ରାଜଧାନୀରେ ପୁଣି ହଠାତ୍‌ ବଦଳିଗଲା ପାଗ: ପ୍ରବଳ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ

4 months ago 7
.

ନୂଆଦିଲ୍ଲୀ,୧ା୬: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପାଗ ବଦଳିଛି। ପ୍ରବଳ ଝଡ଼ପବନ ପରେ ରାଜଧାନୀରେ ପ୍ରବଳ ବର୍ଷା ହୋଇଛି। ଏହି ବର୍ଷା ପରେ ଦିଲ୍ଲୀବାସୀଙ୍କୁ ପ୍ରବଳ ଗରମରୁ ଆଶ୍ୱସ୍ତି ମିଳିଛି। ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ କିଛି ଦିନ ପାଇଁ ରାଜଧାନୀ ମେଘୁଆ ରହିବ।

ପାଣିପାଗ ବିଭାଗ ଅନୁଯାୟୀ, ସନ୍ଧ୍ୟା ସମୟରେ ହଠାତ୍‌ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପାଲମ ଏବଂ ଝରୋଦା କଲାନରେ ଘଣ୍ଟା ପ୍ରତି ୬୫ କିଲୋମିଟର ବେଗରେ ପବନ ବହିଥିଲା। ଏହା ବ୍ୟତୀତ ସଫଦରଜଙ୍ଗ ଅଞ୍ଚଳରେ ଘଣ୍ଟା ପ୍ରତି ୬୬ କିଲୋମିଟର ବେଗରେ ପବନ ବହିଥିଲା। ଯେତେବେଳେ ପ୍ରଗତି ମୈଦାନରେ ପବନର ବେଗ ଘଣ୍ଟଶ ପ୍ରତି ୭୬ କିଲୋମିଟର ଥିଲା।

ପାଣିପାଗ ବିଭାଗ ଜୁନ୍‌ ୧ରେ ଆଂଶିକ ମେଘୁଆ ପାଗ ଏବଂ ଘଡ଼ଘଡ଼ି ଏବଂ ବଜ୍ରପାତ ସହିତ ବର୍ଷା ହେବାର ପୂର୍ବାନୁମାନ କରିଥିଲା। ସେହିପରି ପାଣିପାଗ ବିଭାଗ ଅନୁଯାୟୀ, ଜୁନ୍‌ ୨ରୁ ୪ ତାରିଖ ମଧ୍ୟରେ ଘଡ଼ଘଡ଼ି ଏବଂ ବର୍ଷା ଜାରି ରହିପାରେ, ଯେତେବେଳେ ଜୁନ୍‌ ୫ରେ ପାଗ ଆଂଶିକ ମେଘୁଆ ରହିବ।

ପାଗରେ ଏହି ପରିବର୍ତ୍ତନ ଯୋଗୁ ଗୋଟିଏ ପଟେ ଲୋକମାନେ ଗରମରୁ ଆଶ୍ୱସ୍ତି ପାଇଛନ୍ତି, ଅନ୍ୟପଟେ ପ୍ରବଳ ଝଡ଼ ଏବଂ ବଜ୍ରପାତର ସମ୍ଭାବନାକୁ ଦୃଷ୍ଟିରେ ରଖି ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଖୋଲା ସ୍ଥାନ, ଗଛ ତଳେ କିମ୍ବା ଗୃହ ନିର୍ମାଣ ସ୍ଥାନରୁ ଦୂରେଇ ରହିବାକୁ ଲୋକଙ୍କୁ ବିଶେଷ ସତର୍କ କରାଯାଇଛି। ଯଦିଓ ପାଣିପାଗ ବିଭାଗ ଆଗାମୀ ଦିନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସତର୍କତା ଜାରି କରିନାହିଁ, ତଥାପି ହଠାତ୍‌ ପରିବର୍ତ୍ତନ ହେଉଥିବା ପାଗକୁ ଦୃଷ୍ଟିରେ ରଖି ସତର୍କ ରହିବା ଆବଶ୍ୟକ।

Read Entire Article