ମୁହଁ ଖୋଲିଲେ ପୀତବାସଙ୍କ ପତ୍ନୀ: ‘ନ୍ୟାୟ ଦିଅନ୍ତୁ ମୁଖ୍ୟମନ୍ତ୍ରୀ’

1 day ago 1
.

ବ୍ରହ୍ମପୁର: ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକୁ ୮ ଦିନ ବିତି ସାରିଛି। ପୁଲିସ ସବୁଦିଗରୁ ତଦନ୍ତକୁ ତନାଘନା କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ଖୁଲାସା ହୋଇପାରିନି। ଏଭଳି ସ୍ଥିତିରେ ସୋମବାର ପୀତବାସଙ୍କ ଧର୍ମପତ୍ନୀ ସୁସ୍ମିତା ପଣ୍ଡା ପ୍ରଥମଥର ପାଇଁ ‘ସମାଜ’ ଆଗରେ ମୁହଁ ଖୋଲିଛନ୍ତି ା ମୋ ସ୍ବାମୀ ଜଣେ ଭଲ ଲୋକ ଥିଲେ। ଦୁଃଖୀମାନଙ୍କ ପାଇଁ ତାଙ୍କ ପ୍ରାଣ କାନ୍ଦୁଥିଲା। ସେ ଗରିବ ଲୋକଙ୍କୁ ନ୍ୟାୟ ଦେଉଥିଲେ। ମୁଁ ସ୍ବାମୀଙ୍କୁ ହରାଇଛି, ମୋ ସୁନାର ସଂସାର ଉଜୁଡ଼ି ଯାଇଛି। ମୁଁ ଏବେ ଦିନରାତି କାନ୍ଦୁଛି ା ମୁଁ ଯେମିତି କାନ୍ଦୁଛି ଦୋଷୀମାନେ ମଧ୍ୟ ସେମିତି କାନ୍ଦନ୍ତୁ, ଏହା ମୁଁ ଚାହୁଁଛି ା ଆଇନ ବ୍ୟବସ୍ଥା ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ଭରସା ଅଛି ା ମୋ ଦୁଃଖ ମୁଖ୍ୟମନ୍ତ୍ରୀ ବୁଝନ୍ତୁ ଓ ମୋତେ ନ୍ୟାୟ ଦିଅନ୍ତୁ ା ଦୋଷୀକୁ ଚିହ୍ନଟ କରି ଫାଶି ଦଣ୍ଡ ଦିଆଯାଉ ବୋଲି ଆଜି ‘ସମାଜ’କୁ ସ୍ବତନ୍ତ୍ର ଭାବେ ଦେଇଥିବା ନିଜ ପ୍ରତିକ୍ରିୟାରେ ସ୍ବର୍ଗତ ପୀତବାସଙ୍କ ପତ୍ନୀ ସୁସ୍ମିତା ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ଚିତ୍ତରେ ନିବେଦନ କରିଛନ୍ତି।

