ରାଜସ୍ଥାନରେ ମୃତ୍ୟୁର ତାଣ୍ଡବ; ହଠାତ ବସରେ ଲାଗିଲା ନିଆଁ, ଗଲାଣି ୨୦ ଜୀବନ…

19 hours ago 1
.

ବଢିପାରେ ମୃତକଙ୍କ ସଂଖ୍ୟା...

CELLNET

ରାଜସ୍ଥାନ: ରାଜସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ । ବଢୁଛି ମୃତକଙ୍କ ସଂଖ୍ୟା । ଘଟଣାସ୍ଥଳରେ ୧୫ ଜଣଙ୍କ ଜୀବନ ଯାଇଥିଲା । ଆଜି ସକାଳୁ ଆହୁରୀ ୫ ଜଣଙ୍କ ଜୀବନ ଯାଇଛି । ଏବେ ବି ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ଜୈସାଲମାର ଠାରୁ ପ୍ରାୟ ୨୦ କିଲୋମିଟର ଦୁରରେ ବସରେ ହଠାତ ନିଆଁ ଲାଗିଯାଇଥିଲା । ବସରେ ମୋଟ ୫୭ ଯାତ୍ରୀ ଥିଲେ । ଆଉ ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ପ୍ରାଥମିକ ତଦନ୍ତରୁ ଜଣାପଡିଛି କି ବସରେ ସର୍ଟସର୍କିଟ ହେତୁ ନିଆଁ ଲାଗିଯାଇଥିଲା । କିଛି ଯାତ୍ରୀଙ୍କ କହିବା ଅନୁଯାୟୀ ବସ ପଛ ଆଡୁ ହଠାତ ନିଆଁ ଲାଗିଥିଲା । ସେମାନେ କିଛି ଭାବିବା ଆଗରୁ ପୁରା ବସରେ ନିଆଁ ବ୍ୟାପିଯାଇଥିଲା ।

ଆଉ ଏତେ ଲୋକ ବସରୁ ବାହାରିବା ଭିତରେ ଅନେକ ଲୋକ ନିଆଁରେ ଜଳିଯାଇଥିଲେ । ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ନିକଟସ୍ତ ମେଡିକାଲକୁ ନିଆ ଯାଇଥିଲା । ତେବେ ତଦନ୍ତ ପରେ ନିଆଁ କେଉଁ କାରଣରୁ ଲାଗିଲା ତାହା ସ୍ପଷ୍ଟ ହୋଇଯିବ । ଯୋଧପୁର ଫରେନ୍ସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Read Entire Article