ବିଦ୍ରୋହୀ ଟିଏମ୍‌ସି ସାଂସଦଙ୍କୁ କଡ଼ା ଭାଷାରେ ସମାଲୋଚନା କଲେ ମହୁଆ

1 day ago 1
.

ସୋମବାର ସକାଳେ ଟିଏମ୍‌ସିର ୫ ଜଣ ବିଦ୍ରୋହୀ ସାଂସଦ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନୂଆ ଦିଲ୍ଲି ସ୍ଥିତ ଘରେ ପହଞ୍ଚିଥିଲେ।

କୋଲକାତା: ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ପରାଜୟ ପରେ ମମତା ବାନାର୍ଜୀଙ୍କ ଟେନ୍‌ସନ ବଢ଼ି ଚାଲିଛି। ପ୍ରଥମେ ବିଧାୟକ, ଏବେ ସାଂସଦ ବିଦ୍ରୋହ ମମତାଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଯାହାକୁ ପଶ୍ଚିମବଙ୍ଗରୁ ଦିଲ୍ଲୀ ରାଜନୀତି ସରଗରମ ହୋଇଛି। ଏହାରି ଭିତରେ ଆଜି ଟିଏମ୍‌ସି ଲୋକସଭା ସାଂସଦ ମହୁଆ ମୋଇତ୍ରା ତାତିଛନ୍ତି। ଆଉ ବିଦ୍ରୋହୀ ଟିଏମ୍‌ସି ସାଂସଦଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।

ସୋସିଆଲ ମିଡିଆ ଏକ୍ସରେ ମହୁଆ ଲେଖିଛନ୍ତି, ୨୦୨୪ ମସିହାରେ ହୋଇଥିବା ନିର୍ବାଚନରେ ସାଂସଦମାନେ ତୃଣମୂଳ କଂଗ୍ରେସ ଟିକେଟରେ ଜିତିଥିଲେ। ଏନ୍‌ଡିଏକୁ ଜନାଦେଶ ମିଳିନଥିଲା। ହଳଦିଆ ରଙ୍ଗରେ ଦାଗ ଲାଗିଥିବା ପ୍ୟାଣ୍ଟ ପିନ୍ଧିଥିବା ସମସ୍ତ ଲୋଭୀ, ସ୍ୱାର୍ଥୀ ଓ ଗଦ୍ଦାର ଏବେ ବିଜେପିରେ ସାମିଲ ହୋଇଯାଆନ୍ତୁ। ନିଜ ଆସନ ଛାଡ଼ିଦିଅନ୍ତୁ ଓ ବିଜେପି ଟିକେଟରେ ନିର୍ବାଚନ ଲଢ଼ନ୍ତୁ। ଦେଖିବା ଆପଣମାନେ(ବିଦ୍ରୋହୀ ଟିଏମ୍‌ସି ସାଂସଦ) କେତେ ବଡ଼ ହିରୋ ବୋଲି ମହୁଆ ମୋଇତ୍ରା ଲେଖିଛନ୍ତି।

ଅନ୍ୟ ଏକ ପୋଷ୍ଟରେ ବହରମପୁରର ତୃଣମୂଳ ସାଂସଦ ୟୁସୁଫ ପଠାନଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ଏକ୍ସରେ ମହୁଆ ଲେଖିଛନ୍ତି, ୟୁସୁଫ ପଠାନ ଆପଣ ଦିଲ୍ଲୀ କାହିଁକି ଯାଉଛନ୍ତି? କାରଣ ଅମିତ ଶାହ ଆପଣଙ୍କୁ ଡାକିଛନ୍ତି? ଟିକେ ସାହସ ରଖନ୍ତୁ। ଆପଣ ଭାରତ ପାଇଁ ଖେଳିଛନ୍ତି। ଆମ ଜିଲ୍ଲା ଆପଣଙ୍କୁ ବିପୁଳ ସଂଖ୍ୟା ଗରିଷ୍ଠତାରେ ଜିତାଇଛି। ଟିକେ ଲଜ୍ଜା ଓ ଟିକେ ସାହସ ରଖନ୍ତୁ ବୋଲ ମହୁଆ ଲେଖିଛନ୍ତି।

ଏହି ପୋଷ୍ଟରୁ ସଙ୍କେତ ମିଳୁଛି ଯେ ତୃଣମୂଳ କଂଗ୍ରେସର ବିଦ୍ରୋହୀ ସାଂସଦମାନଙ୍କ ମଧ୍ୟରେ ୟୁସୁଫ ପଠାନ ସାମିଲ ଅଛନ୍ତି। ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ବିଦ୍ରୋହୀ ସାଂସଦମାନଙ୍କ ଉପରେ ନିଶାନା ସାଧି ଅଭିଯୋଗ କରିଥିଲେ ଯେ ସେମାନେ କେବଳ ମମତା ବାନାର୍ଜୀଙ୍କ ଲୋକପ୍ରିୟତା ବଳରେ ନିର୍ବାଚନ ଜିତି ଆସୁଛନ୍ତି। ବିରୋଧୀ ଦଳରେ ବସିବାର ସାହସ ରଖନ୍ତି ନାହିଁ।

ମିଳିଥିବା ସୂଚନା ଅନୁସାରେ ସୋମବାର ସକାଳେ ଟିଏମ୍‌ସିର ୫ ଜଣ ବିଦ୍ରୋହୀ ସାଂସଦ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ନୂଆ ଦିଲ୍ଲି ସ୍ଥିତ ଘରେ ପହଞ୍ଚିଥିଲେ। ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ସେଠାରେ ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ତା’ପରେ ଜଣେ ପରେ ଜଣେ 20 ଟିଏମ୍‌ସି ଲୋକସଭା ସାଂସଦ କେନ୍ଦ୍ରମନ୍ତ୍ରୀଙ୍କ ଘରକୁ ଯଇଥିଲେ। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଭେଟି ଆଲୋଚନା କରିଥିଲେ।

ଅପରାହ୍ଣ ୨ଟା ପରେ ଶୁଭେନ୍ଦୁ ଅଧିକାରୀ ଭୂପେନ୍ଦ୍ର ଯାଦବଙ୍କ ଘରୁ ବାହାରିଥିଲେ। ତା’ପରେ ଜଣେ ପରେ ଜଣେ ସାଂସଦ ବାହାରି ଯାଇଥିଲେ।

ସେପଟେ ଭେଟଘାଟ ପୂର୍ବରୁ ଟିଏମ୍‌ସିରୁ ଇସ୍ତଫା ଦେଇଥିବା ସୁଖେନ୍ଦୁ ଶେଖରଙ୍କୁ ଭେଟିବା ପାଇଁ ଦଳର ୫ ଜଣ ସାଂସଦ ପହଞ୍ଚିଥିଲେ। ଏହି ଭେଟଘାଟ ଦିଲ୍ଲୀରେ ହୋଇଥିଲା।

Read Entire Article