ମୋତେ ଯେତେ ମାଠିବୁ ମାଠ ମୁଁ ସେଇ ଦର ପୋଡା କାଠ: ପ୍ରକୃତି ଛାଡୁନି ପାକ୍, ପୁଣି କଲା ଏୟାରଷ୍ଟ୍ରାଇକ୍

11 hours ago 1
.

ପୁଣି ହେଲା ଏୟାର ଷ୍ଟ୍ରାଇକ୍ । ପ୍ରତିଷୋଧ ପରାୟଣ ହେଉଛି ପାକିସ୍ତାନ ।

CELLNET

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଖୋଲାଖୋଲି ସଂଘର୍ଷରେ ପରିଣତ ହୋଇଛି। ଆଜି ପାକିସ୍ତାନ ଆଫଗାନିସ୍ତାନର ସ୍ପିନ୍ ବୋଲ୍ଡକ ସହରରେ ପୁଣିଥରେ ଏୟାର ଷ୍ଟ୍ରାଇକ୍ କରିଛି । ଚମନ ସୀମା କ୍ରସିଂ ନିକଟରେ ଏହି ଆକ୍ରମଣ ହୋଇଥିଲା, ଯେଉଁଥିରେ ତିନୋଟି ଆଫଗାନ-ତାଲିବାନ ପୋଷ୍ଟକୁ ଟାର୍ଗେଟ କରାଯାଇଥିଲା।

ସ୍ଥାନୀୟ ସୂତ୍ର ଅନୁଯାୟୀ, ସ୍ଥାନୀୟ ବାସିନ୍ଦାମାନେ ଡ୍ରୋନ୍ ଏବଂ ଲଢ଼ୁଆ ବିମାନରୁ ବମ୍ ପଡୁଥିବାର ଦେଖିଥିଲେ । ଆଫଗାନ ସୀମା ପୋଲିସ ରିପୋର୍ଟ କରିଛି ଯେ ଏହି ବିସ୍ଫୋରଣ କାରଣରୁ ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଅନେକ ଘରର ଝରକା ଭାଙ୍ଗି ଯାଇଥିଲା ।

ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍: ଆଜି ସ୍ପିନ୍ ବୋଲ୍ଡକରେ ହୋଇଥିବା ଆକ୍ରମଣ ପରେ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେହି ଅଞ୍ଚଳରୁ ଘନ ଧୂଆଁ ଉଠୁଥିବାର ଦେଖିବାକୁ ମିଳୁଛି । ଏହି ଆକ୍ରମଣ ଦୁଇ ଦେଶ ମଧ୍ୟରେ ସୀମା ଉତ୍ତେଜନା ଆହୁରି ବୃଦ୍ଧି କରିଦେଇଛି। ଆକ୍ରମଣରେ ଉଭୟ ପାର୍ଶ୍ୱରୁ ମୋଟ ୨୧ ଜଣଙ୍କର ମୃତ୍ୟୁ ହୋଇଛି ।

ପାକିସ୍ତାନୀ ସେନାଙ୍କ ମୃତ୍ୟୁ: ମିଡିଆ ରିପୋର୍ଟ ଅନୁସାରେ, ଆକ୍ରମଣରେ ଛଅ ଜଣ ପାକିସ୍ତାନୀ ଅର୍ଦ୍ଧସାମରିକ ସୈନିକ ପ୍ରାଣ ହରାଇଛନ୍ତି । ସେପଟେ ଅନ୍ୟ ଏକ ସୂଚନା ଅନୁସାରେ, ୧୫ ଜଣ ଆଫଗାନ ନାଗରିକ ଏଥିରେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଡୁରଣ୍ଡ ସୀମାରେ ଉତ୍ତେଜନା: ଗତ ଅକ୍ଟୋବର ୧୧ରେ ପାକିସ୍ତାନ ପ୍ରଥମେ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା । ଏହାପରେ ଉଭୟ ଦେଶ ମଧ୍ୟରେ ଏହି ସଂଘର୍ଷ ଚାଲିଛି । ଏହା ପର ଦିନ ଅର୍ଥାତ୍ ୧୨ ଅକ୍ଟୋବରରେ ଆଫଗାନ ସେନା ପାକିସ୍ତାନୀ ସେନାର ଅନେକ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ଆଫଗାନ ଅଧିକାରୀମାନେ ଦାବି କରିଛନ୍ତି ଯେ, ଏହି ଆକ୍ରମଣରେ ସେମାନେ ୫୮ ଜଣ ପାକିସ୍ତାନୀ ସେନାଙ୍କୁ ହତ୍ୟା କରିଛନ୍ତି । କିନ୍ତୁ ପାକିସ୍ତାନ କହିଛି ଯେ, ତାର ୨୩ ଜଣ ସୈନିକ ସହିଦ ହୋଇଛନ୍ତି ଏବଂ ୨୦୦ ରୁ ଅଧିକ “ତାଲିବାନ୍ ସୈନିକ ଏବଂ ଆତଙ୍କବାଦୀ”ଙ୍କୁ ହତ୍ୟା କରାଯାଇଛି ।

Read Entire Article