.

ଭୋଗରାଇ,୩l୬(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳେଶ୍ୱର- ଚନ୍ଦନେଶ୍ୱର ୫୭ ନଂ ଜାତୀୟ ରାଜପଥ ଜଗନ୍ନାଥପୁର ଛକଠାରେ ବ୍ରାଉନସୁଗାର ବିକ୍ରି ଡିଲ ବେଳେ ଗୋପନୀୟ ସୂତ୍ରରୁ ଖବରପାଇ ବାଲେଶ୍ୱର ଅବକାରୀ ମୋବାଇଲଟିମ ଓ ଭୋଗରାଇ ଅବକାରୀ ବିଭାଗ ମିଳିତ ଭାବେ ଆକସ୍ମିକ ଚଢ଼ାଉକରି ଏକ ଦମ୍ପତି କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୪୫ ଗ୍ରାମ ଓଜନର ଧଳା ଜହର ଜବତ କରିଛନ୍ତି l ଏହି ଧଳା ଜହରଙ୍ର ଆନୁମାନିକ ମୂଲ୍ୟ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଦମ୍ପତି ହେଲେ ଜଗନ୍ନାଥପୁର ଗ୍ରାମର ରାଜୀବ ସାମଲ (୨୪) ଓ ତାଙ୍କ ସ୍ତ୍ରୀ ଜ୍ୟୋତିରାଣୀ ଭୂୟାଁ (୨୦)। ଏମାନଙ୍କ ବିରୋଧରେ ଅବକାରୀ ଥାନାରେ ମାମଲା ଋ଼ଜୁ କରାଯାଇ ପ୍ରାଥମିକ ତଦନ୍ତ ଜାରି ରହିଛି l ସୂଚନାନୁଯାୟୀ, ଗତବର୍ଷ ୨୩ l୧୨ରେ କମର୍ଦ୍ଦା ବଜାରରେ ଏମାନେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଅବକାରୀ ବିଭାଗ ଓ ପୋଲିସ ସହିତ ସଂଘର୍ଷ କରି ଗିରଫ ହୋଇ ଜାମିନରେ ଆସିଥିଲେ l