୍ତି ଯେ, ମୁଁ ଏହି ବିବାହକୁ କିଛି ନୂଆ ଆକାରରେ କରିବାକୁ ଚାଁହୁଥିଲି, ଯାହା ସମସ୍ତଙ୍କର ମନେ ରହିବ। ସେଥିପାଇଁ ଗାଡିକୁ ଫୁଲରେ ସଜେଇବା ବଦଳରେ ପନିପରିବାରେ ସଜାଇଥିଲି।

Read Entire Article