ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଅଭାବନୀୟ ଘଟଣା ଘଟିଛି। ଶଳା ଆକ୍ରମଣରେ ଭିଣୋଇଙ୍କର ମୃତ୍ୟୁ ଘଟିଛି। ମୃତକ ନାଉପଦା ଗାଁର ଅଜୟ ନାଏକ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ସୋମବାର ଦିନ ବାଲିପଟା ଗାଁର ସମ୍ପର୍କୀୟ ଶଳା ପ୍ରବୀଣ କୁମାର ଅଜୟ ଙ୍କୁ କୌଣସି କାମରେ ଘର ବାହାରକୁ ଡାକିଥିଲେ। ଅଜୟ ଏକ ବାଇକ ଯୋଗେ ଉକ୍ତ ସ୍ଥାନକୁ ଯାଇଥିଲେ। ହେଲେ ମଙ୍ଗଳବାର ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଅଜୟଙ୍କୁ ବହୁ ଖୋଜାଖୋଜି କରିଥିଲେ। ଏବଂ ଘର ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଏକ କେନାଲରୁ କ୍ଷତବିକ୍ଷତ ଅବସ୍ଥାରେ ଅଜୟଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଶଳା ପ୍ରବୀଣ କୁମାର ଅଜୟଙ୍କୁ ମାରିଥିବା ପରିବାର ଲୋକେ ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ। ଛେଣ୍ଡିପଦା ପୁଲିସ୍ ଅଭିଯୁକ୍ତ ଶଳା ପ୍ରବୀଣ କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।