ବୁଧବାର ରାଶିଫଳ: ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ

14 hours ago 1
.

ମେଷ: ଯଶସ୍ବୀ ହେବେ। ନାନା ସୁଖର ଅଧିକାରୀ ହେବେ। ଦାନ ଧ୍ୟାନ ପ୍ରତି ଅନୁରକ୍ତି ରହିବ। ବିଳାସବ୍ୟସନ କରିପାରନ୍ତି। ଅକ୍ଲେଶରେ ଶତ୍ରୁ ଉପରେ ବିଜୟ ହାସଲ କରିପାରନ୍ତି। ଶାସ୍ତ୍ରଜ୍ଞ ଓ ଧର୍ମଜ୍ଞ ହେବେ।

ବୃଷ: ବିନୟାବନତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ମିତ୍ରାର୍ଜନରେ ତତ୍ପର ହେବେ। ପ୍ରଥିତ ପ୍ରତାପ ସମ୍ପନ୍ନ ହୋଇପାରନ୍ତି। ଦ୍ବିଜଦେବତାଙ୍କ ପ୍ରତି ଅନୁରକ୍ତ ହେବେ। ଦୃଢ଼ ପୌରୁଷର ଅଧିକାରୀ ହୋଇପାରନ୍ତି।

ମିଥୁନ: ଦୁଃଖୀ ଦରିଦ୍ରଙ୍କୁ ଦାନ ଦେବାକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ପ୍ରଚୁର ଧନର ଅଧିକାରୀ ହେବେ। ପତ୍ନୀ, ପୁତ୍ର ସହ ସ୍ବଚ୍ଛନ୍ଦରେ ଦିନଟି ଅତିବାହିତ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ।

କର୍କଟ: ଭ୍ରମଣ ବ୍ୟର୍ଥ ହେବାର ସୂଚନା ମିଳୁଛି। କୃପା ନିଧାନଙ୍କଠାରୁ କୃପା ଭିକ୍ଷାରେ ନିରାଶ ହୋଇପାରନ୍ତି। କେବଳ ପତ୍ନୀଙ୍କଠାରୁ ବିପଦକାଳୀନ ସହାୟତା ମିଳିବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

ସିଂହ: ମହିଳାମାନଙ୍କୁ ମାତୃବତ୍‌ ବିବେଚନା କରିପାରନ୍ତି। ବହୁ ଖାଦ୍ୟ ପ୍ରିୟ ଓ ଅଳ୍ପ ସନ୍ତାନଯୁକ୍ତ ହେବେ। ବେଳେବେଳେ ଆପଣଙ୍କଠାରେ ଚପଳ ମତିର ସ୍ବଭାବ ପରିଲକ୍ଷିତ ହେବ। ଦୟାଳୁ ସ୍ବଭାବର ହେବେ।

କନ୍ୟା: ସ୍ବାସ୍ଥ୍ୟଜନିତ କାରଣରୁ କର୍ମକ୍ଷେତ୍ରରେ ଅସହାୟତା ପ୍ରକାଶ କରିବା ସହିତ କାର୍ଯ୍ୟଗ୍ରାହୀ ହେବେ। ଶତ୍ରୁମାନଙ୍କୁ ପରାସ୍ତ କରି କର୍ମକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି। ଇଷ୍ଟ ପ୍ରାପ୍ତ ହେବେ।

ତୁଳା: ନିର୍ଦ୍ଧାରିତ ସମୟରେ ପୁତ୍ରାଦି ପରିବାରବର୍ଗଙ୍କଠାରୁ ସହାୟତା ଆଶା କରିବା ବୃଥା ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ପୁତ୍ର ସ୍ବୟଂସିଦ୍ଧ ହୋଇପାରେ। ସ୍ବୟଂ ଅଚିନ୍ତ୍ୟ ଶକ୍ତିସମ୍ପନ୍ନ ହେବେ।

ବିଛା: ନାନା ପୌରୁଷର ଅଧିକାରୀ ହେବେ। ନିର୍ଭରଶୀଳ ନ ହୋଇ ନିଜ ବୁଦ୍ଧି ବଳରେ ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଗୁରୁ କୃପା ଲାଭ କରି ଅସାଧ୍ୟ ସାଧନ କରିପାରନ୍ତି। ଅସୁସ୍ଥତା ଅନୁଭବ କରିପାରନ୍ତି।

ଧୁନ: ନିରୀହ ସ୍ବଭାବସମ୍ପନ୍ନ ହୋଇପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ପ୍ରମାଦହୀନ ଯୋଗଁୁ ସଫଳତା ଲାଭ କରିବେ। ବହୁ ସାଧୁସେବା ନିରତ ହୋଇପାରନ୍ତି। ଭିନ୍ନ ଭିନ୍ନ ସ୍ତରରୁ ସହାୟତା ପାଇ ଅଧିକ କର୍ମତତ୍ପର ହେବେ।

ମକର: କେତେକ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଉପୁଜିଲେ ବି ଧନ ଅର୍ଜନ ବ୍ୟାହତ ହେବ ନାହିଁ। ଆପଣଙ୍କ ସହିଷ୍ଣୁ ଓ ପରୋପକାରୀ ମନୋଭାବ ଯୋଗଁୁ ସକଳକ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ।

କୁମ୍ଭ: ପର ସମ୍ପତ୍ତି ପ୍ରତି ବିମୁଖ ଭାବ ପ୍ରଦର୍ଶନ କରିପାରନ୍ତି। ଖଳ ଲୋକଙ୍କ ସ୍ବଭାବ ପ୍ରତି ସତର୍କ ଦୃଷ୍ଟି ରଖି ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ। ବିବାହ ବିଳମ୍ବ କିମ୍ବା ଆଦୌ ନ ହୋଇପାରେ।

ମୀନ: ସତର୍କରେ ଓ ନିର୍ଲୋଭ ନ ହେଲେ ପୁରୁଷ ପଣିଆରେ ଆଞ୍ଚ ଆସିପାରେ। ଅାପଣଙ୍କଠାରୁ ସହାୟତା ରାଶି ନ ପାଇଲେ ପୁତ୍ର ବିରାଗ ଭାଜନ ହୋଇପାରନ୍ତି। ପଶ୍ଚାତ୍ତାପ ହେବ। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ।

Read Entire Article