ବେଲପାହାଡ ଫାଟକରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ, ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ

1 day ago 1
.
  1. Home
  2. ରାଜ୍ୟ
  3. ବେଲପାହାଡ ଫାଟକରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ, ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ

Published By: Ruby - Prameya-News7 Bureau | October 14, 2025 02:44 PM

NEWS7

Encroachment

ଝାରସୁଗୁଡା ୧୪୧୦: ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରପରିଷଦ ବେଲପାହାଡ ଫାଟକ ନିକଟରେ ରାସ୍ତାକଡ଼ ଦୋକାନ ଉଚ୍ଛେଦ ଆରମ୍ଭ କରିଛି ପୌର ପ୍ରଶାସନ l ମଙ୍ଗଳବାର ସକାଳୁ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦୋକାନୀ ଏବଂ ସ୍ଥାନୀୟ ଲୋକେ ଏହାକୁ ତୀବ୍ର ବିରୋଧ କରିଛନ୍ତି l ଜେସିବି ଲଗାଇ ଜବରଦଖଲ କରି ନିର୍ମାଣ କରାଯାଉଥିବା ଦୋକାନ ଗୁଡିକୁ ଭଙ୍ଗାଯାଉଛି l ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି l ପ୍ରଥମେ ଭେଣ୍ଡିଂ ଜୋନ୍ ଦେଇ ଏହି ଦୋକାନୀଙ୍କୁ ଥଇଥାନ କରାଯାଉ ତା ପରେ ଉଚ୍ଛେଦ କରାଯାଉ ବୋଲି ଦୋକାନୀ ମାନେ ଦାବି କରିଛନ୍ତି l ଦୋକାନ ସମ୍ମୁଖରେ ବସି ପ୍ରତିବାଦ କରିବା ସହ ସେମାନଙ୍କୁ ଠିକ୍ ସ୍ଥାନରେ ଥଇଥାନ କରାଯାଉ ବୋଲି ଦାବି କରିଛନ୍ତି l

ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ ଲଖନପୁର ଅତିରିକ୍ତ ତହସିଲଦାର, ବେଲପାହାଡ କାର୍ଯ୍ୟନିର୍ବାହୀ ଅଧିକାରୀ, ବ୍ରଜରାଜନଗର ଏସଡିପିଓ, ବେଲପାହାଡ ଥାନା ଅଧିକାରୀ, ପୋଲିସ ଫୋର୍ସ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

Read Entire Article