ପୀତବାସଙ୍କ ହତ୍ୟାକାରୀଙ୍କୁ ଧରିବାକୁ ପୁଲିସ ତଦନ୍ତ ଜାରି ରଖିଥିଲେ ମଧ୍ୟ ଆଜିଯାଏଁ ହତ୍ୟାକାରୀ କିମ୍ବା ଷଡ଼ଯନ୍ତ୍ରକାରୀଙ୍କ ଖୁଲାସା ହୋଇ ପାରିନାହିଁ ା ଏକାଧିକ ଦିଗକୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି। କିନ୍ତୁ ଆଜି ସୁଦ୍ଧା କେବଳ ଜବତ ସିସି କ୍ୟାମେରା ଓ ପୀତବାସଙ୍କ ମୋବାଇଲ ଫୋନ କଲ ରେକର୍ଡ ଭିତ୍ତିରେ କିଛି ଲୋକଙ୍କୁ ଉଠାଇ ନେଇ ପଚରାଉଚୁରାରେ ସୀମିତ ରହି ଯାଇଛି ଏହି ହାଇ ପ୍ରୋଫାଇଲ ହତ୍ୟା। ପୀତବାସ ଆଇନଜୀବୀ ଭାବେ ଯେତିକି ନାମ କମାଇଥିଲେ ଜଣେ ରାଜନେତା ଭାବେ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ। ତାଙ୍କର କେହି ଶତ୍ରୁ ନଥିଲେ ଏବଂ ଗରିବଙ୍କ ବନ୍ଧୁ ଥିଲେ। ହେଲେ ତାଙ୍କୁ ଯେଭଳି ଢଙ୍ଗରେ ଚଳଚ୍ଚିତ୍ର ଷ୍ଟାଇଲରେ ଅତି ନିକଟରୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କଲେ ତାହାକୁ ଅନୁଧ୍ୟାନ କଲେ ଏଥିରେ କିଛି ଗୁଢ ରହସ୍ୟ ନିହିତ ଥିବା ମନେ ହୋଇଛି। କାହିଁକି ଓ କିଏ ପୀତବାସଙ୍କୁ ହତ୍ୟା କଲା ତାହା ଜାଣିବାକୁ ସହରବାସୀ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ତଦନ୍ତ ଚାଲିଛି, ଠିକଣା ସମୟରେ ସୂଚନା ଦିଆଯିବ ବୋଲି ପୁଲିସ କହିଛି। ଘଟଣା ଉପରେ କୌଣସି ପ୍ରକାର ପ୍ରତିକ୍ରିୟା ଦେବାକୁ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡା.ସର୍ବଣା ବିବେକ ଏମ ମନା କରି ଦେଇଛନ୍ତି। ତଦନ୍ତ ଜାରି ରହିଛି ଏବଂ ଅପରାଧୀ ଧରାପଡ଼ିବା ପରେ ହିଁ ଯାହାକିଛି କହିହେବ ବୋଲି ସେ ଜଣାଇଛନ୍ତି ା

ପୀତବାସଙ୍କ ହତ୍ୟାକାରୀଙ୍କୁ ଧରିବାକୁ ବ୍ରହ୍ମପୁର ପୁଲିସର ଏକାଧିକ ଟିମ ଗଞ୍ଜାମ ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି ା ଆଜି ଏକାଧିକ ପୁଲିସ ଟିମ ଫୁଲବାଣୀ ଓ ଚୌଦ୍ବାର ଯାଇଥିବା ସୂଚନା ମିଳିଛି। ସିସିଟିଭି ଓ ମୋବାଇଲ କଲ ରେକର୍ଡ ଓ ଲୋକେସନରୁ ମିଳିଥିବା ତଥ୍ୟ ପ୍ରକାରେ ପୁଲିସ କିଛି ସନ୍ଦିଗ୍ଧଙ୍କୁ ଡାକି ପଚରାଉଚରା ଜାରି ରଖିଥିବା ବେ​‌େ​‌ଳ ଆଉ କିଛି ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି ା ପୀତବାସ ଆଇନ ଓ ରାଜନୀତିରେ ଜଡିତ ଥିବାରୁ କେଉଁ କାରଣ ପାଇଁ ତାଙ୍କୁ ଗୁଳି କରି ହତ୍ୟା କରାଗଲା ତାହା ଜାଣିବା ପୁଲିସ ପକ୍ଷେ କଷ୍ଟସାଧ୍ୟ ହୋଇପଡ଼ିଛି ା କେତେବେଳେ ଜମି ବିବାଦର ତଦନ୍ତ କରାଯାଉଛି ତ ଆଉ କେତେବେଳେ ବାଲି କାରବାର ଲିଙ୍କକୁ ନେଇ ତଦନ୍ତ କରାଯାଉଛି ା ସେହିପରି କେତେବେଳେ ପୂର୍ବ ଶତ୍ରୁତାକୁ ନେଇ ତଦନ୍ତ କରୁଛି ପୁଲିସ ା

Read Entire Article