ଭାଜପା ପକ୍ଷରୁ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ପାଳିତ: ଯୋଗଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

6 hours ago 1
.

ଦିଗପହଣ୍ଡି, ୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ମହୁରୀ କାଳୁଆ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ନାୟକ ସହିଦ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ ତଥା ଜନଜାତି ଗୌରବ ଦିବସ ମଙ୍ଗଳବାର ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି।

ଏହି ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଧାୟକ ନିଜ ଉଦ୍‌ବୋଧନରେ କହିଥିଲେ ଯେ, ବିପ୍ଳବୀ ବିର୍ସା ମୁଣ୍ଡା ଜନଜାତି ବର୍ଗଙ୍କୁ ବ୍ରିଟିଶ ସରକାରଙ୍କ ଅତ୍ୟାଚାର ବିରୋଧରେ ଲଢ଼େଇ କରିବା ପାଇଁ ଏକତ୍ରିତ କରିଥିଲେ ଏବଂ ଏକ ବ୍ୟାପକ ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ବ୍ରିଟିଶ ଶାସନର ବନ୍ଧୁକ ମୁନକୁ ନଡରି, ନିଜର ଧର୍ମ ଏବଂ ସଂସ୍କୃତି ରକ୍ଷା କରି ସେ କିଭଳି ସଂଗ୍ରାମ ଜାରି ରଖିଥିଲେ, ସେ ସମ୍ପର୍କରେ ଉପସ୍ଥିତ ଜନଜାତି ମହିଳା, ପୁରୁଷ ଓ ଦଳୀୟ କର୍ମୀମାନଙ୍କୁ ସେ ସଚେତନ କରାଇଥିଲେ। ଏହି ସଭାରେ ଭାଜପା ଗଞ୍ଜାମ ଜିଲା ସଭାପତି ସରୋଜ ସାବତ, କୁକୁଡ଼ାଖଣ୍ଡି ବ୍ଲକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ବ୍ଲକ ଏମ.ପି ପ୍ରତିନିଧି ସନ୍ତୋଷ ଚୌଧୁରୀ, ଦଳୀୟ କାର୍ଯ୍ୟକର୍ତ୍ତା ଲଳିତ ବିଷୋୟୀ ଏବଂ ଏ. ନନ୍ଦକିଶୋର ପ୍ରମୁଖ ମଞ୍ଚାସୀନ ଥିଲେ।

ଏହା ସହିତ ସରପଞ୍ଚ ଫନିନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ, ଲିଙ୍ଗରାଜ ଦୋରା, ସରପଞ୍ଚ ପ୍ରତିନିଧି ସନ୍ତୋଷ ଦୋରା, ଏମ୍. ସନ୍ତୋଷ, କେ. ନରସିଂହ ପାତ୍ର, ସୁଦାମ ବେହେରା, ମିଟୁ ଦୋରା ଓ ଅରୁଣ ଗୌଡ଼ଙ୍କ ସମେତ ଦିଗପହଣ୍ଡି ଏବଂ କୁକୁଡ଼ାଖଣ୍ଡି ବ୍ଲକ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତର ବହୁ ନିର୍ବାଚିତ ପ୍ରତିନିଧି ଓ କର୍ମୀମାନେ ଯୋଗ ଦେଇଥିଲେ। ଉପସ୍ଥିତ ସମସ୍ତ ଅତିଥି ସହିଦ ବିର୍ସା ମୁଣ୍ଡାଙ୍କ ଆତ୍ମଜୀବନୀ ଏବଂ ଦେଶ ପ୍ରତି ତାଙ୍କର ଅବଦାନ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସାଗର କୁମାର ପାତ୍ର ସଂଯୋଜନା କରିଥିବା ବେଳେ ବହୁ ସଂଖ୍ୟକ ସ୍ଥାନୀୟ କର୍ମକର୍ତ୍ତା ଉପସ୍ଥିତ ରହି ସଭାକୁ ସଫଳ କରିବାରେ ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily


Read Entire Article