ରାଜନୀତିରେ ପୋଷ୍ୟପୁତ୍ର ଝଡ଼

17 hours ago 1
.

ଭୁବନେଶ୍ବର: ରାଜନୀତିରେ ଜୋର ଧରିଲା ପୋଷ୍ୟପୁତ୍ର ଝଡ଼। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ବିଜେଡି ନେତା ପ୍ରତାପ ଜେନାଙ୍କ ପୋଷ୍ୟପୁତ୍ର ମନ୍ତବ୍ୟକୁ ନେଇ ବୟାନବାଜି ତେଜିଛି। ବିଜେପି ଏହାର କଡ଼ା ସମାଲୋଚନା କରିଥିବାବେଳେ ବିଜେଡି ନେତା ପୁଣି ପୋଷାପୁଅ ମନ୍ତବ୍ୟ ଦୋହରାଇଛନ୍ତି।

ବିଜେଡି ନେତାଙ୍କ ପୋଷ୍ୟପୁତ୍ର ଟିପ୍ପଣୀ ଉପରେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, ବିଜେଡି ନେତାମାନେ ନୂଆପଡ଼ାକୁ ଲକ୍ଷ୍ୟ କରି କହୁନାହାନ୍ତି। ସେମାନେ ବିମାନବନ୍ଦରକୁ ଲକ୍ଷ୍ୟ କରି ଏପରି କହୁଛନ୍ତି। ବିମାନବନ୍ଦର ପାଖରେ ତାଙ୍କ ଦଳର ସୁପ୍ରିମୋ ବସିଛନ୍ତି। ଗତ ନିର୍ବାଚନରେ ଜଣେ ପୋଷ୍ୟ ପୁତ୍ର ପାଇଁ ସେ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢ଼ି ହାରିଥିଲେ। ପୋଷ୍ୟପୁତ୍ରଙ୍କୁ ଥଇଥାନ କରିବା ପାଇଁ ସେ କଣ୍ଟାବାଞ୍ଜିରୁ ଲଢ଼ିଥିଲେ। କଣ୍ଟାବାଞ୍ଜିବାସୀ ତାଙ୍କୁ ଜବାବ ଦେଲେ। ବିଜେଡି ବିଧାୟକ ସାରଦା ପ୍ରସନ୍ନ ଜେନା କହିଛନ୍ତି, ରାଜେନ୍ଦ୍ର ଢୋଲକିଆ ଥିଲେ ତାଙ୍କ ପୁଅ କେବେ ବିଜେଡି ଛାଡ଼ି ଯାଇନଥାନ୍ତେ। କଥାରେ ଅଛି ‘ପୋଷା ପୁଅ, ଗୁଞ୍ଜା ରୁଅ’ ଏହାକୁ ବିଶ୍ବାସ ନାହିଁ।

ସୂଚନାଯୋଗ୍ୟ, ଜୟଙ୍କ ଦେହରେ ରାଜେନ୍ଦ୍ରଙ୍କ ରକ୍ତ ନାହିଁ। ସେ ତାଙ୍କ ପୋଷ୍ୟପୁତ୍ର ବୋଲି ବିଜେଡି ନେତା ଶ୍ରୀ ଜେନା ଗଣମାଧ୍ୟମରେ କହିଥିଲେ। ପ୍ରତାପଙ୍କ ଏହି ମନ୍ତବ୍ୟ ପରେ ଶ୍ରୀମୟୀ ମିଶ୍ର ଭଣ୍ଡ ସନ୍ନ୍ୟାସୀ କଥା ଉଠାଇ ଘେରିଥିଲେ। ଯଦି ଜୟ ସ୍ବର୍ଗତ ରାଜେନ୍ଦ୍ରଙ୍କ ରକ୍ତ ନୁହେଁ ବୋଲି ପ୍ରତାପ ଜେନା କହୁଛନ୍ତି, ତା’ହାଲେ ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡ଼ିଆ ମହାପୁରୁଷଙ୍କ ରକ୍ତ ଅଛି ବୋଲି ସେ ଅନୁଭବ କରି ତାଙ୍କର ଆଦେଶ ମାନୁଛନ୍ତି ବୋଲି ଶ୍ରୀମୟୀ ପ୍ରଶ୍ନ କରିଥିଲେ।

Read Entire Article